Masthead

ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଆମେରିକା ସହ ପ୍ରସ୍ତାବିତ ୧୪ ସୂତ୍ରୀ ସର୍ତ୍ତ ଜାରି କରିଛି ଇରାନ। ଅନ୍ତର୍ଜାତୀୟ ମିଡିଆ ରିପୋର୍ଟ ଅନୁସାରେ, ଏହି ଦାବିଗୁଡ଼ିକ ହେଲା ୩୦ ଦିନ ଭିତରେ ହର୍ମୁଜରୁ ଆମେରିକା ସମ୍ପୂର୍ଣ୍ଣ ଅବରୋଧ ହଟାଇବ। ଇରାନ୍‌ରେ ଫ୍ରିଜ ହୋଇଥିବା ୧୨ ବିଲିଅନ ଡଲାରକୁ ରିଲିଜ କରିବ। ଇରାନୀ ତୈଳ ଓ ପେଟ୍ରୋକେମିକାଲ୍ସ ଉପରୁ କଟକଣା ହଟାଇବ। ଇରାନରେ ପୁନଃନିର୍ମାଣ କାର୍ଯ୍ୟ ପାଇଁ ଆର୍ଥିକ ସହାୟତା ଦିଆଯିବ। ଏହି ଆର୍ଥିକ ସହାୟତା ଆମେରିକା ଓ ସହଯୋଗୀ ଦେଶ ଦେବେ।

ଆମେରିକୀୟ ସୈନ୍ୟ ଇରାନ୍‌ର ପାଶର୍‌ବର୍ତ୍ତୀ ଅଞ୍ଚଳରୁ ତୁରନ୍ତ ହଟିବେ। ସମସ୍ତ ଫ୍ରଣ୍ଟରୁ ତୁରନ୍ତ ଓ ସ୍ଥାୟୀ ଭାବେ ଆକ୍ରମଣ ବନ୍ଦ ହେବ। ଆମେରିକା ଏହାର ସହଯୋଗୀ ଦେଶ ୩୦୦ ବିଲିଅନ ଡଲାର ସହାୟତା ଦେବେ। ପରମାଣୁ ଅସ୍ତ୍ର ବିକଶିତ କାର୍ଯ୍ୟକ୍ରମ ବନ୍ଦ କରିବ ଇରାନ। ଆସନ୍ତା ୧୯ ତାରିଖରେ ସୁଜରଲ୍ୟାଣ୍ଡର ଜେନେଭାରେ ଶାନ୍ତି ଚୁକ୍ତି ସ୍ୱାକ୍ଷରିତ ହେବ । ପ୍ରସ୍ତାବିତ ଆମେରିକା-ଇରାନ ଚୁକ୍ତିନାମାରେ ୧୪ ବଡ଼ ସର୍ତ୍ତ ରହିଛି । ଇରାନ ପାଣ୍ଠି ରିଲିଜ, ତେଲ ଉପରେ କଟକଣା ହଟାଇବାରୁ ନେଇ ହୋର୍ମୁଜ ଖୋଲିବା ଯାଏ ପିସ୍‌ ଡିଲ୍‌ରେ ପ୍ରମୁଖ ସର୍ତ୍ତ ସ୍ଥାନିତ ହୋଇଛି । ଜାଣନ୍ତୁ କଣ ସେହି ୧୪ ପ୍ରମୁଖ ସର୍ତ୍ତ ।

-ଅନ୍ତର୍ଜାତୀୟ ମିଡିଆ ରିପୋର୍ଟ ଅନୁସାରେ ସ୍ବାକ୍ଷରିତ ହେବ ୧୪ ସୂତ୍ରୀ MOU
-ଦୁଇ ଦେଶ ମଧ୍ୟରେ ହେବାକୁ ଥିବା ଶାନ୍ତି ଡିଲ୍‌ରେ ରହିଛି ୧୪ ପ୍ରମୁଖ ସର୍ତ୍ତ
-୩୦ ଦିନ ଭିତରେ ହର୍ମୁଜରୁ ସଂପୂର୍ଣ୍ଣ ଅବରୋଧ ହଟାଇବ ଆମେରିକା
-୬୦ ଦିନ ମଧ୍ୟରେ ଇରାନ୍‌ର ଫ୍ରିଜ୍‌ ହୋଇଥିବା ୧୨ ବିଲିଅନ୍‌ ଡଲାର ରିଲିଜ କରିବ
-ଇରାନ୍‌ର ଆଭ୍ୟନ୍ତରୀଣ ବ୍ୟାପାରରେ ହସ୍ତକ୍ଷେପ କରିବନି ଆମେରିକା
-ଆମେରିକୀୟ ସୈନ୍ୟ ଇରାନ୍‌ର ପାର୍ଶ୍ବବର୍ତ୍ତୀ ଅଞ୍ଚଳରୁ ତୁରନ୍ତ ହଟିବେ
-ସମସ୍ତ ଫ୍ରଣ୍ଟରୁ ତୁରନ୍ତ ଓ ସ୍ଥାୟୀ ଭାବେ ଆକ୍ରମଣ ବନ୍ଦ ହେବ
-ଇରାନୀ ତୈଳ ଓ ପେଟ୍ରୋକେମିକାଲ୍ସ ଉପରୁ ହଟିବ କଟକଣା
-ଇରାନ୍‌ରେ ପୁନଃନିର୍ମାଣ କାର୍ୟ୍ୟ ପାଇଁ ଆର୍ଥିକ ସହାୟତା ଦେବ ଆମେରିକା
-ଆମେରିକା ଏହାର ସହଯୋଗୀ ଦେଶ ୩୦୦ ବିଲିଅନ ଡଲାର ସହାୟତା ଦେବେ
-ପରମାଣୁ ଅସ୍ତ୍ର ବିକଶିତ କାର୍ୟ୍ୟକ୍ରମ ବନ୍ଦ କରିବ ଇରାନ୍

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା