ଶିକ୍ଷୟତ୍ରୀ ନିଖୋଜ ଘଟଣାରେ କଂଗ୍ରେସର ଧାରଣା

କଳାହାଣ୍ଡି (ବଡ଼ ଖବର ବ୍ୟୁରୋ): ଶିକ୍ଷୟତ୍ରୀ ନିଖୋଜକୁ ସପ୍ତାହ ପୁରିଲାଣି ତଥାପି ପୋଲିସ ଟେର ପାଉ ନଥିବା କାରଣରୁ କେଗାଁ ଥାନା ସମ୍ମୁଖରେ କଂଗ୍ରେସ ର ଧାରଣା । ରାଜନେତାଙ୍କ ଚାପରେ ପୋଲିସ ତଦନ୍ତ କରୁଥିବା ଅଭିଯୋଗ। ମହାଲିଙ୍ଗ ସ୍ଥିତ ସନ ସାଇନ ପବ୍ଲିକ ସ୍କୁଲର ଶିକ୍ଷୟତ୍ରୀ ମମିତା ମେହେର ଗତ ୮ ତାରିଖ ଠାରୁ ସ୍କୁଲ ଆସି ନିଖୋଜ ରହିଛନ୍ତି। ଶିକ୍ଷୟତ୍ରୀଙ୍କ ପରିବାର ବଲାଙ୍ଗୀର ଜିଲ୍ଲାର ସିନ୍ଧେକେଲା ଥାନାରେ ଅଭିଯୋଗ ପରେ ବଲାଙ୍ଗୀର ପୋଲିସ ତଦନ୍ତ ଜାରି ରଖିଛି ।

ଶିକ୍ଷୟତ୍ରୀ ନିଖୋଜ ଘଟଣାରେ ସ୍କୁଲର ମାଲିକ ଗୋବିନ୍ଦ ସାହୁଙ୍କୁ ଦୁଇ ଦିନ ହେବ ବଲାଙ୍ଗିର ପୋଲିସ ଅଟକ ରଖିଛି। ଗୋବିନ୍ଦ ସାହୁଙ୍କ ପ୍ରଭାବ ରହିଥିବାବେଳେ ରାଜନୈତିକ ନେତାଙ୍କ ସହ ତାଙ୍କ ଫୋଟ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବାବେଳେ ରାଜନୈତିକ ବୟାନ ବାଜି ଆରମ୍ଭ ହୋଇଛି। କଂଗ୍ରେସର ବରିଷ୍ଠ ନେତା ଭକ୍ତ ଚରଣ ଦାସ ଘଟଣା ର ନିରପେକ୍ଷ ତଦନ୍ତ ଦାବି କରି ଦୋଷୀଙ୍କୁ ତୁରନ୍ତ ଗିରଫ ଦାବି କରିଛନ୍ତି। ଯେହେତୁ ମାଲିକ ପ୍ରଭାବଶାଳୀ ଏଣୁ ପୋଲିସ ଚାପରେ ମୁହଁ ଖୋଳୁ ନଥିବା ଅଭିଯୋଗ କରିଛି କଂଗ୍ରେସ। ଘଟଣାକୁ ସପ୍ତାହେ ବିତି ଯାଇଥିଲେବି ପୋଲିସର ନିରବତାକୁ ନେଇ ଚର୍ଚ୍ଚା ଜୋର ଧରିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’