ସାଲେପୁର (ବଡ଼ ଖବର ବ୍ୟୁରୋ): ବେଆଇନ ବାଲି ଘାଟ ଉପରେ ଜଗତପୁର ଥାନା ପାଗା ଫାଣ୍ଡି ପୋଲିସ ପକ୍ଷରୁ ଚଢାଉ। ଜଗତପୁର ଥାନା ପାଗା ଫାଣ୍ଡି ପୋଲିସ ପକ୍ଷରୁ ମହାନଦୀ ଓ ବିରୂପା ନଦୀରେ ବେଆଇନ ବାଲିଘାଟ ଉପରେ ଅଚାନକ ଚଢାଉ କରି ୫ଗୋଟି ବେଆଇନ ବାଲି ବୋଝେଇ ଟ୍ରାକ୍ଟର ଓ ୫ଗୋଟି ବେଆଇନ ବାଲି ବୋଝେଇ ହାଇୱାକୁ ଜବତ କରିଛି । ଜବତ ପରେ ମାଇନ୍ସ ବିଭାଗକୁ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।
ପୋଲିସ ଓ ମାଇନ୍ସ ପକ୍ଷରୁ ଗାଡିର ଫାଇନ କଟାଯିବା ସହ କାଗଜପତ୍ର ଯାଞ୍ଚ କରାଯିବ ବୋଲି ସୂଚନା ମିଳିଛି। ବାରମ୍ବାର ପୋଲିସ ପକ୍ଷରୁ ବେଆଇନ ବାଲି ଘାଟ ଉପରେ ଚଢ଼ାଉ ଜାରି ରହିଲେ ଆଗକୁ ବାଲି ମାଫିଆମାନେ ସାବଡ଼ ହେବା ସହ ଚୋରା ବାଲି ଚାଲାଣ ଉପରେ ରୋକ ଲାଗି ପାରିବ। ସହରାଞ୍ଚଳରେ ଚଡାଉ ଜାରି ରହିଥିବାବେଳେ ଯଦି ଗ୍ରାମଞ୍ଚଳ ପୋଲିସ ସାଲେପୁର ଥାନା, କିଶନ ନଗର ଥାନା, ନିଶ୍ଚିନ୍ତକୋଇଲି ଥାନା ପକ୍ଷରୁ ଚଢାଉ କରାଗଲେ ବାଲିମଫିଆ ସବାଡ଼ ହେବା ସହ ଚୋରା ବାଲି ଚାଲାଣକୁ ରୋକା ଯାଇପାରିବ।
