ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ସୌମ୍ୟଙ୍କ ଡାଏରୀରେ ରହିଛି କି ସତ ? ଜିଆରପି କନେଷ୍ଟବଲ ସୌମ୍ୟରଞ୍ଜନ ହତ୍ୟା ମାମଲାରେ ସାମ୍ନାକୁ ଆସିଲା ଚାଞ୍ଚଲ୍ୟକର ଖୁଲାସା। ବଢିଲା ବରିଷ୍ଠ IPS ଦୟାଲ ଗଙ୍ଗୱାରଙ୍କ ଅଡୁଆ । NHRCରେ ଦାଖଲ ଅଭିଯୋଗ ଆଧାରରେ ADG ଦୟାଲ ଗଙ୍ଗୱାରଙ୍କ ବିରୋଧରେ ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚ ପକ୍ଷରୁ ଚିଠି ଜାରି ହୋଇଛି । NHRCରେ ଦାଖଲ ହୋଇଥିବା ଅଭିଯୋଗରେ ମୃତ କନଷ୍ଟେବଳ ସୌମ୍ୟଙ୍କୁ ବରିଷ୍ଠ ଆଇପିଏସ ଅଧିକାରୀ ଘରୋଇ କାମରେ ନିୟୋଜିତ କରିଥିଲେ । ଏହି ଅଭିଯୋଗର ସତ୍ୟତା ଯାଞ୍ଚ ପାଇଁ ରେଲୱେ ଓ କୋଷ୍ଟାଲ ସିକ୍ୟୁରିଟି ଏଡିଜିଙ୍କୁ ତଦନ୍ତ କରି ରିପୋର୍ଟ ଦେବାକୁ କୁହାଯାଇଛି। ତେଣୁ ଏହି ବରିଷ୍ଠ ପୋଲିସ ଅଧିକାରୀଙ୍କ ପାଇଁ ଅଡୁଆ ବଢ଼ିପାରେ ବୋଲି ଅନେକ ମତ ଦେଉଛନ୍ତି ।

ADG ଦୟାଲ ଗଙ୍ଗୱାରଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣିଥିଲେ ମୃତ ସୌମ୍ୟଙ୍କ ପରିବାର। ସୌମ୍ୟଙ୍କୁ ଦୟାଲ ଗଙ୍ଗୱାର ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଥିଲା । ସେପଟେ କ୍ରାଇମବ୍ରାଞ୍ଚ ହାତରେ ଏକ ଡାଏରୀ ଲାଗିଛି। ଏହି ଡାଏରୀଟି ସୌମ୍ୟଙ୍କର ଜଣେ ସାଙ୍ଗ ତଦନ୍ତକାରୀ ଟିମ୍ କୁ ଦେଇଛନ୍ତି। ଏଥିରେ ସୌମ୍ୟ ନିଜର ନିତିଦିନିଆ ଘଟଣାବଳୀ ଲେଖୁଥିଲେ। ଚାକିରିଠୁ ଆରମ୍ଭ କରି ଜିମ୍, ଆର୍ଥିକ ଦେଣ ନେଣ ଓ କିଛି ବିବାଦ ସମ୍ପର୍କିତ ବିଷୟ ଏହି ଡାଏରୀରେ ଲେଖାଯାଇଛି। କ୍ରାଇମ୍ ବ୍ରାଞ୍ଚ୍ ଏହି ଡାଏରୀରେ ଉଲ୍ଲେଖ ତଥ୍ୟକୁ ଯାଞ୍ଚ କରୁଛି। ଏଥିରୁ ସୌମ୍ୟଙ୍କ ସମ୍ପର୍କରେ ଥିବା କିଛି ଅସମାହିତ ପ୍ରଶ୍ନ ବିଷୟରେ ଅଧିକ ତଥ୍ୟ ମିଳିପାରେ ବୋଲି ଆଶା ରଖିଛି କ୍ରାଇମବ୍ରାଞ୍ଚ ।
