Masthead

ତ୍ରିମୂଖୀ ଲଢ଼େଇ ପାଇଁ ଅଣ୍ଟା ଭେଡିଲେ ବିଜେପି-କଂଗ୍ରେସ-ବିଜେଡି

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଓଡ଼ିଶା ରାଜନୈତିକ କେନ୍ଦ୍ର ବିନ୍ଦୁ ପାଲଟିଥିବା ପିପିଲି ନିର୍ବାଚନ ମଣ୍ଡଳୀକୁ ପୁଣି ଫେରିଛି ଉଷ୍ମତା । ଆଗକୁ ଦେଖିବାକୁ ମିଳିବ ତ୍ରିମୂଖୀ ଲଢ଼େଇ। ସେଥିପାଇଁ ସଜବାଜ ହୋଇଛନ୍ତି ତିନି ପ୍ରମୁଖ ରାଜନୈତିକ ଦଳ ଭାରତୀୟ ଜନତା ପାର୍ଟି, ଭାରତୀୟ ଜାତୀୟ କଂଗ୍ରେସ ଓ ବିଜୁ ଜନତା ଦଳ। ଏହି ନିର୍ବାଚନ ମଣ୍ଡଳୀର ନେତା ଏବେ ଘେର ବାହୁଡ଼ା ହେବାରେ ଲାଗିଛନ୍ତି । ଦୁଇ ଦିଗଜ ନେତା ପୂର୍ବତନ ମନ୍ତ୍ରୀ ପ୍ରଦୀପ ମହାରଥୀ ଏବଂ ପୂର୍ବତନ ବିଧାୟକ ଯୁଧିଷ୍ଠିର ସାମନ୍ତରାୟଙ୍କ ଦେହାନ୍ତ ପରେ ହୁଏତ ନିର୍ବାଚନ ମଇଦାନରେ ଶିଥିଳତା ଭାରି ଦେଇଥିଲା କିନ୍ତୁ ଆଗକୁ ଏଥିରେ ନିଆଁ ଲାଗିବ । ହୁଏତ ଏଠାରେ ବର୍ତ୍ତମାନ ଏହି ଦିଗାଜ୍ ନେତାଙ୍କ ଶିଷ୍ୟ ତଥା ପିପିଲି – ଡେଲାଙ୍ଗ ବିଧାୟକ ଆଶ୍ରିତ ପଟ୍ଟନାୟକ ରହିଛନ୍ତି କିନ୍ତୁ ଆଗାମୀ ନିର୍ବାଚନ ଗୁଡିକରେ ତାଙ୍କୁ ତ୍ରିମୂଖୀ ଲଢ଼େଇର ସାମ୍ନା କରିବାକୁ ପଡିବ।

କାହିଁକି ନା ଆଜି ସ୍ୱର୍ଗତ ପୂର୍ବତନ ବିଧାୟକ ଯୁଧିଷ୍ଠିର ସାମନ୍ତରାୟ ପୁତ୍ର ତଥା ଖାଦ୍ୟ ଖାଉଟି କମିଶନଙ୍କ ପୂର୍ବତନ ସଦସ୍ୟ ପ୍ରିୟବ୍ରତ ସାମନ୍ତରାୟ  ନିଜ ନିର୍ବାଚନ ମଣ୍ଡଳୀରେ ମହା ମିଶ୍ରଣ ପର୍ବ କରି କଂଗ୍ରେସକୁ ଘର ବାହୁଡ଼ା କରିଛନ୍ତି। ହଜାର ହଜାର କର୍ମକର୍ତ୍ତାଙ୍କୁ ଏକତ୍ରିତ କରି ନିଜର ପାୱାର ଶୋ କରିଛନ୍ତି ରାଜା । ପିପିଲିର ପ୍ରବେଶ ପଥ ଉତ୍ତର ଠାରୁ ଏଆଇସିସି ଓଡ଼ିଶା ସହ ପ୍ରଭାରୀ ଜେଟି କୁଶୁମ୍ କୁମାର, ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସ, ବରିଷ୍ଠ ବିଧାୟକ ତାରାପ୍ରସାଦ ବାହିନୀପତି ଓ ପୂର୍ବତନ ବିଧାୟକ ସୁରେଶ ରାଉତରାୟଙ୍କ ସହ ଅନ୍ୟ ନେତୃତ୍ଵଙ୍କ ବାଇକ୍ ରାଲି କରି ଇନ୍ଦିରା ଗାନ୍ଧୀ ମଇଦାନର ସଭା ମଞ୍ଚ ଯାଏଁ ପାଛୋଟି ଆଣିଥିଲେ ପ୍ରିୟବ୍ରତ ଏବଂ କଂଗ୍ରେସ ସମର୍ଥକ ।

