Masthead

ବ୍ରହ୍ମପୁରରେ ଏନକାଉଣ୍ଟର

ଗଞ୍ଜାମ(ବଡ଼ ଖବର ବ୍ୟୁରୋ): ଗିରି ରୋଡରେ ଯୁବକଙ୍କୁ ମାଡ଼ ଘଟଣା । ବ୍ରହ୍ମପୁର ପୋଲିସର ଏନକାଉଣ୍ଟର । ଘଟଣାର ମୁଖ୍ୟ ଅଭିଯୁକ୍ତ ମୁକେଶ ସାହୁର ଏନକାଉଣ୍ଟର କଲା ପୋଲିସ । ଟାମଣା ରୋଡ଼ରେ ଟାଉନ ଥାନା ପୋଲିସର ଏନକାଉଣ୍ଟର । ଅଭିଯୁକ୍ତର ୨ ଆଣ୍ଠୁ ଓ ହାତରେ ଗୁଳି ବାଜିଥିବା ସୂଚନା । ଅଭିଯୁକ୍ତ ମୁକେଶ ସାହୁ MKCG ହସ୍ପିଟାଲରେ ଭର୍ତ୍ତି । ବୁଧବାର ରାତି ୧୨ଟାରେ ତାମଣା ଘାଟିରେ ବ୍ରହ୍ମପୁର ଟାଉନ୍ ଥାନା ପୁଲିସ ସହ ମୁହାଁମୁହିଁ ହେବା ପରେ ପ୍ରଥମେ ମୁଫତେଶ ପୁଲିସ ଉପରକୁ ଗୁଳି ଚଳାଇଥିଲା ।

ପୁଲିସ ତାକୁ ସେହିଠାରେ ଏନ୍‌କାଉଣ୍ଟର କରିଥିଲା । ମୁଫତେଶର ହାତ ଓ ଦୁଇ ଆଣ୍ଠୁରେ ଗୁଳି ବାଜିବାରୁ ସେ ସେହିଠାରେ ଟଳିପଡ଼ିଥିଲା । ସେଠାରୁ ପୁଲିସ ଟିମ୍ ତାକୁ ଏମକେସିଜି ମେଡିକାଲ କଲେଜ ଓ ହସପିଟାଲରେ ଭର୍ତ୍ତି କରିଛି । ଟାଉନ ଥାନା ଏସଡିପିଓ, ଏଏସପି ଆଲୋକ କୁମାର ଜେନାଙ୍କ ସହ ବହୁ ପୁଲିସ ଅଧିକାରୀ ମେଡିକାଲରେ ଉପସ୍ଥିତ ରହିଛନ୍ତି । ବର୍ତ୍ତମାନ ସେଠାରେ ମୁଫ୍‌ତେଶର ଚିକିତ୍ସା ଜାରି ରହିଛି । ଏହି ମାମଲାରେ ବୁଧବାର ମଧ୍ୟାହ୍ନରେ ପୁଲିସ ଶ୍ରୀରାମନଗରର ଲିଙ୍ଗରାଜ ସାମଲ ଓରଫ ରିଙ୍କୁ(୨୪) ଏବଂ ଗଜପତି ନଗରର ରାଜ୍ ମାଲହୋତ୍ରା(୨୧)ଙ୍କୁ ଗିରଫ କରିଥିଲା ।

