Masthead

ଲୁଧିଆନାରେ ଗ୍ୟାସ ଲିକ, ୧୧ ମୃତ

ଲୁଧିଆନା (ବଡ଼ ଖବର ବ୍ୟୁରୋ): ପଞ୍ଜାବର ଲୁଧିଆନାରେ ଗ୍ୟାସ ଲିକ ଯୋଗୁଁ ୧୧ ଜଣଙ୍କ ମୃତୁ୍ୟ ହୋଇଛି । ଆଉ ୧୧ ଜଣ ଗୁରୁତର ହୋଇ ଡ଼ାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଲୁଧିଆନାର ଜିଆସପୁରା ଅଞ୍ଚଳରେ ଥିବା ଏକ କାରଖାନାରେ ଏହି ଘଟଣା ଘଟିଛି । ଖବର ପାଇ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ ଓ ଦମକଳ ବାହିନୀ ଆମ୍ବୁଲାନ୍ସ ସହ ପହଞ୍ଚିଛନ୍ତି । ଏନଡ଼ିଆରଏଫର ଏକ ଟିମ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିଲା ।

କେଉଁ ପ୍ରକାର ଗ୍ୟାସ ଲିକ ହୋଇଛି ଜିଲ୍ଲା ପ୍ରଶାସନ ତଦନ୍ତ ଚଳାଇଛି । ମୃତବ୍ୟକ୍ତିଙ୍କ ନିକଟ ସର୍ମ୍ପକୀୟଙ୍କୁ ୨ ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଘୋଷଣା କରାଯାଇଛି । କେମିକାଲ ରିଆକ୍ସନ ଯୋଗୁଁ ବିଷାକ୍ତ ଗ୍ୟାସ କାରଖାନା ସାରା ଭରି ଯାଇଥିଲା । କାର୍ଯ୍ୟରତ ଶ୍ରମିକମାନେ ପ୍ରଥମେ ଅସୁସ୍ଥ ହୋଇପଡ଼ିଥିଲେ । ପରେ ସେମାନଙ୍କ ମଧ୍ୟରୁ୧୧ ଜଣଙ୍କ ମୃତ୍ୟୁ ହୋଇଛି । ରଜ୍ୟ ସରକାର ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