Masthead

ଜ୍ୱରରେ କମ୍ପିବେ ଜଗତନାଥ

ପୁରୀ (ବଡ଼ ଖବର ବ୍ୟୁରୋ): ମହାପ୍ରଭୁଙ୍କ ସ୍ନାନଯାତ୍ରା । ଜଗତ ଦେଖିଲା ଜଗାର ଗାଧୁଆ । ୧୦୮ ଗରା ଜଳରେ ଗାଧୋଇଲେ ଚତୁର୍ଦ୍ଧାମୂରତି । କାଳିଆ ସାଆନ୍ତଙ୍କ ଗାଧୁଆ ଦେଖି ତୃପ୍ତ ହେଲା ଦୁଇ ଆଖି । ଭକ୍ତ ଭଗବାନଙ୍କ ହେଲା ଅପୂର୍ବ ମିଳନ । ଆଖିରେ ଆଖି ଦିଆ ନିଆ ହେଲା ମନ । ସେ ପରା ଚକା ନୟନ । ଚକା ଆଖିରେ କୋଟି ଭକତର ବୁଝି ନେଲା ମନ । ଖାଲି ଭକ୍ତ କାହିଁକି ଆକଶରୁ କୋଟି ଦେବତାଙ୍କ ଚକ୍ଷୁ ହେଲା ଧନ୍ୟ । ସ୍ନାନବେଦିରେ ୧୦୮ ଗରା ସୁବାସିତ ଜଳରେ ମହାସ୍ନାନ କଲେ ମହାବାହୁ । ବଡ ଠାକୁର ବଳଭଦ୍ର ୩୩ ଗରା ଜଳରେ ଗାଧୋଇ ଥିବା ବେଳେ ୨୨ଗରା ଜଳରେ ମାଆ ସୁଭଦ୍ରାଙ୍କ ପାଖରେ ଲାଗି ହୋଇଛି । ପ୍ରଭୁ ଜଗନ୍ନାଥଙ୍କ ପାଖରେ ୩୫ ଗରା ଜଳ ଲାଗି ହୋଇଥିବା ବେଳେ, ୧୮ଗରା ସୁଦର୍ଶନଙ୍କ ପାଖରେ ଜଳଲାଗି କରାଯାଇଛି । ସୁନା କୂଅ ଜଳ ଆଉ ସେହି ଜଳରେ ଜାଇ ଫଳ, କସ୍ତୁରୀ, କେଶର, କର୍ପୁର, ଚନ୍ଦନ, ଘୃତ ଆଦି ମିଶ୍ରିତ ସୁବାସିତ ଜଳରେ ତିନି ଠାକୁର ମହାସ୍ନାନ କରିଛନ୍ତି । ଚର୍ତୁଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରିବା ପାଇଁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି । ଜୟ ଜଗନ୍ନାଥ ଧ୍ୱନିରେ କମ୍ପୁଛି ବଡ ଦାଣ୍ଡ । ବିଶ୍ୱାସ ରହିଛି, ସ୍ନାନ ପୂର୍ଣ୍ଣିମାରେ ସ୍ନାନ ବେଦୀରେ ମହାପ୍ରଭୁଙ୍କ ଦର୍ଶନ କଲେ ଜୀବନର ସମସ୍ତ ପାପ କ୍ଷୟ ହୁଏ ଏବଂ ପ୍ରଭୁଙ୍କ ଅପାର କୃପା ଲାଭ ହୁଏ । ସମସ୍ତ ନୀତିକାନ୍ତି ସମାପ୍ତ ହେବା ପରେ ମହାପ୍ରଭୁ ଚତୁର୍ଦ୍ଧାମୂରତି ହାତୀ ବେଶରେ ଦିବ୍ୟ ଦର୍ଶନ ଦେବେ । ପରେ ପରମ୍ପରା ଅନୁଯାୟୀ ଜ୍ୱରରେ କମ୍ପିବେ ମହାବାହୁ । ଅଣସର ଘରେ ନେବେ ବିଶ୍ରାମ । ପଥି ଓ ଚେରମୂଳିରେ ମହାପ୍ରଭୁଙ୍କ ହେବ ଉପଚାର । ଏହି ସମୟରେ ମହାପ୍ରଭୁଙ୍କ ସର୍ବ ସାଧାରଣ ଦର୍ଶନ ବନ୍ଦ ରହିବ । ଅଣସର ପରେ ନବଯୌବନ ବେଶରେ ଦର୍ଶନ ଦେବେ ମଣିମା । ଆରମ୍ଭ ହୋଇଯିବ ନବଦିନାତ୍ମକ ଯାତ୍ରା ବା ରଥଯାତ୍ରା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଣ୍ଡାମାନ ସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ 🔴 ଭିଜିଲାନ୍ସ ଜାଲରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ 🔴 ଗର୍ଭବତୀ ମହିଳାଙ୍କୁ ଉଦ୍ଧାର କରିବାକୁ ଯାଇ ନଦୀରେ ଓଲଟିଲା ବୋଟ 🔴 ବୈତରଣୀରେ ପୁଣି ବନ୍ୟା, ବିପଦ ସଙ୍କେତ ଉପରେ ଜଳ ପ୍ରବାହ.. 🔴 ଏସୀୟ କ୍ରୀଡ଼ାରେ ଭାରତର ଆଉ ଏକ ଗୋଲ୍ଡ , କବାଡ଼ିରେ ଚମକିଲା ମହିଳା ଟିମ୍ 🔴 ବଢୁଛି ସୁବର୍ଣ୍ଣରେଖା ନଦୀର ଜଳସ୍ତର! 🔴 ପୁଣି ଏକ ଡଲଫିନର ମୃତଦେହ ଉଦ୍ଧାର, ଦୁଇ ଦିନରେ ମିଳିଲା ୨ଟି 🔴 କାଠ ମାଫିଆଙ୍କ କବ୍ଜାରେ କୁଳଡିହା ଅଭୟାରଣ୍ୟ,ସୁରକ୍ଷା ନେଇ ଉଠିଲା ପ୍ରଶ୍ନ 🔴 ସିକ୍କିମରେ ପ୍ରବଳ ବର୍ଷାକୁ ନେଇ ବଡ଼ ଭୂସ୍ଖଳନ, ଅନେକ ଘର କ୍ଷତିଗ୍ରସ୍ତ 🔴 ଦୁଇ ବରିଷ୍ଠ ଅଧିକାରୀ ନିଲମ୍ବିତ 🔴 ଆଣ୍ଡାମାନ ସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ 🔴 ଭିଜିଲାନ୍ସ ଜାଲରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ 🔴 ଗର୍ଭବତୀ ମହିଳାଙ୍କୁ ଉଦ୍ଧାର କରିବାକୁ ଯାଇ ନଦୀରେ ଓଲଟିଲା ବୋଟ 🔴 ବୈତରଣୀରେ ପୁଣି ବନ୍ୟା, ବିପଦ ସଙ୍କେତ ଉପରେ ଜଳ ପ୍ରବାହ.. 🔴 ଏସୀୟ କ୍ରୀଡ଼ାରେ ଭାରତର ଆଉ ଏକ ଗୋଲ୍ଡ , କବାଡ଼ିରେ ଚମକିଲା ମହିଳା ଟିମ୍ 🔴 ବଢୁଛି ସୁବର୍ଣ୍ଣରେଖା ନଦୀର ଜଳସ୍ତର! 🔴 ପୁଣି ଏକ ଡଲଫିନର ମୃତଦେହ ଉଦ୍ଧାର, ଦୁଇ ଦିନରେ ମିଳିଲା ୨ଟି 🔴 କାଠ ମାଫିଆଙ୍କ କବ୍ଜାରେ କୁଳଡିହା ଅଭୟାରଣ୍ୟ,ସୁରକ୍ଷା ନେଇ ଉଠିଲା ପ୍ରଶ୍ନ 🔴 ସିକ୍କିମରେ ପ୍ରବଳ ବର୍ଷାକୁ ନେଇ ବଡ଼ ଭୂସ୍ଖଳନ, ଅନେକ ଘର କ୍ଷତିଗ୍ରସ୍ତ 🔴 ଦୁଇ ବରିଷ୍ଠ ଅଧିକାରୀ ନିଲମ୍ବିତ