Masthead

ଆମେରିକାର ଶାନ୍ତି ଆଲୋଚନାକୁ ଇରାନର ପ୍ରତ୍ୟାଖ୍ୟାନ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):  ଯୁଦ୍ଧ ନିଆଁରେ ଆହୁରି ଜଳିବ ମଧ୍ୟପ୍ରାଚ୍ୟ । ଆମେରିକାର ଶାନ୍ତି ଆଲୋଚନାକୁ ପ୍ରତ୍ୟାଖ୍ୟାନ କରିଛି ଇରାନ । ପାକିସ୍ତାନରେ ହେବାକୁ ଥିବା ଦ୍ବିତୀୟ ପର୍ଯ୍ୟାୟ ଯୁଦ୍ଧ ବିରତି ଆଲୋଚନାକୁ ପ୍ରତ୍ୟାଖ୍ୟାନ କରିଛି ଇରାନ । ବୈଠକରେ ଭାଗ ନେବାକୁ ସିଧା ସିଧା ମନା କରିଦେଇଛି । ଏଥିପାଇଁ ସେ ଆମେରିକାକୁ ଦାୟୀ କରିଛି । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଅତ୍ୟଧିକ ଦାବି ଏବଂ ଅସ୍ତ୍ରବିରତି ଉଲ୍ଲଙ୍ଘନ ପାଇଁ ଶାନ୍ତି ଆଲୋଚନାରୁ ଇରାନ ଦୂରେଇ ରହିବ ବୋଲି ସ୍ପଷ୍ଟ କରିଛି ।

ଇରାନର ସରକାରୀ ସମ୍ବାଦ ସଂସ୍ଥା IRNA ପକ୍ଷରୁ କୁହାଯାଇଛି, ବର୍ତ୍ତମାନ ପରିସ୍ଥିତିରେ ଦୁଇ ଦେଶ ମଧ୍ୟରେ ଆଗାମୀ ଆଲୋଚନା ପାଇଁ କୌଣସି ଯୋଜନା ନାହିଁ । ଆମେରିକା ଅତ୍ୟଧିକ ଦାବି, ବଦଳୁଥିବା ଯୁଦ୍ଧ ସ୍ଥିତି, ନିରନ୍ତର ମତବାତ, ଆମେରିକା ନୌସେନାର ନାକାବନ୍ଦୀ ଏବଂ ହର୍ମୁଜ ଇରାନ ଜାହାଜକୁ ଆକ୍ରମଣ ଯୁଦ୍ଧ ବିରତି ଆଲୋଚନାରେ ବାଧକ । ଏହାଛଡ଼ା ଯୁଦ୍ଧ ଘନଘଟା ଭିତରେ ବର୍ତ୍ତମାନ ପରିବେଶ ସକାରାତ୍ମକ ନୁହେଁ ଏବଂ ଏଥିରୁ କୌଣସି ଫଳପ୍ରଦ ନିଷ୍କର୍ସ ବାହାରିବାର ସ୍ପଷ୍ଟ ସମ୍ଭାବନା ଦେଖାଯାଉନାହିଁ ବୋଲି କହିଛି ତେହରାନ । ସେପଟେ ପାକିସ୍ତାନର ଇସଲାମାବାଦରେ ଦ୍ବିତୀୟ ପର୍ଯ୍ୟାୟ ଆଲୋଚନା ହେବ ବୋଲି ଯେଉଁ ଖବର ଆସୁଥିଲା, ତାହାକୁ ମଧ୍ୟ IRNA “ମିଡିଆ ଗେମ୍” ବୋଲି କହି ଖଣ୍ଡନ କରିଛି ।

ପାକିସ୍ତାନରେ ଥିବା ଇରାନର ରାଷ୍ଟ୍ରଦୂତ ରେଜା ଆମିରି ମୋଘାଦାମ କହିଛନ୍ତି, ଆମେରିକା ଆନ୍ତର୍ଜାତୀୟ ଆଇନ ଉଲ୍ଲଂଘନ କରି ଚାପ ସୃଷ୍ଟି କରୁଛି । ନୌସେନା ନାକାବନ୍ଦୀ ଚାଲିଥିବା ପର୍ଯ୍ୟନ୍ତ କୌଣସି ଶାନ୍ତି ହେବା ନାହିଁ ବୋଲି ସେ ସ୍ପଷ୍ଟ ଭାବେ କହିଛନ୍ତି । ପାକିସ୍ତାନରେ ପୁଣି ଥରେ ଶାନ୍ତି ଆଲୋଚନା ପାଇଁ ବୈଠକ ବସିବାର ସମ୍ଭାବନା ଥିଲା । ଆମେରିକାର ଉପରାଷ୍ଟ୍ରପତି  ଜେ ଡି ଭାନ୍ସଙ୍କ ନେତୃତ୍ୱରେ ଦେଶର  ପ୍ରତିନିଧି ମଣ୍ଡଳୀ ସୋମବାର ସନ୍ଧ୍ୟାରେ  ଇସଲାମାବାଦରେ ପହଞ୍ଚିଥାନ୍ତେ । କିନ୍ତୁ  ଇରାନ ଏହି ଶାନ୍ତି ଆଲୋଚନାରେ ସାମିଲ ହେବାକୁ ସିଧା ସିଧା ମନା କରିଦେଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା