Masthead

ମିଳୁନି ପାଣି , ଗରା ବାଲଟିି ଧରି ରାସ୍ତାରେ ମହିଳା

ଲକ୍ଷ୍ମୀପୁର (ବଡ଼ ଖବର ବ୍ୟୁରୋ): ଖାଲି ହାଣ୍ଡି ଧରି ରାସ୍ତାରେ ବସିଲେ ମହିଳା, ଆଶ୍ୱାସନା ପରେ ଫେରିଲା ଶାନ୍ତି । ପାନୀୟ ଜଳ ସମସ୍ୟାକୁ ନେଇ ନାରାୟଣପାଟଣାର ଖଣ୍ଡିଆ, ପଥର ଓ ଦେଉଳ ସାହିରେ ଉତ୍ତେଜନା । ଦୀର୍ଘ ଦିନ ଧରି ଖଣ୍ଡିଆ, ପଥର ଓ ଦେଉଳ ସାହିକୁ ପାଣି ଯୋଗାଣ ହେଉନଥିବାରୁ ଅତିଷ୍ଠ ହୋଇପଡ଼ିଥିବା ମହିଳାମାନେ ଖାଲି ହାଣ୍ଡି ଧରି ରାସ୍ତା ଉପରେ ଧାରଣାରେ ବସିଥିଲେ। ଏହା ଫଳରେ କିଛି ସମୟ ପାଇଁ ରାସ୍ତାରେ ଯାତାୟାତ ମଧ୍ୟ ପ୍ରଭାବିତ ହୋଇଥିଲା। ଧାରଣାକାରୀ ମହିଳାମାନଙ୍କ ଅଭିଯୋଗ ଥିଲା ଯେ, ସାହିରେ ଥିବା ପାଣି ପାଇପ୍ ଯୋଗେ ନିୟମିତ ଭାବେ ପାଣି ଆସୁନଥିବାରୁ ଦୈନନ୍ଦିନ ଜୀବନ ବ୍ୟାହତ ହେଉଛି।

ପାଣି ପାଇଁ ଦୂରଦୂରାନ୍ତକୁ ଯିବାକୁ ପଡ଼ୁଥିବାରୁ ସେମାନେ ତୁରନ୍ତ ସମାଧାନ ଦାବି କରିଥିଲେ। ଖବର ପାଇ ପାନୀୟ ଜଳ ବିଭାଗର କନିଷ୍ଠ ଯନ୍ତ୍ରୀ ବିଜୟ କୁମାର ବେହେରା ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କ ସହ ଆଲୋଚନା କରିଥିଲେ। ସେ କହିଥିଲେ ଯେ ପାଇପ୍‌ଲାଇନରେ କୌଣସି ତ୍ରୁଟି ନାହିଁ। ପମ୍ପ ଚାଳକ କାହିଁକି ପମ୍ପ ଚଲୁ କରୁନାହାନ୍ତି, ସେ ସମ୍ପର୍କରେ ତଦନ୍ତ କରାଯାଇ ଯଥାଶୀଘ୍ର ପାଣି ଯୋଗାଣ ସ୍ୱାଭାବିକ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ। କନିଷ୍ଠ ଯନ୍ତ୍ରୀ ବିଜୟ କୁମାର ବେହେରାଙ୍କ ଆଶ୍ୱାସନା ପରେ ଧାରଣାରତ ମହିଳାମାନେ ନିଜ ନିଜର ଖାଲି ହାଣ୍ଡି ନେଇ ଘରକୁ ଫେରିଥିଲେ। ତେବେ ଶୀଘ୍ର ସମସ୍ୟାର ସମାଧାନ ନ ହେଲେ ପୁଣି ଆନ୍ଦୋଳନ ତୀବ୍ର କରାଯିବ ବୋଲି ସ୍ଥାନୀୟ ବାସିନ୍ଦାମାନେ ସତର୍କ କରିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