Masthead

ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି …

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ମଧ୍ୟପ୍ରାଚ୍ୟରେ ଦିନକୁ ଦିନ ଘନଉଛି ଯୁଦ୍ଧ। ଆଜିକୁ ୧୧ ଦିନ ହେଲାଣି ଇରାନ୍ ଓ ଆମେରିକା-ଇସ୍ରାଏଲ ମଧ୍ୟରେ ଯୁଦ୍ଧ ଚାଲିଛି। ହଜାର ହଜାର ଜୀବନ ଗଲାଣି। ଘମାଘଟ ଲଢେଇ ଗୁରୁତ୍ବପୂର୍ଣ୍ଣ ବୟାନ ରଖି ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍ କହିଛନ୍ତି, ଯୁଦ୍ଧ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଖୁବଶୀଘ୍ର ସମ୍ପୂର୍ଣ୍ଣ ସମାପ୍ତ ହେବାକୁ ଯାଉଛି । ଟ୍ରମ୍ପ ଦାବି କରିଛନ୍ତି, ଇରାନ ବିରୋଧରେ ଆମେରିକା-ଇସ୍ରାଏଲ ସେନାର ମିଳିତ ଅଭିଯାନ ପ୍ରାୟ ଅବସ୍ଥାରେ ପହଞ୍ଚିଛି । ଏହା ଭିତରେ ଇରାନ ସେନା ଶକ୍ତି ଦୁର୍ବଳ ହୋଇପଡ଼ିଛି।  ଇରାନର ନୌସେନା ନଷ୍ଟ ହୋଇଯାଇଥିବାବେଳେ ଏୟାରଫୋର୍ସ ଓ କମ୍ୟୁନିକେସନ୍ ସିଷ୍ଟମ୍ ବି ଭାଙ୍ଗିପଡ଼ିଛି । ଯୁଦ୍ଧ ଶେଷ କରିବା ବିଷୟରେ ଇସ୍ରାଏଲ ନେତାଙ୍କ ସହ ମିଶି ନିଷ୍ପତ୍ତି ନିଆଯିବ ।

ଇରାନକୁ ଚେତାବନୀ ଦେଇ ଟ୍ରମ୍ପ ଆହୁରି କହିଛନ୍ତି, ଇରାନ ଯଦି ଆକ୍ରମଣ କରିବାକୁ ଚେଷ୍ଟା କରେ ତେବେ ଆମେରିକା ଅଧିକ ଶକ୍ତିଶାଳୀ ପ୍ରତିଆକ୍ରମଣ କରିବ । ଟ୍ରମ୍ପ ଆହୁରି କହିଛନ୍ତି ଇସ୍ରାଏଲ ସହ ମିଶି ଦକ୍ଷତା ଓ ସୈନ୍ୟ ଶକ୍ତି ବଳରେ ଇରାନକୁ ଚୂରମାର କରିଛୁ । ଇରାନର ଡ୍ରୋନ୍ ଓ ମିସାଇଲ୍ ସାମର୍ଥ୍ୟକୁ ସମ୍ପୂର୍ଣ୍ଣ ରୂପେ ଧ୍ୱଂସ କରାଯାଇଛି । ସେମାନଙ୍କର ନୌସେନା ଶେଷ ହୋଇ ଯାଇଛି, ସବୁକିଛି ସମୁଦ୍ର ତଳେ ପଡ଼ିଛି । ଆମେ ଇରାନର ୪୬ଟି ଜାହାଜ ଧ୍ୱଂସ କରିସାରିଛୁ । ସେମାନଙ୍କର ଆତଙ୍କବାଦୀ ନେତାମାନେ ନିପାତ ହୋଇଛନ୍ତି । ସେମାନେ ସମ୍ପୂର୍ଣ୍ଣରୂପେ ନିପାତ ହେବା ପର୍ଯ୍ୟନ୍ତ ପ୍ରତିଟି ସମୟ ଗଣୁଛୁ । ଆମେ ଶତ୍ରୁକୁ ସମ୍ପୂର୍ଣ୍ଣ ଭାବେ ପରାସ୍ତ ନ କରିବା ପର୍ୟ୍ୟନ୍ତ ପଛଘୁଞ୍ଚା ଦେବୁନି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବାବୁଙ୍କ ଘରୁ ମିଳିଲାଣି ଅଧାକିଲୋ ସୁନା 🔴 ପୁଣି ରାଜନୀତିକୁ ନେଇ ମନ୍ତବ୍ୟ ଦେଲେ ପାଣ୍ଡିଆନ 🔴 ଆଜି ଆସୁଛନ୍ତି ରାଷ୍ଟ୍ରପତି 🔴 ସମ୍ବଲପୁରରେ ଶୀତଳଷଷ୍ଠୀର ଧୁମ୍ 🔴 ଆସନ୍ତାକାଲି ଓଡିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ 🔴 ଅନୁଗୁଳରେ ଡବଲ ଏନକାଉଣ୍ଟର 🔴 ଆସନ୍ତା ୨୨ ତାରିଖ ଯାଏଁ ପ୍ରବଳ ଛେଚିବ 🔴 ୪୦୨ରନ୍ ଭାରତକୁ ବିଜୟ ଦେଇପାରେ 🔴 ପାଠ୍ୟପୁସ୍ତକ ପ୍ରସ୍ତୁତି କର୍ତ୍ତା ଓଡ଼ିଶା ଓ ଓଡ଼ିଆ ବୁଝନ୍ତି ତ? 🔴 ପାଠ୍ୟପୁସ୍ତକ ତ୍ରୁଟି ଉପରେ ମୁଖ୍ୟମନ୍ତ୍ରୀଙ୍କ କଡା ଆଭିମୁଖ୍ୟ , ତଦନ୍ତ ପାଇଁ ଗଠନ ହେଲା ଉଚ୍ଚସ୍ତରୀୟ କମିଟି 🔴 ବାବୁଙ୍କ ଘରୁ ମିଳିଲାଣି ଅଧାକିଲୋ ସୁନା 🔴 ପୁଣି ରାଜନୀତିକୁ ନେଇ ମନ୍ତବ୍ୟ ଦେଲେ ପାଣ୍ଡିଆନ 🔴 ଆଜି ଆସୁଛନ୍ତି ରାଷ୍ଟ୍ରପତି 🔴 ସମ୍ବଲପୁରରେ ଶୀତଳଷଷ୍ଠୀର ଧୁମ୍ 🔴 ଆସନ୍ତାକାଲି ଓଡିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ 🔴 ଅନୁଗୁଳରେ ଡବଲ ଏନକାଉଣ୍ଟର 🔴 ଆସନ୍ତା ୨୨ ତାରିଖ ଯାଏଁ ପ୍ରବଳ ଛେଚିବ 🔴 ୪୦୨ରନ୍ ଭାରତକୁ ବିଜୟ ଦେଇପାରେ 🔴 ପାଠ୍ୟପୁସ୍ତକ ପ୍ରସ୍ତୁତି କର୍ତ୍ତା ଓଡ଼ିଶା ଓ ଓଡ଼ିଆ ବୁଝନ୍ତି ତ? 🔴 ପାଠ୍ୟପୁସ୍ତକ ତ୍ରୁଟି ଉପରେ ମୁଖ୍ୟମନ୍ତ୍ରୀଙ୍କ କଡା ଆଭିମୁଖ୍ୟ , ତଦନ୍ତ ପାଇଁ ଗଠନ ହେଲା ଉଚ୍ଚସ୍ତରୀୟ କମିଟି