Masthead

ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ

ଯୁଯୁମୁରା(ବଡ଼ ଖବର ବ୍ୟୁରୋ): ଅଗ୍ନି ଦେବତାଙ୍କୁ ସାକ୍ଷୀରଖି କଥା ଦେଇଥିଲେ ସାତ ଜନ୍ମର ସାଥୀ ହୋଇ ରହିବେ । ସାତ ଜନ୍ମତ ଦୂରର କଥା, ଗୋଟିଏ ଜୀବନରେ ମଧ୍ୟ ସମ୍ଭବ ହେଲା ନାହିଁ । ଯାହାକୁ ଭରସା କରି ଘର ସଂସାର କରିଥିଲେ ପାର୍ବତୀ ତା’ରି ହାତରେ ତାଙ୍କର ଜୀବନ ଯାଇଛି । ଏଭଳି ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ଯୁଯୁମୁରା ଥାନା ମେଘପାଲ୍ ପଞ୍ଚାୟତର ଘୁସୁରିଆବହାଲ୍ ଗାଁରେ ।

ସନ୍ଧ୍ୟାରେ ଘୁସୁରିଆବହାଲ୍ ଗାଁର ପ୍ରମୋଦ ଭାଇଂସା (୪୮) ଏବଂ ତାଙ୍କ ସ୍ତ୍ରୀ ପାର୍ବତୀ (୪୫)ଙ୍କ ମଧ୍ୟରେ କୌଣସି କାରଣରୁ ଝଗଡ଼ା ହୋଇଥିଲା । ପ୍ରମୋଦ ରାଗରେ ଉତ୍ତ୍ୟକ୍ତ ହୋଇ ସ୍ତ୍ରୀ ପାର୍ବତୀଙ୍କୁ ମାଡପିଟ୍ କରିବା ସହ ଟାଙ୍ଗିଆରେ ମୁଣ୍ଡକୁ ହାଣି ଦେଇଥିଲେ । ଗ୍ରାମବାସୀଙ୍କ କହିବା ଅନୁସାରେ ପାର୍ବତୀ ଆହତ ହୋଇଥିଲେ ମଧ୍ୟ ମଙ୍ଗଳବାର ସକାଳୁ ଉଠି ଚଲାବୁଲା କରିଥିଲେ। ଏହି ସମୟରେ ପ୍ରମୋଦ କାମ ପାଇଁ ବାହାରକୁ ଚାଲିଯାଇଥିଲେ । ସନ୍ଧ୍ୟାରେ ଘରକୁ ଫେରିବା ସମୟରେ ପାର୍ବତୀଙ୍କ ମୃତ୍ୟୁ ହୋଇଥିବା ସେ ଦେଖିଲେ। ଏ ସମ୍ପର୍କରେ ଖବର ପାଇ ରେଢାଖୋଲ ଏସଡ଼ିପିଓ ହାଡିବଂଧୁ ସ୍ୱାଇଁ, ଯୁଯୁମୁରା ଥାନା ଅଧିକାରୀ ରାଜକୁମାର ବିଶ୍ୱାଳ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ମୃତ ପାର୍ବତୀଙ୍କ ୧୬ ଓ ୮ ବର୍ଷର ଦୁଇଝିଅ ଅଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