Masthead

ମହାନତା ଦେଖାଇଲା ‘ବଡ଼ ଖବର’

ସେମିଳିଗୁଡ଼ା (ବଡ଼ ଖବର ବ୍ୟୁରୋ): ଲୋକଙ୍କ ଚ୍ୟାନେଲ ‘ବଡ଼ ଖବର’ କେବଳ ଖବର ସଂଗ୍ରହ କରେ ନାହିଁ, ସାମାଜିକ ପ୍ରତିବଦ୍ଧତାକୁ ମଧ୍ୟ ଅଧିକ ଗୁରୁତ୍ୱ ଦେଇଥାଏ । ଏହି ୨୪ଘଣ୍ଟିଆ ସ୍ୟାଟେଲାଇଟ୍ ନ୍ୟୁଜ ଚ୍ୟାନେଲର ପ୍ରତିଟି ସଦସ୍ୟ ଲୋକଙ୍କ ସୁଖ ଦୁଃଖରେ ସାମିଲ୍ ହୋଇଥାନ୍ତି । ଏହାର ଏକ ନିଚ୍ଛକ ଉଦାହରଣ ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ସଦର ମହକୁମାଠାରୁ ମାତ୍ର ୭କିଲୋମିଟର ଦୂର କୁତ୍କାଝୋଲା ଗ୍ରାମରେ ।
କୁତ୍କାଝୋଲା ଗାଁର ସଭାନାଙ୍କ ସ୍ତ୍ରୀ ଜାନକୀ ୱଡେକା ଗର୍ଭ ଯନ୍ତ୍ରଣାରେ ଛଟପଟ ହେଉଥିବାରୁ ୧୦୮ ଓ ୧୦୨ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ ପରିବାର ଲୋକେ । କିନ୍ତୁ ସ୍ୱାଧୀନତାର ୭୩ ବର୍ଷ ବିତି ଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଏହି ଗାଁକୁ ରାସ୍ତା ନିର୍ମାଣ ହୋଇନାହିଁ । ରାସ୍ତା ନ ଥିବାରୁ ୧୦୮ ଆମ୍ବୁଲାନ୍ସ ଲକ୍ଷ୍ମୀପୁରଠାରୁ ନାରାୟଣପାଟଣା ରାସ୍ତା କଡ଼ରେ ଥିବା ନାଲାଚୁଆ ଠାରେ ଛିଡ଼ା ହୋଇଥିଲା । ଲକ୍ଷ୍ମୀପୁରରୁ ଯାଇଥିବା ‘ବଡ଼ ଖବର’ ସାମ୍ବାଦିକ ସଞ୍ଜୟ କୁମାର ପାଣି କାନ୍ଧରେ କାନ୍ଧ ମିଶାଇ ପାହାଡ଼ିଆ ପାଦଚଲା ରାସ୍ତାରେ ଯନ୍ତ୍ରଣାରେ ଛଟପଟ ହେଉଥିବା ଗର୍ଭବତୀ ଜାନକୀଙ୍କୁ ଷ୍ଟ୍ରେଚରରେ ବୋହି ଆଣିଥିଲେ। ଜାନକୀଙ୍କୁ ବର୍ତ୍ତମାନ ଲକ୍ଷ୍ମୀପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା