Masthead

ଅସହ୍ୟ ତାତିରେ ଜଳୁଛି ଓଡ଼ିଶା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ରାଜ୍ୟରେ ଜାରି ରହିବ ଅସହ୍ୟ ତାତି । ଆସନ୍ତା ୨୯ କିମ୍ବା ୩୦ ତାରିଖରେ ପାଗରେ ସାମାନ୍ୟ ପରିବର୍ତ୍ତନ ହେଇପାରେ । ମେ ଶେଷ ପର୍ୟ୍ୟନ୍ତ ଓଡ଼ିଶାରେ ଗ୍ରୀଷ୍ମ ପ୍ରକୋପ ଜାରି ରହିବା ସହ ଅନେକ ସ୍ଥାନରେ ତାପମାତ୍ରା ୪୦ରୁ ୪୫ ଡିଗ୍ରି ରହିବ । ଦିନବେଳେ ଆକାଶ ମେଘମୁକ୍ତ ରହୁଥିବାରୁ ଖରାର ପ୍ରଭାବ ମଧ୍ୟ ବଢ଼ୁଛି । ଅନ୍ୟପଟେ ଜୁନ ୫ ତାରିଖ ପୂର୍ବରୁ ମୌସୁମୀ ଆସିବାର କୌଣସି ସମ୍ଭାବନା ନଥିବାରୁ ଆହୁରି କିଛି ଦିନ ଯାଏଁ ଲୋକଙ୍କୁ ତାତି ସହିବାକୁ ପଡ଼ିବ । ଗତକାଲି ଝାରସୁଗୁଡ଼ାରେ ଚଳିତ ବର୍ଷର ସର୍ବାଧିକ ତାପମାତ୍ରା ୪୬ ଡିଗ୍ରି ରେକର୍ଡ କରାଯାଇଛି ।

୨୪ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ତାତିରୁ ଟିକିଏ ବି ନିସ୍ତାର ମିଳିବ ନାହିଁ । ଜାରି ରହିବ ନିଷ୍ଠୁର ଗ୍ରୀଷ୍ମ ପ୍ରବାହ । ଗ୍ରୀଷ୍ମ ଲହରୀ ସାଙ୍ଗକୁ ଗୁଳୁଗୁଳି ଏବଂ ଉଷ୍ମ ରାତି ନେଇ ଜନସାଧାରଣଙ୍କୁ ସତର୍କ କରାଯାଇଛି । ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ସମସ୍ତ ଜିଲ୍ଲା ପ୍ରଶାସନ ଏବଂ ବିଭାଗକୁ ସତର୍କତାମୂଳକ ପଦକ୍ଷେପ ନେବା ପାଇଁ କୁହାଯାଇଛି ।

ଓଡ଼ିଶାର ୨୨ଟି ସ୍ଥାନରେ ଦିନ ତାପମାତ୍ରା ବୁଧବାର ୪୦ ଡିଗ୍ରୀ ପାର୍ କରିଥିଲା । ସେଥିରୁ ୮ଟି ସ୍ଥାନରେ ୪୩ ଡିଗ୍ରୀ ଡେଇଁଥିଲା ପାରଦ । ଅନ୍ୟ ସହର ଭିତରେ ସୋନପୁର ୪୩.୯ ଡିଗ୍ରୀ, ବରଗଡ଼ ୪୩.୮, ତାଳଚେର ୪୩.୮, ଟିଟିଲାଗଡ଼ ୪୩.୫, ବଲାଙ୍ଗୀର ୪୩.୩ ଡିଗ୍ରୀ ତାଉରେ ସିଝିଥିଲା । ଭୁବନେଶ୍ୱର ସମେତ ଉପକୂଳ ଓଡ଼ିଶାରେ ପ୍ରାୟତଃ ତାପମାତ୍ରା ୪୦ ଡିଗ୍ରୀ ତଳେ ଥିଲା । ତଥାପି କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ଯାଜପୁର, ଭଦ୍ରକରେ ୪୦ ପାର୍ କରିଥିଲା ତାପମାତ୍ରା । ଉପକୂଳରେ ତାତି ସାଙ୍ଗକୁ ଗୁଳୁଗୁଳି ନାକେଦମ କରିଥିଲା । ଦିନ ତମାମ ଗରମ ଲାଗି ରହୁଥିବାବେଳେ ରାତିରେ ବି ତାପମାତ୍ରା ୨୮-୨୯ ଡିଗ୍ରୀ ରହୁଛି । ଅନ୍ୟପଟେ ଆର୍ଦ୍ରତା ଭରି ରହୁଥିବାରୁ ଅଧିକ ଗରମ ଅନୁଭୂତ ହେଉଛି।

ପାଣିପାଗ ବିଭାଗ ସତର୍କ କରାଇଛି, ଗୁରୁବାରଠାରୁ ୨୪ ତାରିଖ ପର୍ଯ୍ୟନ୍ତ ସମ୍ବଲପୁର ଓ ବଲାଙ୍ଗୀରରେ ଭୀଷଣ ଗ୍ରୀଷ୍ମ ପ୍ରବାହ (ସିଭିୟର ହିଟ୍ ୱେଭ) ସ୍ଥିତି ରହିପାରେ । ଏହି ଦୁଇ ସହର ସହ ସୁନ୍ଦରଗଡ଼ରେ ରାତି ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହିପାରେ । ଏହାସହ ଭଦ୍ରକ, ଯାଜପୁର, ନୟାଗଡ଼, ଝାରସୁଗୁଡ଼ା, ଅନୁଗୁଳ, ସୋନପୁର, ବୌଦ୍ଧରେ ଗ୍ରୀଷ୍ମ ପ୍ରବାହ (ହିଟ୍ ୱେଭ୍) କଲବଲ କରିପାରେ । ଅନ୍ୟପଟେ ବାଲେଶ୍ୱର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ପୁରୀ, ଖୋର୍ଦ୍ଧା, ସୁନ୍ଦରଗଡ଼, ବରଗଡ଼, ନୂଆପଡ଼ା, କଳାହାଣ୍ଡି ଜିଲ୍ଲାରେ ଗରମ ସାଙ୍ଗକୁ ଗୁଳୁଗୁଳି ଛଟପଟ କରିବା ଆଶଙ୍କା ରହିଛି । ଆସନ୍ତା ୬/୭ ଦିନ ଯାଏଁ ରାଜ୍ୟରେ ତାପମାତ୍ରା ପ୍ରାୟତଃ ଅପରିବର୍ତ୍ତିତ ରହିବା ସମ୍ଭାବନା ଅଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପୁଲୱାମା ମାଷ୍ଟର ମାଇଣ୍ଡକୁ ହତ୍ୟା 🔴 ଘରୁ ବାହାରକୁ ବାହାରନ୍ତୁନି…ଅଂଶୁଘାତ ସମ୍ଭାବନା! 🔴 ବୁଲା କୁକୁର ପାଇଁ ମହାଭାରତ 🔴 ମନ୍ତ୍ରୀ ପରିଷଦ ବୈଠକ ଡାକିଲେ ମୋଦି 🔴 ବ୍ରହ୍ମପୁରରେ ଏନକାଉଣ୍ଟର 🔴 ଅସହ୍ୟ ତାତିରେ ଜଳୁଛି ଓଡ଼ିଶା 🔴 ଆସିଲା ଯୁକ୍ତ ଦୁଇ ରେଜଲ୍ଟ 🔴 ଆଜି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ 🔴 ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷା ଫଳ 🔴 ଗରମରୁ ମିଳିବନି ନିସ୍ତାର, ଜାରି ହେଲା ହିଟ୍‌ ୱେଭ୍ 🔴 ପୁଲୱାମା ମାଷ୍ଟର ମାଇଣ୍ଡକୁ ହତ୍ୟା 🔴 ଘରୁ ବାହାରକୁ ବାହାରନ୍ତୁନି…ଅଂଶୁଘାତ ସମ୍ଭାବନା! 🔴 ବୁଲା କୁକୁର ପାଇଁ ମହାଭାରତ 🔴 ମନ୍ତ୍ରୀ ପରିଷଦ ବୈଠକ ଡାକିଲେ ମୋଦି 🔴 ବ୍ରହ୍ମପୁରରେ ଏନକାଉଣ୍ଟର 🔴 ଅସହ୍ୟ ତାତିରେ ଜଳୁଛି ଓଡ଼ିଶା 🔴 ଆସିଲା ଯୁକ୍ତ ଦୁଇ ରେଜଲ୍ଟ 🔴 ଆଜି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ 🔴 ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷା ଫଳ 🔴 ଗରମରୁ ମିଳିବନି ନିସ୍ତାର, ଜାରି ହେଲା ହିଟ୍‌ ୱେଭ୍