Masthead

ପୁଣି ମୁହାଁମୁହିଁ ଆମେରିକା-ଇରାନ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଇରାନ-ଆମେରିକା ମଧ୍ୟରେ ପୁଣି ଉତ୍ତେଜନା । ହର୍ମୁଜ ପ୍ରଣାଳୀରେ ପୁଣି ମୁହାଁମୁହିଁ ହୋଇଛନ୍ତି ଆମେରିକା-ଇରାନ । ଅଶାନ୍ତ ହୋଇଛି ହର୍ମୁଜ ପ୍ରଣାଳୀ । ଯୁଦ୍ଧବିରତି ଭିତରେ ପୁଣି ଇରାନ ଉପରେ ଆକ୍ରମଣ କରିଛି ଆମେରିକା । ହର୍ମୁଜ ପ୍ରଣାଳୀରେ ଏକ କାର୍ଗୋ ଜାହାଜ ଉପରେ ଇରାନର ଡ୍ରୋନ୍ ଆକ୍ରମଣର କଡା ଜବାବ ଦେଇଛି ଆମେରିକା । ଇରାନର ମିସାଇଲ ଓ ଡ୍ରୋନ୍ ଠିକଣା ସହ ହର୍ମୁଜର ଆଖପାଖ ଅଞ୍ଚଳରେ ଥିବା ରାଡାର ସାଇଡକୁ ଟାର୍ଗେଟ କରିଛି ଆମେରିକା ।

ଶୁକ୍ରବାର ଦିନ ଆମେରିକା, ଇରାନ ଭିତରକୁ ପଶି ତାର ମିସାଇଲ୍ ଏବଂ ଡ୍ରୋନ୍ ସାଇଟ୍ ଗୁଡ଼ିକୁ ଧ୍ୱଂସ କରିଦେଇଛି । ସ୍ୱିଜରଲ୍ୟାଣ୍ଡରେ ଦୁଇ ଦେଶ ମଧ୍ୟରେ ହୋଇଥିବା ସ୍ୱଳ୍ପକାଳୀନ ଯୁଦ୍ଧ ବିରତି ଚୁକ୍ତି ପରେ ଏହା ଆମେରିକାର ପ୍ରଥମ ପ୍ରତ୍ୟକ୍ଷ ସାମରିକ ଆକ୍ରମଣ ବୋଲି କୁହାଯାଉଛି । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୂର୍ବରୁ ହିଁ ଇରାନକୁ ଜବାବ ଦେବା ପାଇଁ ପ୍ରସ୍ତୁତ ହେଉଥିବା ସଂକେତ ଦେଇଥିଲେ । ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତରରେ ସେ କହିଥିଲେ, “ଆପଣମାନଙ୍କୁ ଖୁବ୍ ଶୀଘ୍ର ଜଣାପଡ଼ିଯିବ ।” ଏହାର କିଛି ସମୟ ପରେ ଆମେରିକୀୟ ସେନା ଆକ୍ରମଣ ଆରମ୍ଭ କରିଥିଲା ।

ଏହି ଘଟଣାକୁ ନେଇ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଟ୍ରୁଥ୍ ସୋସିଆଲ୍’ରେ ଏକ ପୋଷ୍ଟ କରି ଇରାନ ଉପରେ ପ୍ରବଳ ବର୍ଷିଛନ୍ତି । ସେ ଅଭିଯୋଗ କରିଛନ୍ତି ଯେ, ଇରାନ ସେହି ଗୁରୁତ୍ୱପୂର୍ଣ୍ଣ ଜଳପଥ ଦେଇ ଯାଉଥିବା ଜାହାଜ ଉପରେ ୪ଟି ‘ୱାନ୍-ୱେ ଆଟାକ୍ ଡ୍ରୋନ୍’ ଦ୍ୱାରା ଆକ୍ରମଣ କରିଥିଲା । ଟ୍ରମ୍ପ ଏହାକୁ ଇରାନର ଏକ “ମୂର୍ଖତାପୂର୍ଣ୍ଣ ଉଲ୍ଲଂଘନ” ବୋଲି କହିଛନ୍ତି । ଆମେରିକାର ସେଣ୍ଟ୍ରାଲ କମାଣ୍ଡ (CENTCOM) ସୂଚନା ଦେଇଛି ଯେ ଆମେରିକୀୟ ଯୁଦ୍ଧବିମାନ ଗୁଡ଼ିକ ଇରାନ ସୀମା ମଧ୍ୟରେ ପଶି ତାର ମିସାଇଲ୍, ଡ୍ରୋନ୍ ଷ୍ଟୋରେଜ୍ ଏବଂ ଉପକୂଳବର୍ତ୍ତୀ ରାଡାର୍ ସାଇଟ୍‌ ଗୁଡ଼ିକୁ ସଫଳତାର ସହ ଟାର୍ଗେଟ୍ କରିଛନ୍ତି । ଜୁନ୍ ୨୫ରେ ସିଙ୍ଗାପୁରର ପତାକାଧାରୀ ମାଲବାହୀ ଜାହାଜ ‘M/V Ever Lovely’ ଉପରେ ଇରାନ ଡ୍ରୋନ୍ ମାଧ୍ୟମରେ ଆକ୍ରମଣ କରିଥିଲା । ଏହି ଜାହାଜଟି ଓମାନ ଉପକୂଳ ଦେଇ ହୋର୍ମୁଜ୍‌ରୁ ବାହାରୁଥିବା ସମୟରେ ଆକ୍ରମଣର ଶିକାର ହୋଇଥିଲା ।

