Masthead

ହାତୀ ମୁହଁରୁ ବର୍ତ୍ତିଲେ ୩ ପରିବାର

ମୁନିଗୁଡ଼ା (ବଡ଼ ଖବର ବ୍ୟୁରୋ): ରାୟଗଡା ଜିଲ୍ଲା ମୁନିଗୁଡ଼ା ବନାଞ୍ଚଳ ଅଧିନସ୍ଥ ଅମ୍ବାଦଳା ବନ ସେକ୍ସନର ରଘୁବାରୀ ଓ ଇଛାପୁର ପଞ୍ଚାୟତର ବିଭିନ୍ନ ଗାଁରେ ଦୀର୍ଘ ଦିନ ହେବ ତାଣ୍ଡବ ମଚାଇ ରଖିଛନ୍ତି ଜଙ୍ଗଲୀ ହାତୀ । ସୀମାନ୍ତ କଳାହାଣ୍ଡି ଓ କନ୍ଧମାଳ ଜିଲ୍ଲା ଜଙ୍ଗଲରୁ ହାତୀପଲ ଆସିଥିବା ବନ ବିଭାଗ ପକ୍ଷରୁ କୁହାଯାଇଛି । ଉକ୍ତ ଦୁଇ ପଞ୍ଚାୟତର ବିଭିନ୍ନ ଗାଁ ଗୁଡିକର ଧାନ ଚାଷନଷ୍ଟ କରିବା ସହ ଇଚ୍ଛାପୁର ପଞ୍ଚାୟତର ପାହାଡ଼ ଉପରେ ଥିବା ଡେଡୀଙ୍ଗସୋର ଗାଁରେ ୩ ଆଦିବାସୀ ପରିବାରଙ୍କ ବାସ ଗୃହ ଭାଙ୍ଗି ଚୁରମାର କରି ଦେଇଥିବା ସୂଚନା ମିଳିଛି ।

ଡେଡୀଙ୍ଗସୋର ଗାଁର ସସେ ମାଝୀ, ପୋଟା ମାଝୀ ଓ ରାଓ ମାଝୀଙ୍କ ଗୃହ ନଷ୍ଟ କରିବା ସହ ଘରର ସମସ୍ତ ଆସବ ପତ୍ର ଓ ସଞ୍ଚୟ ଧାନ, ଚାଉଳ, ଟଙ୍କା ପଇସା ସହ ଅତ୍ୟାଶ୍ୟକୀୟ ଜିନିଷ ପତ୍ର ନଷ୍ଟ କରି ଦେଇଥିବା ପରିବାର ବର୍ଗ ଜଣାଇଛନ୍ତି । କୌଶଳ କ୍ରମେ ହାତୀର ମୁହଁରୁ ଖସିବାରେ ତିନି ପରିବାରର ୧୪ ଜଣ ସଦସ୍ୟ ସଫଳ ହୋଇଛନ୍ତି । ସେମାନେ ପାହାଡ଼ ତଳେ ଥିବା ବାମନଦେଓ ଗାଁରର ଧାନ ଖଳାରେ ରହିଛନ୍ତି । କ୍ଷୟକ୍ଷତି ଆକଳନ କରି ସହାୟତା ପ୍ରଦାନ କରିବାକୁ ଜିଲ୍ଲା ପ୍ରଶାସନକୁ ଗୁହାରି କରିଛନ୍ତି ପୀଡ଼ିତ ପରିବାର ବର୍ଗ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପାକିସ୍ତାନ ସୀମା ଜଗିବ ଆପାଚି 🔴 ଭାରତ ଆସିବେ ପାକିସ୍ତାନ ଖେଳାଳି 🔴 ବନ୍ୟାପାଣି ଘେରରେ ଜୀବନ 🔴 ଘାନାରେ ମୋଦିଙ୍କୁ ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ 🔴 ଅତି ପ୍ରବଳ ବର୍ଷା ନେଇ ୭ ଜିଲ୍ଲାକୁ ଆଲର୍ଟ 🔴 ଆତଙ୍କୀଙ୍କ ଆଡ୍ଡା ପାଲଟିଛି ଗଞ୍ଜାମ,୨୪ ଘଣ୍ଟା ମଧ୍ୟରେ ହୋଇଛି ୩ ହତ୍ୟାକାଣ୍ଡ 🔴 ରେଳଧାରଣାକୁ ଧସିଲା ମାଟି 🔴 ଜେଲ ଯିବେ ଶେଖ ହାସିନା 🔴 ପାଣି ଘେରରେ ଭୋଗରାଇ ବ୍ଳକର ୧୫ଟି ପଞ୍ଚାୟତର ୩୦ ଗାଁ 🔴 ଆଜିଠୁ ବାହୁଡ଼ା ପ୍ରସ୍ତୁତି, ଦକ୍ଷିଣ ମୋଡ଼ ନେବ ୩ ରଥ 🔴 ପାକିସ୍ତାନ ସୀମା ଜଗିବ ଆପାଚି 🔴 ଭାରତ ଆସିବେ ପାକିସ୍ତାନ ଖେଳାଳି 🔴 ବନ୍ୟାପାଣି ଘେରରେ ଜୀବନ 🔴 ଘାନାରେ ମୋଦିଙ୍କୁ ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ 🔴 ଅତି ପ୍ରବଳ ବର୍ଷା ନେଇ ୭ ଜିଲ୍ଲାକୁ ଆଲର୍ଟ 🔴 ଆତଙ୍କୀଙ୍କ ଆଡ୍ଡା ପାଲଟିଛି ଗଞ୍ଜାମ,୨୪ ଘଣ୍ଟା ମଧ୍ୟରେ ହୋଇଛି ୩ ହତ୍ୟାକାଣ୍ଡ 🔴 ରେଳଧାରଣାକୁ ଧସିଲା ମାଟି 🔴 ଜେଲ ଯିବେ ଶେଖ ହାସିନା 🔴 ପାଣି ଘେରରେ ଭୋଗରାଇ ବ୍ଳକର ୧୫ଟି ପଞ୍ଚାୟତର ୩୦ ଗାଁ 🔴 ଆଜିଠୁ ବାହୁଡ଼ା ପ୍ରସ୍ତୁତି, ଦକ୍ଷିଣ ମୋଡ଼ ନେବ ୩ ରଥ