ପ୍ରୟାଗରାଜରେ ଶ୍ରୀଜଗନ୍ନାଥ ମନ୍ଦିର ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଶ୍ରୀ ଜଗନ୍ନାଥ ମନ୍ଦିରର ଉଦ୍ଘାଟନ କେବଳ ଏକ ସ୍ଥାପତ୍ୟର ଶୁଭାରମ୍ଭ ନୁହେଁ । ମାତ୍ର ଏହା ଆସ୍ଥା, ସଂସ୍କୃତି ଏବଂ ଆଧ୍ୟାତ୍ମିକ ଚେତନାର ପୁନଃଜାଗରଣ ବୋଲି ପ୍ରୟାଗରାଜର ପବିତ୍ର ତ୍ରିବେଣୀ ସଙ୍ଗମ କୂଳରେ ନିର୍ମିତ ଜଗନ୍ନାଥ ମନ୍ଦିର ଉଦଘାଟନ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ଏହା କହିଛନ୍ତି । ଏହି ଅବସରରେ ଗଙ୍ଗା ଆରତୀରେ ଅଂଶଗ୍ରହଣ କରି ମୁଖ୍ୟମନ୍ତ୍ରୀ କହିଲେ ଯେ, ଏହି ଜଗନ୍ନାଥ ମନ୍ଦିର ଓଡ଼ିଶାର ଭକ୍ତି ପରମ୍ପରା ଓ ତ୍ରିବେଣୀ ସଙ୍ଗମର ଆଧ୍ୟାତ୍ମିକ ମହିମାକୁ ଏକତ୍ର କରି ଜାତୀୟ ଏକତାର ବାର୍ତ୍ତା ପ୍ରସାର କରିବ ।

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ କାମନା କରି ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ ଯେ, ପ୍ରୟାଗରାଜରେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଦ୍ୱାରା ଉତ୍ତର ଓ ପୂର୍ବ ଭାରତ ମଧ୍ୟରେ ଏକ ସୁଦୃଢ଼ ଆଧ୍ୟାତ୍ମିକ ସେତୁ ସୃଷ୍ଟି ହୋଇଛି। ସେ କହିଥିଲେ ଯେ ପ୍ରଭୁ ଶ୍ରୀଜଗନ୍ନାଥ ଓଡ଼ିଶାର ପରିଚୟ ଓ ଗର୍ବର ପ୍ରତୀକ ହେବା ସହ ସମଗ୍ର ଭାରତର ଆତ୍ମା ସହିତ ଜଡିତ। ଶ୍ରୀଜଗନ୍ନାଥ ସଂସ୍କୃତି ସମାନତା, ସେବା ଓ ସମନ୍ୱୟର ବାର୍ତ୍ତା ଦେଇଥାଏ ଏବଂ ସମସ୍ତଙ୍କୁ ଏକ ସୂତ୍ରରେ ବାନ୍ଧେ ବୋଲି ସେ ଉଲ୍ଲେଖ କରିଥିଲେ। ମନ୍ଦିର ପ୍ରତିଷ୍ଠାରେ  ସ୍ୱାମୀ ଚିଦାନନ୍ଦ ସରସ୍ୱତୀ ମହାରାଜଙ୍କ ଉଦ୍ୟମକୁ ପ୍ରଶଂସା କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହି ମନ୍ଦିର ଭକ୍ତି, ସଂସ୍କୃତି ଓ ଦେଶପ୍ରେମର ସଙ୍ଗମ ସୃଷ୍ଟି କରିଛି। ସେ ପ୍ରକୃତି ସଂରକ୍ଷଣ, ଗଙ୍ଗା ସ୍ୱଚ୍ଛତା ଓ ମାନବ ସେବା କ୍ଷେତ୍ରରେ ସ୍ୱାମୀଜୀଙ୍କ ଅବଦାନକୁ ସ୍ମରଣ କରିଥିଲେ।

ସେ ଆହୁରି  କହିଥିଲେ ଯେ ପ୍ରାଚୀନକାଳରୁ ପ୍ରୟାଗରାଜ ଋଷି ଓ ମୁନିମାନଙ୍କ ତପୋଭୂମି ଭାବେ ପରିଚିତ ଓ ଏଠାରେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଭାରତର ଅଖଣ୍ଡ ସାଂସ୍କୃତିକ ଏକତାର ଜୀବନ୍ତ ପ୍ରମାଣ। ସେ  ଆଶା ପ୍ରକାଶ କରିଥିଲେ ଯେ ଏହି ମନ୍ଦିର ଆଗାମୀ ଦିନରେ ଭକ୍ତମାନଙ୍କ ପାଇଁ ଆଧ୍ୟାତ୍ମିକ ପ୍ରେରଣାର କେନ୍ଦ୍ର ହେବା ସହିତ ମାନବତା, ସେବା ଓ ଶାନ୍ତିର ସନ୍ଦେଶ ପ୍ରସାର କରିବ। ଏହି ଅବସରରେ ସ୍ୱାମୀ ଚିଦାନନ୍ଦ ସରସ୍ୱତୀ ମହାରାଜ, ଉତ୍ତର ପ୍ରଦେଶର ଜଲ୍‌ ଶକ୍ତି ମନ୍ତ୍ରୀ ଶ୍ରୀ ସ୍ୱତନ୍ତ୍ର ଦେବ୍ ସିଂହ, ଓଡ଼ିଶାର ଆଡଭୋକେଟ ଜେନେରାଲ ଶ୍ରୀ ପିତାମ୍ୱର ଆଚାର୍ଯ୍ୟ ଏବଂ ଶହ ଶହ ସାଧୁ ସନ୍ଥ ଯୋଗ ଦେଇଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’