ଏହି ଅବସରରେ ସଭାପତି ଭକ୍ତ ଦାସ କହିଛନ୍ତି ଯେ, ପିପିଲି – ଡେଲାଙ୍ଗ ନିର୍ବାଚନ ମଣ୍ଡଳୀର ଆଜିଠାରୁ ଆମ ଯୁବ ଚେହେରା ପ୍ରିୟବ୍ରତ ସାମନ୍ତରାୟ ନେତା ହୋଇ ଲୋକ ଏବଂ କର୍ମଙ୍କ ସହ ଠିଆ ହେବେ । ତାଙ୍କ ବାପା ତଥା ଆମ ବଡ ଭାଇ ସ୍ୱର୍ଗତ ପୂର୍ବତନ ବିଧାୟକ ଯୁଧିଷ୍ଠିର ସାମନ୍ତରାୟଙ୍କ ସ୍ବପ୍ନ ପୂରଣ କରିବେ । କଂଗ୍ରେସ ପ୍ରତି ତାଙ୍କ ଦଳର ଅବଦାନ ଅତୁଳନୀୟ। ଉଭୟ କେନ୍ଦ୍ର – ରାଜ୍ୟ ସରକାରଙ୍କ ବିରୋଧରେ ସ୍ୱର ଉଠାଇ ପିପିଲି ବାସୀଙ୍କ ହକ୍ ମାଗିବେ ରାଜା । ସେପଟେ ପ୍ରିୟବ୍ରତ ସାମନ୍ତରାୟ ଘର ବାହୁଡ଼ା କରିବା ପରେ ସଭା ମଞ୍ଚରୁ ଗର୍ଜି ଉଠିଥିଲେ । କର୍ମୀଙ୍କ ମନୋବଳ ବଢ଼ାଇ କହିଥିଲେ ଯେମିତି ବାପା ଆପଣଙ୍କ ସହ ଠିଆ ହୋଇଥିଲେ ମୁଁ ସେହିଭଳି ଠିଆ ହୋଇ ରହିବି । ଆପଣଙ୍କ ମାନଙ୍କ ସ୍ୱର ବନିବି । ପିପିଲି – ଡେଲାଙ୍ଗର ସୁରକ୍ଷା ଦାୟିତ୍ୱ ଆମେ ନେବା ।

ଆଉ ଆଜିର ଏହି ମିଶ୍ରଣ ପରେ ଯେମିତି ଲାଗୁଛି କି ଆଗକୁ ଏକ ବଡ ଲଢେଇ ପିପିଲିରେ ଦେଖିବାକୁ ମିଳିବ । କାହିଁକିନା ଉପ ନିର୍ବାଚନରେ ଯେଉଁଭଳି ଦୁଇ ପ୍ରତିଦ୍ଵନ୍ଦୀଙ୍କ ପୁଅ ହାତ ମିଳାଇ ଦେଇଥିଲେ ସେବେଠାରୁ ଧୀରେ ଧୀରେ ପିପିଲି ରାଜନୀତିରେ ତାତି ନାଥିଲା । କିନ୍ତୁ 2024 ସାଧାରଣ ନିର୍ବାଚନରେ ସବୁ ଗଡବଡ ହୋଇଯାଇଥିଲା । କଂଗ୍ରେସରୁ ନିଜକୁ ନେତା ସୃଷ୍ଟି କରି ସୁଯୋଗ ନ ପାଇବା ଫଳରେ ବିଜେପିରେ ସାମିଲ ହୋଇ ସଂଘର୍ଷ କରି କରି ଶେଷରେ ଗଲା ବିଧାନସଭା ଇଲେକ୍ସନରେ ବିଧାୟକ ପଦ୍ମ ଦଳରୁ ବନିଛନ୍ତି ଆଶ୍ରିତ ପଟ୍ଟନାୟକ।

