Masthead

ଥାର୍ ପରେ ଗନ କେଳେଙ୍କାରୀ, ସିଏଜି ଧରିଲେ ଦୁର୍ନୀତି

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ତାଲିମପ୍ରାପ୍ତ ଗନ୍ ମ୍ୟାନ ନଥାଇ କୋଟିକୋଟି ଟଙ୍କାର ଗନ୍ କିଣା । ବନ ବିଭାଗର ଆଉ ଏକ ଜଙ୍ଗଲ ରାଜ୍, ତଥ୍ୟରୁ ବନ୍ଧୁକ ବ୍ୟବହାର ନଯାଣି କେବଳ କିଣିଆଣି ଖେଳଣା ଭଳି ପକାଇ ରଖାଯାଇଛି । ହାତ ଗଣତି ଟଙ୍କାର ନୁହଁ ବରଂ ବନ ବିଭାଗ ଏକାଥରକେ ୮କୋଟିରୁ ଅଧିକ ଟଙ୍କାର ବନ୍ଧୁକ ଏବଂ ଗୋଳାବାରୁଦ କିଣି ଗଚ୍ଛିତ ରଖିଛି । ସରକାର କା ମାଲ୍ ଦରିଆମେ ଡାଲ୍ ନ୍ୟାୟରେ କୋଟିକୋଟି ଟଙ୍କାର କାରବାର ପଛରେ କିଏ? ବୋଲି ଏବେ ସାଧାରଣରେ ପ୍ରଶ୍ନ ହୋଇଛି । ଜଙ୍ଗଲ ବିଭାଗରେ ଥାର୍ ଗାଡ଼ି କ୍ରୟ ଓ ସାଜସଜାରେ କୋଟି କୋଟି ଟଙ୍କାର ଦୁର୍ନୀତି ସାମ୍ନାକୁ ଆସିଥିବା ବେଳେ ଏବେ ସେହି ବିଭାଗର ବନ୍ଧୁକ କିଣାରେ ମଧ୍ୟ କୋଟି କୋଟିର କେଳେଙ୍କାରୀ ବିରୋଧୀଙ୍କ ପାଇଁ ପ୍ରସଙ୍ଗ ଆଣି ଦେଇଛି । ସିଏଜି ରିପୋର୍ଟରେ ଦୁର୍ନୀତିର ସାଂଘାତିକ ତଥ୍ୟ ଅନେକଙ୍କୁ ବିସ୍ମିତ କଲା ଭଳି ହୋଇଛି । ଜଙ୍ଗଲ ଓ ପରିବେଶ ବିଭାଗର ରାଜ୍ୟ ପ୍ରମୁଖ ମହାଲେଖାକାରଙ୍କ ଦ୍ୱାରା ସମୀକ୍ଷାବେଳେ ଏହି କୋଟିରୁ ଅଧିକ ଟଙ୍କା ମୂଲ୍ୟର ବନ୍ଧୁକ, ଗୁଳିଗୋଳା କିଣାଯାଇଛି ।

