Masthead

ମୃତ୍ୟୁର ୨ ଦିନ ପରେ ବି ଶବକୁ ମିଳୁନି ଶ୍ମଶାନ

ରାଇଘର (ବଡ଼ ଖବର ବ୍ୟୁରୋ): ଉମରକୋଟ ବ୍ଲକ କୋପେନା ପଂଚାୟତ ଅଣ୍ଡ୍ରି ଗ୍ରାମରେ ଶ୍ମଶାନରେ ଶବକୁ ମିଳୁ ନାହିଁ ସ୍ଥାନ। ଧର୍ମ ପରିବର୍ତ୍ତନ କରିଥିବା ଯୋଗୁଁ ଗାଁ ଶ୍ମଶାନରେ ଶବକୁ ମିଳୁନାହିଁ ସ୍ଥାନ। ନିଜ ମୂଳଧର୍ମ ଛାଡି ଅନ୍ୟ ଧର୍ମ ଗ୍ରହଣ କରିବାରୁ ଶବକୁ ସତ୍କାର ପାଇଁ ନିଜ ଗାଁ ଜାଗା ଦେଉନାହାନ୍ତି ହିନ୍ଦୁ ଧର୍ମାଲମ୍ବୀ । ଏଭଳି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ କୋପେନା ପଂଚାୟତ ଅଣ୍ଡ୍ରି ଗ୍ରାମରେ। ଗ୍ରାମରେ ନିଜ ମୂଳ ଧର୍ମ ଛାଡି ଅନ୍ୟ ଧର୍ମ ଗ୍ରହଣ କରିଥିବା ପରିବାର ଜଣେ ମହିଳା ମାଣିକ ସାନ୍ତାଙ୍କ ଗତ ସୋମବାର ଦିନ ସନ୍ଧ୍ୟା ୭ ଘଣ୍ଟିକାରେ ମୃତ୍ୟ ହୋଇଥିଲା।

ହେଲେ ଦୀର୍ଘ ୩୬ ଘଣ୍ଟା ହେଲା ଘରେ ପଡିରହିଛି ଶବ। ଗ୍ରାମବାସୀଙ୍କ ଗୋଟିଏ ଜିଦ ଅନ୍ୟ ଧର୍ମର ଲୋକଙ୍କ ପାଇଁ ଆମେ ଗାଁ ଶ୍ମଶାନରେ ଜାଗା ଦେବୁନାହଁ । ଯଦି ହିନ୍ଦୁ ରୀତି ନୀତି ଅନୁଯାୟୀ ଶବକୁ ସତ୍କାର କରିବେ ତା ହେଲେ ସ୍ମଶାନରେ ଜାଗା ଦେବୁ ବୋଲି କହୁଛନ୍ତି । ଘଟଣାସ୍ଥଳରେ ଉମରକୋଟ ପୋଲିସ ତହସିଲଦାର ଓ ବ୍ଲକ ଉନ୍ନୟନ ଅଧିକାରୀ ଉପସ୍ଥିତ ରହି ଲୋକଙ୍କୁ ବୁଝାସୁଝା କରୁଥିବା ବେଳେ ସମସ୍ତ ଅଟଳ ଅଛନ୍ତି । ଅନ୍ୟପଟେ ମୃତ ପରିବାର ଲୋକଙ୍କ କହିବା ହେଲା ଆମେ ଦୀର୍ଘ ଦିନ ହେଲା ଗ୍ରାମରେ ବସବାସ କରୁଛୁ ତେଣୁ ଆମ ମୌଳିକ ଅଧିକାରକୁ ଚପାଇ ଦେବାକୁ ଅନ୍ୟ ପକ୍ଷର ଲୋକେ ଉଦ୍ୟମ କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ମୃତକଙ୍କ ପରିବାର। ତେବେ ବର୍ତ୍ତମାନ ପର୍ୟ୍ୟନ୍ତ ଘରେ ଶବ ପଡ଼ି ରହିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦିଲ୍ଲୀରେ ଦୁଇମୁଖୀ ପ୍ରତିବାଦ, ସିଜେପି ସହ କୃଷକଙ୍କ ଆନ୍ଦୋଳନ 🔴 ସୁନା ବେଶରେ ଦର୍ଶନ ଦେଉଛନ୍ତି ମା’ 🔴 ରୁଷ୍‌ର ମିସାଇଲ ମାଡ, ୪ଭାରତୀୟ ମୃତ 🔴 ଓଏସଆରଟିସି ଜଗନ୍ନାଥ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ 🔴 ଆଜି ଶରଧାବାଲିରେ ତିନି ରଥଙ୍କ ଦକ୍ଷିଣ ମୋଡ଼ 🔴 ମଝି ନଦୀରୁ ଟାୱାର ଉପରୁ ଉଦ୍ଧାର ହେଲେ ଯୁବକ 🔴 ବାଦଲ ଫଟା ବର୍ଷା, ଗଲାଣି ୪୩ରୁ ଅଧିକ ଲୋକଙ୍କ ଜୀବନ 🔴 ଜଗତ ଦେଖିବ ଜଗାର କଳି 🔴 ୬ ଜିଲ୍ଲାରେ ପ୍ରବଳ ବର୍ଷା ଆଲର୍ଟ 🔴 ଭୟାବହ ବନ୍ୟାରେ ଥରହର ଜମ୍ମୁ-କାଶ୍ମୀର, ୧୧ ମୃତ 🔴 ଦିଲ୍ଲୀରେ ଦୁଇମୁଖୀ ପ୍ରତିବାଦ, ସିଜେପି ସହ କୃଷକଙ୍କ ଆନ୍ଦୋଳନ 🔴 ସୁନା ବେଶରେ ଦର୍ଶନ ଦେଉଛନ୍ତି ମା’ 🔴 ରୁଷ୍‌ର ମିସାଇଲ ମାଡ, ୪ଭାରତୀୟ ମୃତ 🔴 ଓଏସଆରଟିସି ଜଗନ୍ନାଥ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ 🔴 ଆଜି ଶରଧାବାଲିରେ ତିନି ରଥଙ୍କ ଦକ୍ଷିଣ ମୋଡ଼ 🔴 ମଝି ନଦୀରୁ ଟାୱାର ଉପରୁ ଉଦ୍ଧାର ହେଲେ ଯୁବକ 🔴 ବାଦଲ ଫଟା ବର୍ଷା, ଗଲାଣି ୪୩ରୁ ଅଧିକ ଲୋକଙ୍କ ଜୀବନ 🔴 ଜଗତ ଦେଖିବ ଜଗାର କଳି 🔴 ୬ ଜିଲ୍ଲାରେ ପ୍ରବଳ ବର୍ଷା ଆଲର୍ଟ 🔴 ଭୟାବହ ବନ୍ୟାରେ ଥରହର ଜମ୍ମୁ-କାଶ୍ମୀର, ୧୧ ମୃତ