Masthead

ଆଜିଠୁ ଆରମ୍ଭ ହେବ ରତ୍ନଭଣ୍ଡାର ଅଳଙ୍କାରର ଗଣତି ମଣତି

ପୁରୀ (ବଡ଼ ଖବର ବ୍ୟୁରୋ): ଆଜିଠୁ ପୁଣି ଥରେ ଖୋଲିବ ବଡ଼ଦେଉଳ ରତ୍ନ ଭଣ୍ଡାର । ଭିତର ରତ୍ନଭଣ୍ଡାର ଖୋଲି ଅଧା ରହିଥିବା ଗଣତିମଣତି ପ୍ରକ୍ରିୟା ପୁଣି ଆଗେଇବ । ଆଜି ଓ ଆସନ୍ତାକାଲି ଦୁଇଦିନ ଧରି ରତ୍ନ ଅଳଙ୍କାରର ଗଣତି ମଣତି କାର୍ଯ୍ୟ କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି । ମହାପ୍ରଭୁଙ୍କ ବାହାର ଚନ୍ଦନ ଯାତ୍ରା ପାଇଁ ଗଣତି ମଣତି କାର୍ଯ୍ୟ ସ୍ଥଗିତ ରଖାଯାଇଥିଲା । ଠାକୁରଙ୍କ ନୀତି କାନ୍ତିରେ ଯେଭଳି କୌଣସି ସମସ୍ୟା ସୃଷ୍ଟି ହେବ ନାହିଁ ସେଥିପାଇଁ ଗଣତି ମଣତି କାର୍ଯ୍ୟ ବନ୍ଦ ରଖାଯାଇଥିଲା ।

ଭିତର ଭଣ୍ଡାର ଗଣତି ପ୍ରକ୍ରିୟା ପୂର୍ବ ନିର୍ଦ୍ଧାରିତ ଏସ୍ଓପି ଆଧାରରେ ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ । ପୂର୍ବରୁ ୯ ଦିନ ଧରି ଗଣତିମଣତି ଚାଲିଥିଲା । ଦଶମ ଦିନ ନିମନ୍ତେ ଗଣତିମଣତି କାମ ଆଗେଇବ । ଭିତର ଭଣ୍ଡାରରେ ପ୍ରାୟ ୧୨୦ରୁ ଅଧିକ ପ୍ରକାରର ରତ୍ନ ଅଳଙ୍କାର ଗଣତିମଣତି ହୋଇଥିଲା । ଅର୍ଥାତ୍ ଭିତର ଭଣ୍ଡାରରେ ପ୍ରାୟ ୨୦ ପ୍ରତିଶତ ଗଣତିମଣତି କାର୍ଯ୍ୟ ସରିଛି । ୯ ଦିନର ଗଣତିରୁ ଭିତର ଭଣ୍ଡାରରେ ୪ ଦିନ ଧରି ଗଣତିମଣତି ହୋଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆସୁଛି ଆଉ ଏକ ଲଘୁଚାପ 🔴 ଆଣ୍ଡାମାନ ସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ 🔴 ଭିଜିଲାନ୍ସ ଜାଲରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ 🔴 ଗର୍ଭବତୀ ମହିଳାଙ୍କୁ ଉଦ୍ଧାର କରିବାକୁ ଯାଇ ନଦୀରେ ଓଲଟିଲା ବୋଟ 🔴 ବୈତରଣୀରେ ପୁଣି ବନ୍ୟା, ବିପଦ ସଙ୍କେତ ଉପରେ ଜଳ ପ୍ରବାହ.. 🔴 ଏସୀୟ କ୍ରୀଡ଼ାରେ ଭାରତର ଆଉ ଏକ ଗୋଲ୍ଡ , କବାଡ଼ିରେ ଚମକିଲା ମହିଳା ଟିମ୍ 🔴 ବଢୁଛି ସୁବର୍ଣ୍ଣରେଖା ନଦୀର ଜଳସ୍ତର! 🔴 ପୁଣି ଏକ ଡଲଫିନର ମୃତଦେହ ଉଦ୍ଧାର, ଦୁଇ ଦିନରେ ମିଳିଲା ୨ଟି 🔴 କାଠ ମାଫିଆଙ୍କ କବ୍ଜାରେ କୁଳଡିହା ଅଭୟାରଣ୍ୟ,ସୁରକ୍ଷା ନେଇ ଉଠିଲା ପ୍ରଶ୍ନ 🔴 ସିକ୍କିମରେ ପ୍ରବଳ ବର୍ଷାକୁ ନେଇ ବଡ଼ ଭୂସ୍ଖଳନ, ଅନେକ ଘର କ୍ଷତିଗ୍ରସ୍ତ 🔴 ଆସୁଛି ଆଉ ଏକ ଲଘୁଚାପ 🔴 ଆଣ୍ଡାମାନ ସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ 🔴 ଭିଜିଲାନ୍ସ ଜାଲରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ 🔴 ଗର୍ଭବତୀ ମହିଳାଙ୍କୁ ଉଦ୍ଧାର କରିବାକୁ ଯାଇ ନଦୀରେ ଓଲଟିଲା ବୋଟ 🔴 ବୈତରଣୀରେ ପୁଣି ବନ୍ୟା, ବିପଦ ସଙ୍କେତ ଉପରେ ଜଳ ପ୍ରବାହ.. 🔴 ଏସୀୟ କ୍ରୀଡ଼ାରେ ଭାରତର ଆଉ ଏକ ଗୋଲ୍ଡ , କବାଡ଼ିରେ ଚମକିଲା ମହିଳା ଟିମ୍ 🔴 ବଢୁଛି ସୁବର୍ଣ୍ଣରେଖା ନଦୀର ଜଳସ୍ତର! 🔴 ପୁଣି ଏକ ଡଲଫିନର ମୃତଦେହ ଉଦ୍ଧାର, ଦୁଇ ଦିନରେ ମିଳିଲା ୨ଟି 🔴 କାଠ ମାଫିଆଙ୍କ କବ୍ଜାରେ କୁଳଡିହା ଅଭୟାରଣ୍ୟ,ସୁରକ୍ଷା ନେଇ ଉଠିଲା ପ୍ରଶ୍ନ 🔴 ସିକ୍କିମରେ ପ୍ରବଳ ବର୍ଷାକୁ ନେଇ ବଡ଼ ଭୂସ୍ଖଳନ, ଅନେକ ଘର କ୍ଷତିଗ୍ରସ୍ତ