Masthead

ଧରାପଡ଼ିଗଲେ ପାଣ୍ଡିଆନ! ଜଣାପଡ଼ିବ ଅସଲ ରୂପ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଦିନେ ସିଷ୍ଟମକୁ ନିଜ ଅକ୍ତିଆରେ ରଖିଥିଲେ । କ୍ଷମତା ବଳରେ ମନଇଚ୍ଛା କାର୍ଯ୍ୟ କରୁଥିଲେ । ବିନା ନେତାରେ ଇନ୍ଦ୍ରଚନ୍ଦ୍ର ମାନୁନଥିଲେ । ସମସ୍ତଙ୍କୁ ନିଜ କଂଟ୍ରୋଲରେ ରଖୁଥିଲେ । ସିଏମଓ ଅଫିସରୁ କମିଶନ ଫାଇଲ ଗାଏବରେ ନିରବ ରହିଲେ । ଆଉ ଏବେ ସାଧାରଣ ଭଳି ଥାନାରେ ହାଜର ହେବାକୁ ପଡ଼ିବ । ବିଜେଡିର ଅଘୋଷିତ ସର୍ବେସର୍ବା ଭୈରବ କାତ୍ତିକେୟନ ପାଣ୍ଡିଆନଙ୍କ ଅଡୁଆ ବଢିଛି । ଶନିବାର କ୍ୟାପିଟାଲ ଥାନାରେ ପହଂଚିବାକୁ ସମନ ହୋଇଛି । ଫାଇଲ ଗାଏବ ପଛରେ ପାଣ୍ଡିଆନ ହାତ ଥିବା ପୋଲିସ ଗନ୍ଧ ବାରିଛି । ଏବେ ପ୍ରଶ୍ନ ଉଡୁଛି ଯେ ଯିଏ ଦିନେ କ୍ୟାପିଟାଲ ଥାନାକୁ ନିଦେ୍ର୍ଦଶ ଦେଉଥିଲେ ସେ ସେହି ଥାନା ଅଧିକାରୀଙ୍କ ଠାରୁ ଜେରା ହେବେ । ପାଣ୍ଡିଆନ ଶନିବାର ଆସିବେ ତ? ନା କିଛି ବାହାନା କରି ରହିଯିବେ? ଫାଇଲ ଗାଏବରେ ପୋଲିସକୁ ସହଯୋଗ କରିବେ ତ? ଏବେ ଜଣାପଡ଼ିବ ପାଣ୍ଡିଆନଙ୍କ ଅସଲ ରୂପ ।

ବିଜେଡି ସମୟରେ ଯେଉଁ ହାକିମାତି ଚଳାଇଥିଲେ ଏବେ ଆଉ ଚାଳିବନି । ପୋଲିସ ପାଖରେ ଉପସ୍ଥିତ ରହି ସତ ଓଗାଳିବାକୁ ପଡ଼ିବ । ଆଉ ଯଦି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ କମିଶନ ତଦନ୍ତ ପାଇଲ ହଜିବା ପଛରେ ପୋଲିସ କିଛି ବି ସୁରାକ୍ ପାଏ ତାହେଲେ ପାଣ୍ଡିଆନଙ୍କ ଅଡୁଆ ବଢିବ । ହେଲେ ଏହି ଚତୁର ବ୍ୟକ୍ତି ଏବେ ଗଳାବାଟ ବାହାର କରିବାକୁ ନିଶ୍ଚିତ ଭାବେ ଚେଷ୍ଠା କରୁଥିବେ । କିଛି ନା କିଛି ବାହାନା ଦେଖାଇ କ୍ୟାପିଟାଲ ଥାନାକୁ ନ ଆସିବାର ରାସ୍ତା ଖୋଜୁଥିବେ । ଆଗୁଆ ଆଇନର ଦ୍ୱାହିଦେଇ ଖସିଯିବାକୁ ଚେଷ୍ଠା କରୁଥିବେ । ସେ ଦିଗରେ ପୋଲିସ ସତର୍କ ହେବାର ଆବଶ୍ୟକତା ଅଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମୋବଇଲ ପାଇଁ ଏତେ ବଡ଼ ନିଷ୍ପତ୍ତି… 🔴 ଧରାପଡ଼ିଗଲେ ପାଣ୍ଡିଆନ! ଜଣାପଡ଼ିବ ଅସଲ ରୂପ 🔴 ପାଣ୍ଡିଆନଙ୍କ କୋ ଟିମକୁ ପୋଲିସର ସମନ୍, ବନ୍ଧୁ ବାନ୍ଧି ଫସିଗଲେ… 🔴 ମହାପ୍ରଭୁ ଖାଇବେ ପୋଡପିଠା 🔴 ହେଡ୍ କନେଷ୍ଟବଳ ହତ୍ୟା ପରେ ବଡ ଆକ୍ସନ 🔴 ଶୋଇଥିବାବେଳେ ଲୁଟି ନେଲେ ଟଙ୍କା ସହ ଅଳଙ୍କାର 🔴 ନିଟ୍ ପେପର ଲିକ୍, ଫାଷ୍ଟ-ଟ୍ରାକ୍ କୋର୍ଟରେ ହେବ ଶୁଣାଣି 🔴 ହସଖୁସିର ଯାତ୍ରା ହେଲା ଶେଷଯାତ୍ରା 🔴 ବସ୍‌କୁ ପିଟିଲା ହାଇୱା 🔴 ରାଜ୍ୟରେ ୨୮ ଯାଏଁ ବର୍ଷା 🔴 ମୋବଇଲ ପାଇଁ ଏତେ ବଡ଼ ନିଷ୍ପତ୍ତି… 🔴 ଧରାପଡ଼ିଗଲେ ପାଣ୍ଡିଆନ! ଜଣାପଡ଼ିବ ଅସଲ ରୂପ 🔴 ପାଣ୍ଡିଆନଙ୍କ କୋ ଟିମକୁ ପୋଲିସର ସମନ୍, ବନ୍ଧୁ ବାନ୍ଧି ଫସିଗଲେ… 🔴 ମହାପ୍ରଭୁ ଖାଇବେ ପୋଡପିଠା 🔴 ହେଡ୍ କନେଷ୍ଟବଳ ହତ୍ୟା ପରେ ବଡ ଆକ୍ସନ 🔴 ଶୋଇଥିବାବେଳେ ଲୁଟି ନେଲେ ଟଙ୍କା ସହ ଅଳଙ୍କାର 🔴 ନିଟ୍ ପେପର ଲିକ୍, ଫାଷ୍ଟ-ଟ୍ରାକ୍ କୋର୍ଟରେ ହେବ ଶୁଣାଣି 🔴 ହସଖୁସିର ଯାତ୍ରା ହେଲା ଶେଷଯାତ୍ରା 🔴 ବସ୍‌କୁ ପିଟିଲା ହାଇୱା 🔴 ରାଜ୍ୟରେ ୨୮ ଯାଏଁ ବର୍ଷା