ଏନେଇ ବ୍ରହ୍ମପୁର ଏସ୍‌ପି ଡ. ସରବଣା ବିବେକ ଏମ୍ ପ୍ରେସ୍ ବିବୃତିରେ ସୂଚନା ଦେଇଛନ୍ତି । ଅଭିଯୁକ୍ତଙ୍କ ଠାରୁ ଦୁଇଟି ସ୍କୁଟି, ଗୋଟିଏ ମୋବାଇଲ୍ ଫୋନ୍ ଓ ଗୋଟିଏ ବାଉଁଶ ଫାଳିଆ ଜବତ କରାଯାଇଛି । ଗିରଫ ଅଭିଯୁକ୍ତଙ୍କ ବିରୋଧରେ ଏକାଧିକ ଅପରାଧୀକ ମାମଲା ରହିଛି । ଆଉ ଜଣଙ୍କୁ ପୁଲିସ ଅଟକ ରଖି ପଚରାଉଚରା କରାଯାଉଥିବା ସୂଚନା ମିଳିଛି । ଗିରଫ ହୋଇଥିବା ଦୁଇ ଅଭିଯୁକ୍ତଙ୍କୁ ବୁଧବାର କୋର୍ଟ ଚାଲାଣ କରାଯାଇଛି । ସେମାନଙ୍କ ଜାମିନ୍ ନାମଞ୍ଜୁର ହେବାରୁ ଉଭୟଙ୍କୁ ଜେଲ୍ ହାଜତକୁ ପଠାଇଦିଆଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୀଘା ଜଗନ୍ନାଥ ମନ୍ଦିରରୁ ହଟିବ ‘ଧାମ’ ଶଦ୍ଦ 🔴 ରାଜଧାନୀରେ ପୁଣି ଲଜ୍ଜା : ବ୍ୟୁଟି ପାର୍ଲରରେ ଚାକିରି ଦେବାକୁ କହି ଯୁବତୀଙ୍କୁ ଦୁଷ୍କର୍ମ 🔴 ‘ଧାମ’ପାଇଁ ଶୁଭେନ୍ଧୁଙ୍କୁ ମୋହନଙ୍କ ଚିଠି “ଜଗନ୍ନାଥ ଧାମ” ବଦଳରେ ଶ୍ରୀ ଜଗନ୍ନାଥ ମନ୍ଦିର ଦୀଘା ଲେଖିବାକୁ ପ୍ରସ୍ତାବ 🔴 ୧୨ବର୍ଷରେ ପାଦ ଥାପିଛନ୍ତି ମୋଦି ସରକାର ମୋଦିଙ୍କ ଐତିହାସିକ ୧୨ବର୍ଷ ପୂର୍ତ୍ତି 🔴 ବନଖଣ୍ଡରେ ମୃତଦେହ ମିଳିବା ଘଟଣା, କଲରାପତରିଆ ବାଘ ମାରିଥିବା କହିଲା ବନବିଭାଗ 🔴 POKରେ ହିଂସା, ପ୍ରଦର୍ଶନକାରୀଙ୍କ ଉପରକୁ ଗୁଳିମାଡ଼ 🔴 ୨ରୁ ୩ ଦିନରେ ଓଡ଼ିଶା ଛୁଇଁପାରେ ମୌସୁମୀ 🔴 ଭୂମିକମ୍ପରେ ଥରିଲା ଫିଲିପାଇନ୍ସ 🔴 ଦିନରେ ଖରା ଅପରାହ୍ନରେ କାଳବୈଶାଖି 🔴 ଇରାନ୍-ଇସ୍ରାଏଲ ମଧ୍ୟରେ ଆରପାର୍ ଲଢେଇ 🔴 ଦୀଘା ଜଗନ୍ନାଥ ମନ୍ଦିରରୁ ହଟିବ ‘ଧାମ’ ଶଦ୍ଦ 🔴 ରାଜଧାନୀରେ ପୁଣି ଲଜ୍ଜା : ବ୍ୟୁଟି ପାର୍ଲରରେ ଚାକିରି ଦେବାକୁ କହି ଯୁବତୀଙ୍କୁ ଦୁଷ୍କର୍ମ 🔴 ‘ଧାମ’ପାଇଁ ଶୁଭେନ୍ଧୁଙ୍କୁ ମୋହନଙ୍କ ଚିଠି “ଜଗନ୍ନାଥ ଧାମ” ବଦଳରେ ଶ୍ରୀ ଜଗନ୍ନାଥ ମନ୍ଦିର ଦୀଘା ଲେଖିବାକୁ ପ୍ରସ୍ତାବ 🔴 ୧୨ବର୍ଷରେ ପାଦ ଥାପିଛନ୍ତି ମୋଦି ସରକାର ମୋଦିଙ୍କ ଐତିହାସିକ ୧୨ବର୍ଷ ପୂର୍ତ୍ତି 🔴 ବନଖଣ୍ଡରେ ମୃତଦେହ ମିଳିବା ଘଟଣା, କଲରାପତରିଆ ବାଘ ମାରିଥିବା କହିଲା ବନବିଭାଗ 🔴 POKରେ ହିଂସା, ପ୍ରଦର୍ଶନକାରୀଙ୍କ ଉପରକୁ ଗୁଳିମାଡ଼ 🔴 ୨ରୁ ୩ ଦିନରେ ଓଡ଼ିଶା ଛୁଇଁପାରେ ମୌସୁମୀ 🔴 ଭୂମିକମ୍ପରେ ଥରିଲା ଫିଲିପାଇନ୍ସ 🔴 ଦିନରେ ଖରା ଅପରାହ୍ନରେ କାଳବୈଶାଖି 🔴 ଇରାନ୍-ଇସ୍ରାଏଲ ମଧ୍ୟରେ ଆରପାର୍ ଲଢେଇ