Masthead

ପଞ୍ଚାୟତ ଅଫିସ ସମ୍ମୁଖରେ ଗରା ବାଲଟି ଧରି ଧାରଣା

ବସ୍ତା(ବଡ଼ ଖବର ବ୍ୟୁରୋ): ପାଣି ପାଇଁ ପଞ୍ଚାୟତ ଅଫିସ୍ ସମ୍ମୁଖରେ ଗରା ବାଲଟି ଧରି ଧାରଣାରେ ବସିଲେ ଗ୍ରାମବାସୀ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ବସ୍ତା ବ୍ଲକ ରଘୁନାଥ ପୁର ପଞ୍ଚାୟତ ଅସ୍ତି ଗ୍ରାମରେ । ଗ୍ରାମରେ ୪୫୦ ରୁ ଅଧିକ ଲୋକ ବସବାସ କରନ୍ତି । ଲୋକଙ୍କ ପାଇଁ ୩ଟି ସରକାରୀ ନଳକୂପ ରହିଥିବା ବେଳେ ୩୦ରୁ ଅଧିକ ଘରୋଇ ନଳକୂପ ରହିଛି । ମାତ୍ର ପ୍ରତିବର୍ଷ ଭୂତଳ ଜଳ ନିମ୍ନଗାମୀ ହେଉଥିବାରୁ ସମସ୍ତ ନଳକୂପ ଅଚଳ ହୋଇ ପଡ଼ୁଛି ।

ପାଣି ସମସ୍ୟାର ସମାଧାନ ପାଇଁ ସ୍ଥାନୀୟ ଲୋକେ ଦୀର୍ଘ ୧୧ ମାସ ହେବ ସରପଞ୍ଚଙ୍କ ଠାରୁ ଆରମ୍ଭ କରି ବିଡ଼ିଓଙ୍କ ପର୍ଯ୍ୟନ୍ତ ଅଭିଯୋଗ କରିଆସୁଛନ୍ତି । ଲୋକଙ୍କ ଅଭିଯୋଗ ପାଇ ବସୁଧା ଯୋଜନାରେ ଗୋଟିଏ ପ୍ରକଳ୍ପ ବସାଯାଇଛି। ମାତ୍ର ଠିକାଦାରଙ୍କ ମନମୁଖି କାର୍ଯ୍ୟ ଏବଂ ବିଦ୍ୟୁତ ବିଭାଗରେ ମନମାନୀ ଯୋଗୁଁ ସେଥିରୁ ପାଣି ବାହାରୁନି । ଯାହା ଫଳରେ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଯାହାକୁ ନେଇ ଗ୍ରାମର ମହିଳାମାନେ ଗରା ବାଲଟି ଧରି ପଞ୍ଚାୟତ ଅଫିସ୍ ସମ୍ମୁଖରେ ଧାରଣାରେ ବସିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’