Masthead

ସୁଖୋଇ-୩୦ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):  ଆସାମରେ ସୁଖୋଇ-୩୦ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ। ଆସାମର କାର୍ବି ଆଙ୍ଗଲଙ୍ଗ ଜିଲ୍ଲାରେ ଭାରତୀୟ ବାୟୁସେନାର ଏକ ସୁଖୋଇ-୩୦ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଗୁରୁବାର ସନ୍ଧ୍ୟାରେ ଏକ ପ୍ରଶିକ୍ଷଣ ମିସନରେ ଥିବା ଏହି ବିମାନଟି ଯୋରହାଟ ବାୟୁସେନା କେନ୍ଦ୍ରରୁ ଉଡ଼ାଣ ଭରିବାର କିଛି ସମୟ ପରେ ରାଡାର ସହ ସମ୍ପର୍କ ବିଚ୍ଛିନ୍ନ ହୋଇଯାଇଥିଲା। ବାୟୁସେନା ପକ୍ଷରୁ ଦିଆଯାଇଥିବା

ସୂଚନା ଅନୁଯାୟୀ, ବିମାନଟି ସନ୍ଧ୍ୟା ୭:୪୨ ମିନିଟରେ ଶେଷ ଥର ପାଇଁ ଯୋଗାଯୋଗରେ ଥିଲା ଏବଂ ଯୋରହାଟଠାରୁ ପ୍ରାୟ ୬୦ କିଲୋମିଟର ଦୂରରେ ଏହା ଦୁର୍ଘଟଣାଗ୍ରସ୍ତ ହୋଇଥିବା ସନ୍ଦେହ କରାଯାଉଛି । ବୋକାଜାନ ସବ୍-ଡିଭିଜନର ଚୋକିହୋଲା ଅଞ୍ଚଳର କିଛି ସ୍ଥାନୀୟ ବାସିନ୍ଦା ଏକ ଘଞ୍ଚ ଜଙ୍ଗଲ ମଧ୍ୟରେ ବିମାନଟି ପଡ଼ିଥିବା ଦାବି କରିବା ପରେ ବାୟୁସେନା ପକ୍ଷରୁ ତୁରନ୍ତ ସର୍ଚ୍ଚ ଓ ରେସ୍କ୍ୟୁ ଅପରେସନ ଆରମ୍ଭ କରାଯାଇଛି, ମାତ୍ର ବର୍ତ୍ତମାନ ସୁଦ୍ଧା ପାଇଲଟଙ୍କ ସମ୍ପର୍କରେ କୌଣସି ସୂଚନା ମିଳିପାରି ନାହିଁ।

ଏହି ଦୁର୍ଘଟଣାର ପ୍ରକୃତ କାରଣ ଜାଣିବା ପାଇଁ ବାୟୁସେନା ପକ୍ଷରୁ ଏକ ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ପ୍ରାୟ ଦୁଇ ଦଶନ୍ଧି ପୂର୍ବରୁ ବାୟୁସେନାରେ ସାମିଲ ହୋଇଥିବା ଏହି ଶକ୍ତିଶାଳୀ ଦୁଇଟି ଇଞ୍ଜିନ ବିଶିଷ୍ଟ ସୁଖୋଇ ବିମାନ ବ୍ରାହ୍ମୋସ ଭଳି ଅତ୍ୟାଧୁନିକ କ୍ଷେପଣାସ୍ତ୍ର ବହନ କରିବାରେ ସକ୍ଷମ । ବର୍ତ୍ତମାନ ସୁଦ୍ଧା ଘଟଣାସ୍ଥଳରେ ବାୟୁସେନା ଏବଂ ସ୍ଥାନୀୟ ପ୍ରଶାସନ ପକ୍ଷରୁ ବ୍ୟାପକ ତଲାସୀ ଜାରି ରହିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅଦିନରେ ରଥଯାତ୍ରା ଆଉ ନାହିଁ ଛାଡ୍ । 🔴 ଭିଜିଲାନ୍ସ ଜାଲରେ ITDA ସହକାରୀ ନିର୍ବାହୀ ଯନ୍ତ୍ରୀ 🔴 ଭୁବନେଶ୍ୱରରେ ହିଟ୍ ଇଣ୍ଡେକ୍ସ ୫୦ ଡିଗ୍ରି 🔴 ବଢିପାରେ ଖରା ଛୁଟି ? 🔴 ଆଜି ବିଶ୍ୱ ପରିବେଶ ଦିବସ 🔴 ଆଜି ବସିବ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ 🔴 କମ୍ ଶିକ୍ଷାଗତ ଯୋଗ୍ୟତା ଥିବା ପଦରେ ଅଧିକ ଶିକ୍ଷାଗତ ଯୋଗ୍ୟତା ଥିବା ପ୍ରାର୍ଥୀ ନିଯୁକ୍ତି ପାଇବେ ନାହିଁ : ସୁପ୍ରିମକୋର୍ଟ 🔴 ଆସୁଛି ଲଘୁଚାପ, ତାତିରୁ ମିଳିବ ଆଶ୍ୱସ୍ତି 🔴 ପୁଣି କାଠ ଯୋଡିରୁ ମହିଳାଙ୍କ ମୃତ ଦେହ ଉଦ୍ଧାର । 🔴 ମିଳିମିଳାର ତାଣ୍ଡବ, ଟୀକା ଅଭାବରୁ ଯାଉଛି ଜୀବନ 🔴 ଅଦିନରେ ରଥଯାତ୍ରା ଆଉ ନାହିଁ ଛାଡ୍ । 🔴 ଭିଜିଲାନ୍ସ ଜାଲରେ ITDA ସହକାରୀ ନିର୍ବାହୀ ଯନ୍ତ୍ରୀ 🔴 ଭୁବନେଶ୍ୱରରେ ହିଟ୍ ଇଣ୍ଡେକ୍ସ ୫୦ ଡିଗ୍ରି 🔴 ବଢିପାରେ ଖରା ଛୁଟି ? 🔴 ଆଜି ବିଶ୍ୱ ପରିବେଶ ଦିବସ 🔴 ଆଜି ବସିବ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ 🔴 କମ୍ ଶିକ୍ଷାଗତ ଯୋଗ୍ୟତା ଥିବା ପଦରେ ଅଧିକ ଶିକ୍ଷାଗତ ଯୋଗ୍ୟତା ଥିବା ପ୍ରାର୍ଥୀ ନିଯୁକ୍ତି ପାଇବେ ନାହିଁ : ସୁପ୍ରିମକୋର୍ଟ 🔴 ଆସୁଛି ଲଘୁଚାପ, ତାତିରୁ ମିଳିବ ଆଶ୍ୱସ୍ତି 🔴 ପୁଣି କାଠ ଯୋଡିରୁ ମହିଳାଙ୍କ ମୃତ ଦେହ ଉଦ୍ଧାର । 🔴 ମିଳିମିଳାର ତାଣ୍ଡବ, ଟୀକା ଅଭାବରୁ ଯାଉଛି ଜୀବନ