ଏପରିକି ଝାରସୁଗୁଡା ଓ ଖରିଆର ଡିଭିଜନରେ ଜଣେବି ତାମିଲପ୍ରାପ୍ତ ନାହାନ୍ତି । ଅଥଚ ସେଠାରେ ବନ୍ଧୁକ, ଗୁଳିଗୋଳା ଗଦାଇ ଦିଆଯାଇଛି । ସେସବୁ କ୍ରୟ ସାମଗ୍ରୀକୁ ବ୍ୟବହାର କିଏ କରିବ ପ୍ରଶ୍ନ ଉଠାଇଛନ୍ତି ସିଏଜି । ଏ ସଂକ୍ରାନ୍ତରେ ସିଏଜିଙ୍କ ପକ୍ଷରୁ ଜଙ୍ଗଲ ଓ ପରିବେଶ ବିଭାଗ ପ୍ରମୁଖ ଶାସନ ସଚିବ ଓ ମୁଖ୍ୟ ଶାସନ ସଚିବଙ୍କୁ ଅବଗତ କରାଯାଇଛି । ଏପରିକି ୨୦୨୩ ଜୁଲାଇ ୨୫ରେ ମୁଖ୍ୟଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବନ୍ଧୁକ କ୍ରୟ ପାଇଁ ନିର୍ଦ୍ଧାରିତ ନିୟମାବଳୀକୁ ମଧ୍ୟ ଉଲ୍ଲଂଘନ କରାଯାଇଛି । ସେସବୁ କ୍ରୟ ବନ୍ଧୁକକୁ ଗଚ୍ଛିତ ନରଖି ପ୍ରଶିକ୍ଷଣରେ ତୁରନ୍ତ ବ୍ୟବହାର ନିଦେ୍ର୍ଦଶ ଥିଲେ ସୁଦ୍ଧା ସେଥିରେ ବ୍ୟତିକ୍ରମ ଦେଖାଯାଇଛି । ସିଏଜି ସମୀକ୍ଷାରୁ ଜଣାପଡ଼ିଥିଲା ଯେ ଆଗ୍ନେୟାସ୍ତ୍ର ଓ ଗୋଳାବାରୁଦ କ୍ରୟ ବାବଦ ୮୬୨.୬୨ ଲକ୍ଷ ଟଙ୍କା ଖର୍ଚ୍ଚ ଆଦୌ ଗ୍ରହଣଯୋଗ୍ୟ ନୁହେଁ । କାରଣ ଯାହାର କ୍ରୟ ପ୍ରକ୍ରିୟା ମୁଖ୍ୟ ଶାସନ ସଚିବଙ୍କ ନିର୍ଦେଶନାମାର ସିଧାସଳଖ ଉଲ୍ଲଂଘନ କରୁଛି । ଯୋଜନାର ଅଭାବ ଫଳରେ ସରକାରୀ ଅର୍ଥର ବ୍ୟାପକ ଅପଚୟ ହୋଇଛି । ଅଯଥାରେ ଏସବୁ ମୂଲ୍ୟବାନ ଅସ୍ତ୍ରଶସ୍ତ୍ର ଅବ୍ୟବହୃତ ଅବସ୍ଥାରେ ପଡ଼ି ରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ନିଆଳିରେ ୨୭୫ ଅପମିଶ୍ରିତକାରୀଙ୍କ ନାଁରେ ଏତଲା’ 🔴 ସୋରୋରେ ବନ୍ୟା ସ୍ଥିତି 🔴 ଆସୁଛି ଆଉ ଏକ ଲଘୁଚାପ 🔴 ଆଣ୍ଡାମାନ ସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ 🔴 ଭିଜିଲାନ୍ସ ଜାଲରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ 🔴 ଗର୍ଭବତୀ ମହିଳାଙ୍କୁ ଉଦ୍ଧାର କରିବାକୁ ଯାଇ ନଦୀରେ ଓଲଟିଲା ବୋଟ 🔴 ବୈତରଣୀରେ ପୁଣି ବନ୍ୟା, ବିପଦ ସଙ୍କେତ ଉପରେ ଜଳ ପ୍ରବାହ.. 🔴 ଏସୀୟ କ୍ରୀଡ଼ାରେ ଭାରତର ଆଉ ଏକ ଗୋଲ୍ଡ , କବାଡ଼ିରେ ଚମକିଲା ମହିଳା ଟିମ୍ 🔴 ବଢୁଛି ସୁବର୍ଣ୍ଣରେଖା ନଦୀର ଜଳସ୍ତର! 🔴 ପୁଣି ଏକ ଡଲଫିନର ମୃତଦେହ ଉଦ୍ଧାର, ଦୁଇ ଦିନରେ ମିଳିଲା ୨ଟି 🔴 ‘ନିଆଳିରେ ୨୭୫ ଅପମିଶ୍ରିତକାରୀଙ୍କ ନାଁରେ ଏତଲା’ 🔴 ସୋରୋରେ ବନ୍ୟା ସ୍ଥିତି 🔴 ଆସୁଛି ଆଉ ଏକ ଲଘୁଚାପ 🔴 ଆଣ୍ଡାମାନ ସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ 🔴 ଭିଜିଲାନ୍ସ ଜାଲରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ 🔴 ଗର୍ଭବତୀ ମହିଳାଙ୍କୁ ଉଦ୍ଧାର କରିବାକୁ ଯାଇ ନଦୀରେ ଓଲଟିଲା ବୋଟ 🔴 ବୈତରଣୀରେ ପୁଣି ବନ୍ୟା, ବିପଦ ସଙ୍କେତ ଉପରେ ଜଳ ପ୍ରବାହ.. 🔴 ଏସୀୟ କ୍ରୀଡ଼ାରେ ଭାରତର ଆଉ ଏକ ଗୋଲ୍ଡ , କବାଡ଼ିରେ ଚମକିଲା ମହିଳା ଟିମ୍ 🔴 ବଢୁଛି ସୁବର୍ଣ୍ଣରେଖା ନଦୀର ଜଳସ୍ତର! 🔴 ପୁଣି ଏକ ଡଲଫିନର ମୃତଦେହ ଉଦ୍ଧାର, ଦୁଇ ଦିନରେ ମିଳିଲା ୨ଟି