Masthead

ବଜେଟ ଅଧିବେଶନର ତୃତୀୟ ଦିନ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଆଜି ବି ଗୃହରେ ଲାଗି ରହିପାରେ ଅଚଳାଅବସ୍ଥା । ଚାଷୀ ସମସ୍ୟାକୁ ନେଇ ପୁଣି ଗୃହରେ ପ୍ରତିବାଦ କରିପାରନ୍ତି ବିରୋଧୀ । ଚାଷୀଙ୍କ ଧାନ ସରକାର କିଣୁ ନଥିବାରୁ ବିରୋଧୀ ଚାଷୀଙ୍କ ସ୍ୱର ସାଜି ସରକାରଙ୍କୁ ବିଧାନସଭାରେ ପ୍ରଶ୍ନ ପଚାରୁଛନ୍ତି । ବିରୋଧୀଙ୍କ ଚାଷୀ ପ୍ରସଙ୍ଗ ସହ ଯୋଡ଼ି ହୋଇ ପାରେ ରାଜ୍ୟର ବିପର୍ଯସ୍ତ ଆଇନ ଶୃଙ୍ଖଳା ସ୍ଥିତି। କଟକ ଯୁବକଙ୍କୁ ଗୁଳି କରି ହତ୍ୟା ପ୍ରସଙ୍ଗକୁ ନେଇ ଗୃହ ଉଷ୍ମ ହୋଇପାରେ ।

ସେହିପରି ଆଜି ଜଳ ସମ୍ପଦ, ସୂଚନା ଓ ଲୋକସମ୍ପର୍କ, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା, ଖଣି ଓ ଇସ୍ପାତ, ଯୋଜନା ଓ ସଂଯୋଜନା, ବାଣିଜ୍ୟ ଏବଂ ପରିବହନ ଭଳି ଗୁରୁତ୍ତ୍ୱପୂର୍ଣ ବିଭାଗର ପ୍ରଶ୍ନକାଳ ରହିଛି । ଶୂନ୍ୟକାଳରେ ଉଭୟ ଶାସକ ଓ ବିରୋଧୀ ଦଳର ବିଧାୟକମାନେ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଠାଇପାରନ୍ତି । ବିରୋଧୀଙ୍କ ପକ୍ଷରୁ ମୁଲତବୀ ପ୍ରସ୍ତାବ ଦିଆଯିବ । ସେହିପରି ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ୍ ପ୍ରସ୍ତାବରେ ଭାଗ ନେଇ ଗୃହରେ ନିଜର ବିବୃତି ରଖିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏସବୁକୁ ଦେଖିଲେ ଲାଗୁଛି ତୃତୀୟ ଦିନରେ ବି ବିଧାନସଭା ବେଶ ସରଗରମ ହେବାର ସମ୍ଭ।ବନା ରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା