Masthead

ମୋଦୀ ଡ଼କାଇଲେ ବୈଠକ ମନ୍ତ୍ରୀଙ୍କ ଛାତି ଧଡ଼ଧଡ଼

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଡକାଇଲେ ଜରୁରୀ ବୈଠକ । ଦେଶର ଭବିଷ୍ୟତ ନେଇ କରିବେ ମାନସମନ୍ଥନ । କେନ୍ଦ୍ର ମନ୍ତ୍ରାଳୟର ସଚିବ ମାନଙ୍କ ସହ ଉଚ୍ଚସ୍ତରୀୟ ଆଲୋଚନା । ଇଜ୍ ଅଫ୍ ଡୁଇଂ ବିଜିନେସ୍ ପ୍ରସଙ୍ଗ ଚର୍ଚ୍ଚାର ମୁଖ୍ୟ ଏଜେଣ୍ଡା । ଏହି ବୈଠକରେ ନୀତିଗତ ସଂସ୍କାର ଏବଂ ବ୍ୟବସାୟୀକ ସୁଧାର ଆଣିବା ଦିଗକୁ ଗୁରୁତ୍ୱ । ଅପରାହ୍ନ ୪ଟାରେ ହେବାକୁ ଥିବା ବୈଠକରେ ଗତ ଦୁଇ ମାସରୁ କମ୍ ସମୟ ମଧ୍ୟରେ ପ୍ରଶାସନିକ ଅଧିକାରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଏହା ଦ୍ୱିତୀୟ ବଡ ବ୍ୟବସାୟୀକ ଆଲୋଚନା ହେବ । ଏହାପୂର୍ବରୁ ମେ ୨୧ରେ ପ୍ରଧାନମନ୍ତ୍ରୀ କେନ୍ଦ୍ର ମନ୍ତ୍ରିପରିଷଦ ଏବଂ କେନ୍ଦ୍ରୀୟ ସଚିବ ମାନଙ୍କ ମିଳିତ ବୈଠକ କରିଥିଲେ ।

ବିକଶିତ ଭାରତର ଲକ୍ଷ୍ୟ ହାସଲ ପାଇଁ ରୋଡ୍ ମ୍ୟାପ ପ୍ରସ୍ତୁତ କରିବା ଏହି ବୈଠକର ମୁଖ୍ୟ ଉଦ୍ଦେଶ୍ୟ ଥିଲା । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ କି, ମନ୍ତ୍ରଣାଳୟ ଗୁଡିକୁ ପ୍ରଶାସନିକ ପ୍ରକ୍ରିୟା ଗୁଡିକ ଅଧିକ ସରଳ କରିବା ଆବଶ୍ୟକ ରହିଛି । ଢାଞ୍ଚାଗତ ସଂସ୍କାର ଉପରେ ଅଧିକ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଥିଲେ । “ବିକଶିତ ଭାରତ ୨୦୪୭” କେବଳ ଏକ ସ୍ଲୋଗାନ୍ ନୁହେଁ, ବରଂ ଏହା ସରକାରଙ୍କ ଏକ ଦୃଢ ପଦକ୍ଷେପ ହେବ । ସେପଟେ ଆଜିର ବୈଠକରେ ବି କେନ୍ଦ୍ର ମନ୍ତ୍ରିମଣ୍ଡଳର ଭାଗ୍ୟ ଓ ଭବିଷ୍ୟତ ନିର୍ଭର କରେ । କାହିଁକି ନା ବର୍ତ୍ତମାନ କେନ୍ଦ୍ର ମନ୍ତ୍ରିପରିଷରେ ପ୍ରଧାନମନ୍ତ୍ରୀଙ୍କୁ ବାଦ ଦେଲା ପରେ ୩୦ଜଣ କ୍ୟାବିନେଟ୍ ମନ୍ତ୍ରୀ, ୫ଜଣ ସ୍ୱାଧିନ ଦାୟିତ୍ୱ ପ୍ରାପ୍ତ ରାଜ୍ୟମନ୍ତ୍ରୀଙ୍କ ସହ ୩୬ଜଣ ରାଜ୍ୟମନ୍ତ୍ରୀ ପାହ୍ୟରେ ଅଛନ୍ତି । ଆଉ ଏହାରି ଭିତରେ କେନ୍ଦ୍ର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି । ଯେହେତୁ ମୋଦୀ ସରକାରଙ୍କୁ ୧୨ବର୍ଷ ପୂରିଛି ଏବଂ ଲୋକପ୍ରତିନିଧି ଭାବରେ ରେକଡ୍ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପାସେଞ୍ଜର ଟ୍ରେନ୍‌ ଲାଇନଚ୍ୟୁତ 🔴 ବୈତରଣୀ ଏବଂ କାଣୀ ନଦୀରେ ପ୍ରଳୟଙ୍କରୀ ବନ୍ୟା, ଅସ୍ତବ୍ୟସ୍ତ ଜନଜୀବନ 🔴 ପୋଲିସ ସେବା ପୁରସ୍କାର ୨୦୨୬, ଓଡିଶାର ୧୭ଜଣଙ୍କୁ ମିଳିବ.. 🔴 ଚମୋଲି ଟନେଲ୍‌ ଅଘଟଣ, ୭ଶ୍ରମିକ ମୃତ 🔴 ୨୦ ଆଉ ଏକ ଲଘୁଚାପ ! 🔴 ‘ସାଳନ୍ଦୀ ପାଇଁ ସତର୍କ ରହିବାକୁ ପଡ଼ିବ’ 🔴 ଲଗାଣ ବର୍ଷାରେ ଧୋଇ ଗଲା ପୋଲ 🔴 କୃଷି ବିଭାଗର ଚଢ଼ାଉ, ୧୯୦ ବସ୍ତା ସାର ଜବତ 🔴 ଶେଷ ହେଲା ଲୋକସଭାର ମୌସୁମୀ ଅଧିବେଶନ 🔴 ପ୍ରିନ୍ସିପାଲଙ୍କୁ ଲୁଟିଲେ ସାଇବର ଠକ 🔴 ପାସେଞ୍ଜର ଟ୍ରେନ୍‌ ଲାଇନଚ୍ୟୁତ 🔴 ବୈତରଣୀ ଏବଂ କାଣୀ ନଦୀରେ ପ୍ରଳୟଙ୍କରୀ ବନ୍ୟା, ଅସ୍ତବ୍ୟସ୍ତ ଜନଜୀବନ 🔴 ପୋଲିସ ସେବା ପୁରସ୍କାର ୨୦୨୬, ଓଡିଶାର ୧୭ଜଣଙ୍କୁ ମିଳିବ.. 🔴 ଚମୋଲି ଟନେଲ୍‌ ଅଘଟଣ, ୭ଶ୍ରମିକ ମୃତ 🔴 ୨୦ ଆଉ ଏକ ଲଘୁଚାପ ! 🔴 ‘ସାଳନ୍ଦୀ ପାଇଁ ସତର୍କ ରହିବାକୁ ପଡ଼ିବ’ 🔴 ଲଗାଣ ବର୍ଷାରେ ଧୋଇ ଗଲା ପୋଲ 🔴 କୃଷି ବିଭାଗର ଚଢ଼ାଉ, ୧୯୦ ବସ୍ତା ସାର ଜବତ 🔴 ଶେଷ ହେଲା ଲୋକସଭାର ମୌସୁମୀ ଅଧିବେଶନ 🔴 ପ୍ରିନ୍ସିପାଲଙ୍କୁ ଲୁଟିଲେ ସାଇବର ଠକ