Masthead

ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଲେଫ୍ଟେନାଣ୍ଟ ଜେନେରାଲ ହେଲେ ଭାରତୀୟ ସ୍ଥଳସେନା ମୁଖ୍ୟ । କେନ୍ଦ୍ର ସରକାର ଶନିବାର ଲେଫ୍ଟେନାଣ୍ଟ ଜେନେରାଲ ଧୀରଜ ସେଠଙ୍କୁ ଭାରତୀୟ ସେନାର ପରବର୍ତ୍ତୀ ସେନାଦକ୍ଷ ଭାବେ ନିଯୁକ୍ତି କରିଛନ୍ତି । ଲେଫ୍ଟେନାଣ୍ଟ ଜେନେରାଲ ଧୀରଜ ସେଠ ବର୍ତ୍ତମାନର ସେନାଦକ୍ଷ ଉପେନ୍ଦ୍ର ଦ୍ୱିବେଦୀଙ୍କ ସ୍ଥାନ ନେବେ । ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ଜୁନ୍ ୨୦୨୪ରେ ଭାରତୀୟ ସେନାର ୩୦ତମ ସେନାଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ ଏବଂ ଚଳିତ ମାସ ଶେଷରେ ନିଜ କାର୍ୟ୍ୟକାଳ ପୂରଣ କରି ଅବସର ଗ୍ରହଣ କରିଛନ୍ତି ।ଏହାପରେ ଜୁନ୍ ୩୦ ତାରିଖରେ ଲେଫ୍ଟେନାଣ୍ଟ ଜେନେରାଲ ଧୀରଜ ସେଠ ଭାରତୀୟ ସେନାର ନୂତନ ସେନାଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ ।

ତାଙ୍କର ବ୍ୟାପକ ସାମରିକ ଅନୁଭବ ଓ ନେତୃତ୍ୱ କୌଶଳ ଭାରତୀୟ ସେନାକୁ ଆହୁରି ସୁଦୃଢ଼ କରିବ ବୋଲି ଆଶା କରାଯାଉଛିା ଜେନେରାଲ ଧୀରଜ ସେଠ ଡିସେମ୍ବର ୧୯୮୬ରେ ଭାରତୀୟ ସେନାର ଆର୍ମର୍ଡ କର୍ପ୍ସ ରେ କମିଶନ ପାଇଥିଲେ । ଦୀର୍ଘ ସାମରିକ ଜୀବନରେ ସେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନିଭାଇଥିବା ସହ ନେତୃତ୍ୱ ଓ ରଣନୀତିକ କ୍ଷେତ୍ରରେ ବ୍ୟାପକ ଅନୁଭବ ଅର୍ଜନ କରିଛନ୍ତି। ବର୍ତ୍ତମାନ ଉପ-ସେନାଧ୍ୟକ୍ଷ ଭାବେ କାର୍ୟ୍ୟରତ ଥିବା ଲେଫ୍ଟେନାଣ୍ଟ ଜେନେରାଲ ଧୀରଜ ସେଠ ମହାରାଷ୍ଟ୍ରର ଖଡ଼କୱାସଲାସ୍ଥିତ ନାସନାଲ ଡିଫେନ୍ସ ଏକାଡେମି ପୂର୍ବତନ ଛାତ୍ର ଅଟନ୍ତି। ତାଙ୍କ କ୍ୟାରିୟରରେ, ସେ ଅପରେସନାଲ୍, ରଣନୀତିକ, କ୍ଷମତା ବିକାଶ ଏବଂ ସାଂସ୍ଥାଗତ କ୍ଷେତ୍ରରେ ବ୍ୟାପକ ଅନୁଭବ ଅର୍ଜନ କରିଛନ୍ତି। ତାଙ୍କର ଅବଦାନ ଭାରତୀୟ ସେନାର ଯୁଦ୍ଧ କ୍ଷମତା ବୃଦ୍ଧି ଏବଂ ଦୀର୍ଘମିଆଦୀ ପରିବର୍ତ୍ତନରେ ଗୁରୁତ୍ୱପୂର୍ଣ୍ଣ ରହିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ସଂସଦରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଭବ୍ୟ ସ୍ୱାଗତ 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ସଂସଦରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଭବ୍ୟ ସ୍ୱାଗତ