Masthead

ଗରମରୁ ମିଳିବ ଆଶ୍ଵସ୍ତି, କମିବ ତାତି

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ):  ରାଜ୍ୟରେ ଜାରି ରହିଥିବା ଅସହ୍ୟ ଗରମ ଓ ଗୁଳୁଗୁଳି ମଧ୍ୟରେ କାଳବୈଶାଖୀର ପ୍ରକୋପ ଜନଜୀବନକୁ ସମ୍ପୂର୍ଣ୍ଣ ଅସ୍ତବ୍ୟସ୍ତ କରିଦେଇଛି । ଏଭଳି ସ୍ଥିତିକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସମଗ୍ର ଓଡ଼ିଶା ପାଇଁ କାଳବୈଶାଖୀ ଏବଂ ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ନେଇ ସ୍ୱତନ୍ତ୍ର ସତର୍କ ସୂଚନା ଜାରି କରାଯାଇଛି । ଶୁକ୍ରବାରଠାରୁ ତାତି ଆହୁରି କମିବ । ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହରୁ ସାମାନ୍ୟ ଆଶ୍ୱସ୍ତି ମିଳିବ । ଗତ କିଛି ଦିନ ଧରି ଜାରି ରହିଥିବା ଗ୍ରୀଷ୍ମ ଜ୍ୱାଳାରେ ସାମୟିକ ବ୍ରେକ୍ ଲାଗିପାରେ । ଏଭଳି ଆଶା ଦେଖାଇଛନ୍ତି ପାଣିପାଗ ବିଶେଷଜ୍ଞ ।

ଆସନ୍ତା ୨୯ ଓ ୩୦ ତାରିଖରେ କାଳବୈଶାଖୀର ପ୍ରଭାବ ବଢ଼ିବ । ଏଥିପାଇଁ ତାତି କମିଯିବ । ଅଧିକାଂଶ ସ୍ଥାନର ତାପମାତ୍ରା ୪୦ ଡିଗ୍ରୀ ତଳେ ରହିବ । ଆସନ୍ତା ୪ ଓ ୬ ତାରିଖ ଯାଏ ତାତି କମ୍ ରହିବ ବୋଲି ସେ କହିଛନ୍ତି । ପାଣିପାଗ ବିଭାଗର ଆକଳନ କହୁଛି, ଆସନ୍ତା ଦୁଇ ଦିନରେ ତାପମାତ୍ରା ୨ରୁ ୩ ଡିଗ୍ରୀ କମିଯିବ । ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନରେ ତାତି ୩୫ ଡିଗ୍ରୀରୁ ୩୭ ଡିଗ୍ରୀକୁ ଖସିବ । ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ବି କମିବ ।

ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁସାରେ, ୧ରୁ ୩ ତାରିଖ ଯାଏ ଓଡ଼ିଶାର ବିକ୍ଷିପ୍ତ ସ୍ଥାନରେ ଅଧିକ ବର୍ଷା ହେବ । ୨୮ରୁ ୩୦ ତାରିଖ ଯାଏ କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ । ତଥାପି ୩୧ ତାରିଖ ଯାଏ ଗୁଳୁଗୁଳିରୁ ଆଶ୍ୱସ୍ତି ମିଳିବନି ବୋଲି ଏଥିରେ କୁହାଯାଇଛି । ପୁଣି ଜୁନ୍ ୪ରୁ ୧୦ ତାରିଖ ଯାଏ ରାଜ୍ୟର କିଛି ସ୍ଥାନରେ ଦିନ ତାପମାତ୍ରା ସ୍ୱାଭାବିକଠାରୁ ଅଧିକ (୩ରୁ ୫ ଡିଗ୍ରୀ ଅଧିକ) ରହିପାରେ ବୋଲି ବିସ୍ତାରିତ ଆକଳନରେ କୁହାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୟାବହ ବନ୍ୟାରେ ଥରହର ଜମ୍ମୁ-କାଶ୍ମୀର, ୧୧ ମୃତ 🔴 ଆଜିର ମ୍ୟାଚ୍ ରୋହିତଙ୍କୁ କମ୍ ବ୍ୟାକ କରିପାରେ 🔴 ଅଣ୍ଡା ଦର ଏବେ ଆକାଶ ଛୁଆଁ 🔴 ମସ୍କୋ ଉପରେ ୩୭୦ ଡ୍ରୋନ ମାଡ଼ 🔴 ଆଜିଠାରୁ ଗୁଣ୍ଡିଚା ମନ୍ଦିରରେ ମିଳିବ ଆଡ଼ପ ଅବଢ଼ା 🔴 ୭ ଜିଲ୍ଲାରେ ଭାରି ବର୍ଷା !  🔴 ଆୟୁଷମାନ କାର୍ଡରେ କ୍ୟାନସର ରୋଗୀଙ୍କୁ ମିଳିବ ସୁବିଧା 🔴 ସିଏମଓରୁ ଫାଇଲ ଗାଏବ; କାହିଁକି ସିବିଆଇ-କ୍ରାଇମବ୍ରାଞ୍ଚ ନୁହେଁ, ପାରିବ ତ ପୋଲିସ? 🔴 ୪ ଅନ୍ତେବାସୀଙ୍କୁ ନିର୍ଘାତ ମାଡ଼, ଥାନାରେ ଅଭିଯୋଗ 🔴 ହସ୍ପିଟାଲରେ ସୋନମ୍ ୱାଙ୍ଗଚୁକ୍ , ଉଠାଇ ନେଲା ପୋଲିସ୍ 🔴 ଭୟାବହ ବନ୍ୟାରେ ଥରହର ଜମ୍ମୁ-କାଶ୍ମୀର, ୧୧ ମୃତ 🔴 ଆଜିର ମ୍ୟାଚ୍ ରୋହିତଙ୍କୁ କମ୍ ବ୍ୟାକ କରିପାରେ 🔴 ଅଣ୍ଡା ଦର ଏବେ ଆକାଶ ଛୁଆଁ 🔴 ମସ୍କୋ ଉପରେ ୩୭୦ ଡ୍ରୋନ ମାଡ଼ 🔴 ଆଜିଠାରୁ ଗୁଣ୍ଡିଚା ମନ୍ଦିରରେ ମିଳିବ ଆଡ଼ପ ଅବଢ଼ା 🔴 ୭ ଜିଲ୍ଲାରେ ଭାରି ବର୍ଷା !  🔴 ଆୟୁଷମାନ କାର୍ଡରେ କ୍ୟାନସର ରୋଗୀଙ୍କୁ ମିଳିବ ସୁବିଧା 🔴 ସିଏମଓରୁ ଫାଇଲ ଗାଏବ; କାହିଁକି ସିବିଆଇ-କ୍ରାଇମବ୍ରାଞ୍ଚ ନୁହେଁ, ପାରିବ ତ ପୋଲିସ? 🔴 ୪ ଅନ୍ତେବାସୀଙ୍କୁ ନିର୍ଘାତ ମାଡ଼, ଥାନାରେ ଅଭିଯୋଗ 🔴 ହସ୍ପିଟାଲରେ ସୋନମ୍ ୱାଙ୍ଗଚୁକ୍ , ଉଠାଇ ନେଲା ପୋଲିସ୍