ପୋଲିସ୍‌ ମାଡ଼ରେ ଯୁବକଙ୍କ ମୃତ୍ୟୁ!

ଆସିକା (ବଡ଼ ଖବର ବ୍ୟୁରୋ): ଗଞ୍ଜାମ ଜିଲ୍ଲା କବିସୂର୍ୟ୍ୟନଗର ଥାନା ଅନ୍ତର୍ଗତ ସୁବଳିଆ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ପୋଲିସ ମାଡରେ ଗୁରୁତର ପରେ ବ୍ରହ୍ମପୁର ଠାରେ ମୃତ୍ୟୁ ହୋଇଥିବା ପରିବାର ଲୋକ ଅଭିଯୋଗ ଆଣିଛନ୍ତି । ଏନେଇ ପରିବାର ଲୋକ ଥାନା ସମ୍ମୁଖରେ ଧାରଣାରେ ଥିବା ବେଳେ ବ୍ରହ୍ମପୁରରେ ମୃତ ଶବ ରହିଥିବା ସୂଚନା ରହିଛି । ମୃତ ବ୍ୟକ୍ତ ଜଣକ ହେଲେ ସୁବଳିଆ ଗ୍ରାମର ସୁଶାନ୍ତ କୁମାର ସାହୁ । ଗତ ୨୫ ତାରିଖ ଦିନ ପୋଲିସ କୈାଣସି ଏକ ଅଭିଯୋଗକୁ ନେଇ ଥାନାକୁ ନେଇଥିଲେ ।

ସେଠାରେ ପଚାରାଉଚାର ସମୟରେ କୁଆଡେ୍ ମାଡ ମାରିଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। ଗତକାଲ ରାତିରେ ପୋଲିସ ସୁଶାନ୍ତର ବାପାକୁ ଡାକି ଜିମା ଦେଇ ଛାଡିଥିଲେ । ସେତେବେଳେ ତାର ଅବସ୍ଥା ଗୁରୁତର ହେବାରୁ ବାପା ପୁଅ ସୁଶାନ୍ତକୁ ବ୍ରହ୍ମପୁର ମେଡିକାଲକୁ ନେଇଥିଲେ । ସେଠାରେ କୁଆଡେ ପୁଅ ସୁଶାନ୍ତର ମୃତ୍ୟୁ ହୋଇଥିଲା । ଏସବୁ ପୋଲିସ ମାଡ ଯୋଗୁଁ ତାଙ୍କ ପୁଅର ମୃତ ହୋଇଛି ବୋଲି ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି । ସେପଟେ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଲେ ଦକ୍ଷିଣାଞ୍ଚଳ ଆଇଜି । ଗଞ୍ଜାମ ଏସ୍‌ପିଙ୍କୁ ତଦନ୍ତ ଦାୟିତ୍ୱ ଦେଲେ ଆଇଜି ନୀତିଶେଖର । ଏସ୍‌ପି ଘଟଣାସ୍ଥଳକୁ ଯାଉଛନ୍ତି, ତଦନ୍ତ ରିପୋର୍ଟ ପରେ କାର୍ୟ୍ୟାନୁଷ୍ଠାନ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!