Masthead

କରତକଳ ଉପରେ ଭିଜିଲାନ୍ସ ଚଢ଼ାଉ

ବାଲିପାଟଣା (ବଡ଼ ଖବର ବ୍ୟୁରୋ): ବାଲିପାଟଣା ବନଖଣ୍ଡ ଅଧିନ ଧାନହରା ଓ ଡେଙ୍ଗସ୍ଥିତ କରତକଳ ଉପରେ ବନବିଭାଗ ସ୍ପେଶାଲ ଭିଜିଲାନ୍ସ ସ୍କ୍ୱାର୍ଡର ଚଢ଼ାଉ । ସୋମବାର ସକାଳୁ ଚଢ଼ାଉ କରି ପ୍ରାୟ ୨୫ଲକ୍ଷରୁ ଅଧିକ ଟଙ୍କାର କାଠ ସାମଗ୍ରୀ ଓ ଯନ୍ତ୍ରପାତି ଜବତ କରିଛି ସ୍କ୍ୱାର୍ଡ । ଭୁବନେଶ୍ୱର ଭିଜିଲାନ୍ସ ବିଭାଗ ସହକାରୀ ବନସଂରକ୍ଷକ ବିଷ୍ଣୁ ଚରଣ ବେହେରାଙ୍କ ନେତୃତ୍ୱରେ ଏକ ଟିମ୍ ଖୋର୍ଦ୍ଧା ବନଖଣ୍ଡ ସହଯୋଗରେ ପ୍ରଥମେ ଧାନହରା ସ୍ଥିତ କରତକଳରେ ପହଞ୍ଚି ଚଢ଼ାଉ କରିଥିଲେ। ଚଢ଼ାଉ ସମୟରେ କାଠ ଚିରା ଯନ୍ତ୍ରାଂନ୍ସ, ଚିରା ହୋଇଥିବା କାଠ ଓ ୨ଟି ଟ୍ରାକ୍ଟର ଜବତ କରିଥିଲେ । ସେହିପରି ଡେଙ୍ଗସ୍ଥିତ ଦାମୀ କରତକଳ ଚଢାଉ କରି କାଠ ଚିରା ଯନ୍ତ୍ରାଂନ୍ସ ଓ କାଠ ଜବତ କରାଯାଇ ଭୁବନେଶ୍ୱର ନିଆଯାଇଛି । ଏହାର ଆନୁମାନିକ ମୂଲ୍ୟ ପ୍ରାୟ ୨୫ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଭୁବନେଶ୍ୱର ଭିଜିଲାନ୍ସ ବିଭାଗ ସହକାରୀ ବିଷ୍ଣୁ ଚରଣ ବେହେରା କହିଛନ୍ତି। ବାଲିପାଟଣା ବନାଞ୍ଚଳ ଅଧିକାରୀ ଜୟକୃଷ୍ଣ ଯଦୁମଣି ଦାସ, ଖୋର୍ଦ୍ଧା ବନାଞ୍ଚଳ ଅଧିକାରୀ ଅସିତ କୁମାର ମିଶ୍ର, ରଣପୁର ବନାଞ୍ଚଳ ଅଧିକାରୀ ଶରତ ଚନ୍ଦ୍ର ଶତପଥୀ, ଡେଲାଙ୍ଗ ବନାଞ୍ଚଳ ଅଧିକାରୀ ନିରଞ୍ଜନ ମହାପାତ୍ର ଘଟଣା ସ୍ଥଳରେ ଉପସ୍ଥିତ ଥିଲେ। ବନାଞ୍ଚଳ ବିଭାଗ ପକ୍ଷରୁ ୬ଟି ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି। ବାଲିପାଟଣା ଅଞ୍ଚଳରେ ଜନସଧାରଣଙ୍କ ସୁବିଧା ପାଇଁ ସରକାରୀ ସ୍ୱୀକୃତି ପ୍ରାପ୍ତ କରତକଳ ସ୍ଥାପନ ନିମନ୍ତେ ସାଧାରଣରେ ଦାବି ହେଉଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