“ଆମେରିକା ସେନା ଏହି ଅଞ୍ଚଳରେ ସମ୍ପୂର୍ଣ୍ଣ ସତର୍କ ଅଛି । ହୋର୍ମୁଜ ପ୍ରଣାଳୀ ଦେଇ ଆନ୍ତର୍ଜାତୀୟ ଜାହାଜ ଚଳାଚଳ ଯେପରି ସୁରକ୍ଷିତ ରହିବ ଏବଂ ଶାନ୍ତି ଚୁକ୍ତିର ସମସ୍ତ ନିୟମ ଯେପରି ପାଳନ କରାଯିବ, ତାହା ଆମେରିକା ସୁନିଶ୍ଚିତ କରିବ।” CENTCOM ଚେତାବନୀ ଦେଇଛି । ଏହି ସାମରିକ କାର୍ଯ୍ୟାନୁଷ୍ଠାନ ପରେ ମଧ୍ୟପ୍ରାଚ୍ୟ (Middle East) ରେ ପୁଣି ଥରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି ଏବଂ ଆଗକୁ ଏହା ଏକ ବଡ଼ ଯୁଦ୍ଧର ରୂପ ନେଇପାରେ ବୋଲି ଆଶଙ୍କା କରାଯାଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପୁଣି ମୁହାଁମୁହିଁ ଆମେରିକା-ଇରାନ 🔴 ଝଡ଼ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି 🔴 ପାଠ୍ୟପୁସ୍ତକ ତ୍ରୁଟି, ମୁଖ୍ୟମନ୍ତ୍ରୀଙ୍କ ବଡ଼ ଆକ୍ସନ 🔴 ବିଜେଡି ପାଇଁ ଘର ଭିତରେ ଫାଟ! 🔴 ତାମିଲନାଡୁ ଟ୍ରାଜେଡି, ମୃତ୍ୟୁ ସଂଖ୍ୟା ୧୦କୁ ବୃଦ୍ଧି 🔴 ଶଙ୍ଖ ଧରିଲେ ସୁଜାତା କାର୍ତ୍ତିକେୟନ 🔴 ସୁଜାତା ମିଶିବା ପରେ ବିଜେଡି ଦୁଇଫାଳ! 🔴 ବିଜେଡିରେ ମିଶିଲେ ସୁଜାତା କାର୍ତ୍ତିକେୟନ 🔴 ଭେନେଜୁଏଲାରେ ବ୍ୟାକ୍ ଟୁ ବ୍ୟାକ୍ ଭୂମିକମ୍ପ, ସୁନାମୀ ଆଲର୍ଟ 🔴 ୨୦ ଜିଲ୍ଲାରେ ଝଡ଼ବର୍ଷା! 🔴 ପୁଣି ମୁହାଁମୁହିଁ ଆମେରିକା-ଇରାନ 🔴 ଝଡ଼ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି 🔴 ପାଠ୍ୟପୁସ୍ତକ ତ୍ରୁଟି, ମୁଖ୍ୟମନ୍ତ୍ରୀଙ୍କ ବଡ଼ ଆକ୍ସନ 🔴 ବିଜେଡି ପାଇଁ ଘର ଭିତରେ ଫାଟ! 🔴 ତାମିଲନାଡୁ ଟ୍ରାଜେଡି, ମୃତ୍ୟୁ ସଂଖ୍ୟା ୧୦କୁ ବୃଦ୍ଧି 🔴 ଶଙ୍ଖ ଧରିଲେ ସୁଜାତା କାର୍ତ୍ତିକେୟନ 🔴 ସୁଜାତା ମିଶିବା ପରେ ବିଜେଡି ଦୁଇଫାଳ! 🔴 ବିଜେଡିରେ ମିଶିଲେ ସୁଜାତା କାର୍ତ୍ତିକେୟନ 🔴 ଭେନେଜୁଏଲାରେ ବ୍ୟାକ୍ ଟୁ ବ୍ୟାକ୍ ଭୂମିକମ୍ପ, ସୁନାମୀ ଆଲର୍ଟ 🔴 ୨୦ ଜିଲ୍ଲାରେ ଝଡ଼ବର୍ଷା!