ଆଉ ମହାରଥୀ – ସାମନ୍ତରାୟ ପରିବାର ମଧ୍ୟରେ ପୁଣି ରାଜନୈତିକ ଅସ୍ଥିରତା ଭରି ଦେଲା । ଶେଷରେ ଦୁଇ ପୁଅ ନିଜେ ନିଜର ପୁଣି ରାଜନୈତିକ ଯାତ୍ରା ବାଛିଛନ୍ତି । ପୂର୍ବତନ ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ପୁଅ ତଥା ପୂର୍ବତନ ବିଧାୟକ ରୁଦ୍ରପ୍ରତାପ ମହାରଥୀ ବାପାଙ୍କ ଗଡ ସମ୍ଭାଳି ରଖିବାକୁ ଉଦ୍ୟମ ଚଳାଇଛନ୍ତି। ଦଳ ବିଜେଡି ସରକାରରୁ ଗଲା ପରେ ମଧ୍ୟ ନିଜର ଲଢ଼େଇ ଜାରି ରଖିଥିବା ବେଳେ ଆଉ ଜଣେ ତଥା ସ୍ୱର୍ଗତ ପୂର୍ବତନ ବିଧାୟକ ଯୁଧିଷ୍ଠିର ସାମନ୍ତରାୟଙ୍କ ପୁଅ ପ୍ରୀୟବତ୍ର ତାଙ୍କ ପୂର୍ବ ଦଳ ତଥା ବାପାଙ୍କ ବଳ ପାଲଟିଥିବା କଂଗ୍ରେସକୁ ଫେରି ଆସିଛନ୍ତି । ଆଉ ଏଭଳି ସ୍ଥିତି ଦେଖିଲେ ଲାଗୁଛି ଯେମିତି ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନ ବେଶ ସରଗରମ ହେବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମଣିଷକୁ ଖାଇଲା ବାଘ ! 🔴 ପୋଲିସ୍‌ ମାଡ଼ରେ ଯୁବକଙ୍କ ମୃତ୍ୟୁ! 🔴 ତ୍ରିମୂଖୀ ଲଢ଼େଇ ପାଇଁ ଅଣ୍ଟା ଭେଡିଲେ ବିଜେପି-କଂଗ୍ରେସ-ବିଜେଡି 🔴 ପ୍ରେସ୍‌ ଛକ ମାଛ ମାର୍କେଟ୍‌ରେ ଭୟଙ୍କର ଅଗ୍ନିକାଣ୍ଡ 🔴 ଏକତରଫା ପ୍ରେମରେ ବିଫଳରୁ ହିଡେନ୍ କ୍ୟାମେରା’ 🔴 ସର୍ପ ବନ୍ଧନରେ କୃଷ୍ଣ 🔴 କିଏ ଜିତିବ IPL ୨୦୨୬ ମୁକୁଟ ? 🔴 କାଳବୈଶାଖୀ ନେଇ ଆଲର୍ଟ 🔴 ଝାରସୁଗୁଡ଼ାରେ ଏନ୍‌କାଉଣ୍ଟର 🔴 ଆଜି ସାରା ରାଜ୍ୟରେ ବର୍ଷା ନେଇ ଆଲର୍ଟ ! 🔴 ମଣିଷକୁ ଖାଇଲା ବାଘ ! 🔴 ପୋଲିସ୍‌ ମାଡ଼ରେ ଯୁବକଙ୍କ ମୃତ୍ୟୁ! 🔴 ତ୍ରିମୂଖୀ ଲଢ଼େଇ ପାଇଁ ଅଣ୍ଟା ଭେଡିଲେ ବିଜେପି-କଂଗ୍ରେସ-ବିଜେଡି 🔴 ପ୍ରେସ୍‌ ଛକ ମାଛ ମାର୍କେଟ୍‌ରେ ଭୟଙ୍କର ଅଗ୍ନିକାଣ୍ଡ 🔴 ଏକତରଫା ପ୍ରେମରେ ବିଫଳରୁ ହିଡେନ୍ କ୍ୟାମେରା’ 🔴 ସର୍ପ ବନ୍ଧନରେ କୃଷ୍ଣ 🔴 କିଏ ଜିତିବ IPL ୨୦୨୬ ମୁକୁଟ ? 🔴 କାଳବୈଶାଖୀ ନେଇ ଆଲର୍ଟ 🔴 ଝାରସୁଗୁଡ଼ାରେ ଏନ୍‌କାଉଣ୍ଟର 🔴 ଆଜି ସାରା ରାଜ୍ୟରେ ବର୍ଷା ନେଇ ଆଲର୍ଟ !