Masthead

ଇରାନ ତେଲ ଏବଂ ୟୁରାନିୟମ ଉପରେ ଟ୍ରମ୍ପଙ୍କ ଆଖି

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଇରାନ ତେଲ ଏବଂ ୟୁରାନିୟମ ଉପରେ ଆଖି ପକାଇଛନ୍ତି ଡୋନାଲ୍ଡ ଟ୍ରମ୍ପ । ଇରାନ ତେଲ ହାସଲ କରିବାକୁ ଚାହୁଁଥିବା କହିଛନ୍ତି ଆମେରିକା ରାଷ୍ଟ୍ରପତି । ଏହା ସହିତ ଖାର୍ଗ ଏବଂ ହୋର୍ମୁଜ କବଜା କରିବେ ବୋଲି କହିଛନ୍ତି । ଇରାନର ତେଲ ନେବାକୁ ଚାହୁଁଥିବା କହିଛନ୍ତି ଡୋନାଲ୍ଡ ଟ୍ରମ୍ପ । ସେପଟେ ତେହେରାନର ଆର୍ଥିକ ମେରୁଦଣ୍ଡ ଭାଙ୍ଗିବାକୁ ହ୍ୱାଇଟ୍ ହାଉସ୍ର ରଣନୀତି ପ୍ରସ୍ତତ କରିଛି । ଇରାନର ସ୍ଥଳ ଭାଗରେ ଆକ୍ରମଣ ପାଇଁ ଆମେରିକା ପ୍ରସ୍ତୁତି ଚୂଡ଼ାନ୍ତ କରିଛି । ହୋର୍ମୁଜ ପ୍ରଣାଳୀକୁ ମୁକ୍ତ ପାଇଁ ମେରାଇନ୍ କମାଣ୍ଡୋ ମୁତୟନ ହୋଇଛି ।​​​​​​​

ରବିବାର ଫାଇନାନ୍ସିଆଲ୍ ଟାଇମ୍ସକୁ ସାକ୍ଷାତକାର ଦେଇ ଟ୍ରମ୍ପ୍ କହିଛନ୍ତି ଯେ, ସେମାନେ ଇରାନର ତେଲ ନେବାକୁ ଚେଷ୍ଟା କରିବେ । ଖାର୍ଗ ଦ୍ୱୀପ ଉପରେ ୟୁଏସ କବଜା କରିବା ନେଇ ସେ ସଙ୍କେତ ଦେଇଛନ୍ତି । ଟ୍ରମ୍ପଙ୍କ ଏହି ବୟାନ ଉଭୟ ଦେଶ ମଧ୍ୟରେ ଚାଲିଥିବା କୂଟନୈତିକ ସ୍ତରର ଆଲୋଚନା ମଧ୍ୟରେ ସାମ୍ନାକୁ ଆସିଛି । ଟ୍ରମ୍ପ୍ ନିଜେ ଉଭୟ ପରୋକ୍ଷ ଏବଂ ପ୍ରତ୍ୟକ୍ଷ ଭାବେ ଦୁଇ ଦେଶ ମଧ୍ୟରେ ଆଲୋଚନା ଚାଲିଥିବା ନେଇ ପ୍ରକାଶ କରିଛନ୍ତି । ଟ୍ରମ୍ପ୍ କହିଛନ୍ତି ଯେ, ସତ କହିବାକୁ ଗଲେ ସେ ଇରାନର ତେଲ ନେବା ତାଙ୍କର ଭାରି ପସନ୍ଦ । ଦେଶର ସମସ୍ତ ତେଲ ଉତ୍ପାଦନ କେନ୍ଦ୍ର, ଖାର୍ଗ ଦ୍ୱୀପ ଉପରେ କବଜା କରିବା ପାଇଁ ଆମେରିକା ଯୋଜନା କରୁଛି ।

ଟ୍ରମ୍ପ ଆହୁରି କହିଛନ୍ତି ଯେ, ଇରାନରୁ ୧୦୦୦ ପାଉଣ୍ଡର ୟୁରାନିୟମ ବାହାର କରିବା ପାଇଁ ଏକ ସାମରିକ ଅଭିଯାନ ବାବଦରେ ସେ ବିଚାର କରୁଛନ୍ତି । ଏହା ଏକ ଜଟିଳ ଏବଂ ଚ୍ୟାଲେଞ୍ଜପୂର୍ଣ୍ଣ ମିଶନ୍ ଅଟେ । ଯେଉଁଥିରେ ଆମେରିକା ସେନା ସମ୍ଭବତଃ ଅନେକ ଦିନ ପାଇଁ ଇରାନ ମଧ୍ୟରେ ରହିପାରେ । ଇରାନ ପାଖରେ ସେପରି କିଛି ସୁରକ୍ଷା ବ୍ୟବସ୍ଥା ନାହିଁ । ଆମେରିକା ଅତି ସହଜରେ ଏସବୁକୁ କବଜା କରିଦେବ ବୋଲି ଟ୍ରମ୍ପ୍ ଆଶା କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୧୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି 🔴 ଦିଲ୍ଲୀ ବିଲ୍ଡିଂ ଟ୍ରାଜେଡି, ୬ମୃତ 🔴 PUCC ବୀମା ନଥିଲେ ଧରିବ ଇ ଡିଟେକ୍ସନ 🔴 ଆହୁରି ତୀବ୍ର ହେଲା ଇରାନ୍-ଆମେରିକା ଯୁଦ୍ଧ 🔴 ୯ ତାରିଖରୁ ରାଜ୍ୟରେ ବଢ଼ିବ ବର୍ଷା 🔴 ସର୍ପାଘାତ ପରେ ସାପକୁ ଧରି ହସ୍ପିଟାଲ ପହଞ୍ଚିଲେ ଯୁବକ 🔴 ଛାତ୍ର ଦୁର୍ଘଟଣା ସହାୟତାକୁ ନେଇ ନୂଆ ନିର୍ଦ୍ଦେଶାବଳୀ 🔴 ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା 🔴 ପ୍ୟାସେଞ୍ଜର ବିମାନ ଉଡ଼ାଇବେ ଅଭିନନ୍ଦନ 🔴 ଭୋଟର ଲିଷ୍ଟରୁ ରାଘବ ଚଢ଼ାଙ୍କ ନାଁ ଗାଏବ 🔴 ୧୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି 🔴 ଦିଲ୍ଲୀ ବିଲ୍ଡିଂ ଟ୍ରାଜେଡି, ୬ମୃତ 🔴 PUCC ବୀମା ନଥିଲେ ଧରିବ ଇ ଡିଟେକ୍ସନ 🔴 ଆହୁରି ତୀବ୍ର ହେଲା ଇରାନ୍-ଆମେରିକା ଯୁଦ୍ଧ 🔴 ୯ ତାରିଖରୁ ରାଜ୍ୟରେ ବଢ଼ିବ ବର୍ଷା 🔴 ସର୍ପାଘାତ ପରେ ସାପକୁ ଧରି ହସ୍ପିଟାଲ ପହଞ୍ଚିଲେ ଯୁବକ 🔴 ଛାତ୍ର ଦୁର୍ଘଟଣା ସହାୟତାକୁ ନେଇ ନୂଆ ନିର୍ଦ୍ଦେଶାବଳୀ 🔴 ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା 🔴 ପ୍ୟାସେଞ୍ଜର ବିମାନ ଉଡ଼ାଇବେ ଅଭିନନ୍ଦନ 🔴 ଭୋଟର ଲିଷ୍ଟରୁ ରାଘବ ଚଢ଼ାଙ୍କ ନାଁ ଗାଏବ