Masthead

ପରୀକ୍ଷା ପେପର ଲିକ୍, ଆସିବ କଠୋର ଆଇନ,‘ଦୋଷୀଙ୍କୁ ୧୦ ବର୍ଷ ଜେଲ୍ ସହ ୧୦ କୋଟି ଜରିମାନା’

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ପରୀକ୍ଷା ପତ୍ର ପ୍ରଘଟକୁ ନେଇ ଦେଶବ୍ୟାପୀ ଚାଲିଛି ପ୍ରତିବାଦ । ହଲ୍ଲାବୋଲ କରିଚାଲିଛନ୍ତି ଛାତ୍ରଛାତ୍ରୀ । ନିଟ୍ ପ୍ରଶ୍ନ ପତ୍ର ଲିକ୍ ମାମଲାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏକ ବଡ ନିଷ୍ପତ୍ତି ନେବାକୁ ଯାଉଛନ୍ତି । ଆଜି ସେଥିପାଇଁ କେନ୍ଦ୍ର କ୍ୟାବିନେଟରେ ହେବ ନିଷ୍ପତ୍ତି । ପରୀକ୍ଷା ପତ୍ର ଲିକ୍ କଲେ ଦଣ୍ଡିତ ହେବେ ଅପରାଧୀ । ଏଭଳି ସଙ୍ଗୀନ ମାମଲାରେ ସଂପୃକ୍ତ ଥିବା ପ୍ରତ୍ୟେକଟି ବ୍ୟକ୍ତିଙ୍କୁ ମିଳିବ କଠୋର ଦଣ୍ଡ । କେନ୍ଦ୍ର ସରକାର ଆଣିବାକୁ ଯାଉଥିବା ଆଇନରେ ୫ରୁ ୧୦ ବର୍ଷ ଜେଲ୍ ଦଣ୍ଡା ଦେଷ ସହ ସର୍ବନିମ୍ନ ୧୦ କୋଟି ଟଙ୍କାର ଜୋରିମାନା ଭଳି କାର୍ଯ୍ୟନୁଷ୍ଟାନ ପାଇଁ ବ୍ୟବସ୍ଥା କରିଛନ୍ତି ସରକାର । ପ୍ରଶ୍ନପତ୍ର ଲିକ୍ ସମ୍ବନ୍ଧୀୟ ସମସ୍ତ ମାମଲାର ଶୁଣାଣୀ ପାଇଁ ଫାଷ୍ଟ-ଟ୍ରାକ୍ କୋର୍ଟ ଗଠନ କରିବା ପାଇଁ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ।

କିନ୍ତୁ କେନ୍ଦ୍ର ସରକାରଙ୍କ ଏତେ ସବୁ ପଦକ୍ଷେପ ପରେ ମଧ୍ୟ ଛାତ୍ର ଆନେ୍ଦାଳନ ଥମିବାର ନାଁ ଧରୁନି । ଯାହାକୁ ନେଇ ଗୁରୁବାର ବିଳମ୍ବିତ ରାତ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ଦେଶବାସୀଙ୍କୁ ଆଶ୍ୱସ୍ତି ଦେବା ଉଦେଶ୍ୟରେ କହିଛନ୍ତି ଯେ, ‘ଦି ପବ୍ଲିକ୍ ଏକଜାମିନେସନ ଆକ୍ଟ’୨୦୨୪ରେ ଗୁରୁତ୍ୱପୂର୍ଣ୍ଣ ସଂଶୋଧନ ଆଣିବାକୁ ପ୍ରସ୍ତୁତି ଚଳାଇଛନ୍ତି । ନକଲି ବିରୋଧୀ ଆଇନକୁ ଆହୁରି କଡା କରିବା ସହ ଦୋଷୀଙ୍କ ପାଇଁ ଅଧିକ କଠୋର ଦଣ୍ଡର ବ୍ୟବସ୍ଥା କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ଆଜି ଅପରାହ୍ନରେ ବସିବାକୁ ଥିବା କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଏହି ପ୍ରସ୍ତାବିତ ସଂଶୋଧିତ ଆଇନକୁ ମଞ୍ଜୁରୀ ପାଇଁ ଉପସ୍ଥାପନ କରାଯିବ । ବର୍ତ୍ତମାନର ଆଇନ ଅନୁଯାୟୀ ବ୍ୟକ୍ତିଗତ ଭାବେ କୌଣସି ପରୀକ୍ଷାର୍ଥୀ କିମ୍ବା ବ୍ୟକ୍ତି ଅସାଧୁ ଉପାୟ ଅବଲମ୍ବନ କଲେ ୩ ରୁ ୫ ବର୍ଷ ଜେଲ୍ ଦଣ୍ଡ ରହିଛି । ତାସହ୧୦ କୋଟି ଟଙ୍କା ପର୍ଯ୍ୟନ୍ତ ଜରିମାନାର ବ୍ୟବସ୍ଥା ରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପରୀକ୍ଷା ପେପର ଲିକ୍, ଆସିବ କଠୋର ଆଇନ,‘ଦୋଷୀଙ୍କୁ ୧୦ ବର୍ଷ ଜେଲ୍ ସହ ୧୦ କୋଟି ଜରିମାନା’ 🔴 ନୀଳକନ୍ଦରକୁ ଯିବେ ନୀଳମଣି 🔴 ମୋବଇଲ ପାଇଁ ଏତେ ବଡ଼ ନିଷ୍ପତ୍ତି… 🔴 ଧରାପଡ଼ିଗଲେ ପାଣ୍ଡିଆନ! ଜଣାପଡ଼ିବ ଅସଲ ରୂପ 🔴 ପାଣ୍ଡିଆନଙ୍କ କୋ ଟିମକୁ ପୋଲିସର ସମନ୍, ବନ୍ଧୁ ବାନ୍ଧି ଫସିଗଲେ… 🔴 ମହାପ୍ରଭୁ ଖାଇବେ ପୋଡପିଠା 🔴 ହେଡ୍ କନେଷ୍ଟବଳ ହତ୍ୟା ପରେ ବଡ ଆକ୍ସନ 🔴 ଶୋଇଥିବାବେଳେ ଲୁଟି ନେଲେ ଟଙ୍କା ସହ ଅଳଙ୍କାର 🔴 ନିଟ୍ ପେପର ଲିକ୍, ଫାଷ୍ଟ-ଟ୍ରାକ୍ କୋର୍ଟରେ ହେବ ଶୁଣାଣି 🔴 ହସଖୁସିର ଯାତ୍ରା ହେଲା ଶେଷଯାତ୍ରା 🔴 ପରୀକ୍ଷା ପେପର ଲିକ୍, ଆସିବ କଠୋର ଆଇନ,‘ଦୋଷୀଙ୍କୁ ୧୦ ବର୍ଷ ଜେଲ୍ ସହ ୧୦ କୋଟି ଜରିମାନା’ 🔴 ନୀଳକନ୍ଦରକୁ ଯିବେ ନୀଳମଣି 🔴 ମୋବଇଲ ପାଇଁ ଏତେ ବଡ଼ ନିଷ୍ପତ୍ତି… 🔴 ଧରାପଡ଼ିଗଲେ ପାଣ୍ଡିଆନ! ଜଣାପଡ଼ିବ ଅସଲ ରୂପ 🔴 ପାଣ୍ଡିଆନଙ୍କ କୋ ଟିମକୁ ପୋଲିସର ସମନ୍, ବନ୍ଧୁ ବାନ୍ଧି ଫସିଗଲେ… 🔴 ମହାପ୍ରଭୁ ଖାଇବେ ପୋଡପିଠା 🔴 ହେଡ୍ କନେଷ୍ଟବଳ ହତ୍ୟା ପରେ ବଡ ଆକ୍ସନ 🔴 ଶୋଇଥିବାବେଳେ ଲୁଟି ନେଲେ ଟଙ୍କା ସହ ଅଳଙ୍କାର 🔴 ନିଟ୍ ପେପର ଲିକ୍, ଫାଷ୍ଟ-ଟ୍ରାକ୍ କୋର୍ଟରେ ହେବ ଶୁଣାଣି 🔴 ହସଖୁସିର ଯାତ୍ରା ହେଲା ଶେଷଯାତ୍ରା