Masthead

ଅନ୍ୟ ଏକ ରୋଗ ଚିହ୍ନଟ: ଜାଣନ୍ତୁ ରୋଗର ନାମ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଭାରତରେ କରୋନା ଭାଇରସ୍ ସଂକ୍ରମଣରୁ ମୁକ୍ତିପରେ ଲୋକଙ୍କଠାରେ ଆହୁରି ଅନେକ ସମସ୍ୟା ଦେଖିବାକୁ ମିଳୁଛି । ମ୍ୟୁକୋରମାଇକସିସ୍ ବା ବ୍ଲାକ୍ ଫଙ୍ଗସରେ ଆକ୍ରାନ୍ତ ହୋଇଥିବା ଲୋକଙ୍କଠାରେ ଆଉ ଏକ ନୂଆରୋଗ ଦେଖିବାକୁ ମିଳୁଛି । ସେହି ନୂଆ ରୋଗକୁ ଆଭାସ୍କୁଲାର ନେକ୍ରୋସିସ୍ କୁହାଯାଉଛି । ଆଭାସ୍କୁଲାର ନେକ୍ରୋସିସ୍ ରୋଗ ହେଲେ ରୋଗୀର ହାଡ଼ ଧୀରେ ଧୀରେ ମିଳେଇ ଯାଉଛି ।

ଆଭାସ୍କୁଲାର ନେକ୍ରୋସିସ ରୋଗୀଙ୍କ ଶରୀର ରକ୍ତ ଅସ୍ଥି ଟିସୁରେ ଠିକ୍ ପହଞ୍ଚୁ ନାହିଁ । ଫଳରେ ଅସ୍ଥି ଧୀରେ ଧୀରେ ଦୁର୍ବଳ ହେବା ସହ ମରିଯାଉଛି । ଡାକ୍ତରଙ୍କ କଥାନୁସାରେ ହାତ ମିଳାଇଯାଉଛି । ମାୟାନଗରୀ ମୁମ୍ବାଇରେ ଆଭାସ୍କୁଲାର ନେକ୍ରୋସିସ୍ ରୋଗ ଦେଖିବାକୁ ମିଳିଛି । ୩ଟି ନୂଆ ମାମଲା ସାମ୍ନାକୁ ଆସିଛି ।

ଆଗାମୀ କିଛି ଦିନ ମଧ୍ୟରେ ଏହି ମାମଲା ଆହୁରି ବଢିପାରେ ବୋଲି ଡାକ୍ତରମାନେ ଆଶଙ୍କା କରୁଛନ୍ତି । ଷ୍ଟେରଏଡଗୁଡିକ ବ୍ଲାକ୍ ଫଙ୍ଗସ୍ ଏବଂ ଆଭାସ୍କୁଲାର୍ ନେକ୍ରୋସିସ୍ ରୋଗର ମୁଖ୍ୟ କାରଣ ବୋଲି ଡାକ୍ତରମାନେ କହୁଛନ୍ତି । କୋଭିଡ ରୋଗୀଙ୍କୁ ଭଲ କରିବା ପାଇଁ ଷ୍ଟେରଏଡ ଅନେକ କ୍ଷେତ୍ରରେ ବ୍ୟବହୃତ ହୋଇଥାଏ । ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ୪୦ ବର୍ଷରୁ କମ୍ ତିନିଜଣ ଆଭାସ୍କୁଲାର୍ ନେକ୍ରୋସିସରେ ଆକ୍ରାନ୍ତ ହୋଇ ମୁମ୍ବାଇର ହିନ୍ଦୁଜା ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପାର୍ବଣ ଆରମ୍ଭରୁ ମହଙ୍ଗା ମାଡ଼; ବଢ଼ିଲା କମର୍ସିଆଲ LPG ସିଲିଣ୍ଡରର ଦର 🔴 ଲସ୍କର-ଏ-ତୋଏବାର ଆତଙ୍କୀ ମହମ୍ମଦ ଆସିଫ ନିହତ 🔴 ଭକ୍ତଙ୍କ ପାଇଁ ଖୋଲିଲା ଶ୍ରୀଗୁଣ୍ଡିଚା ମନ୍ଦିର; ୩ ଦିନ ସମ୍ପୂର୍ଣ୍ଣ ମାଗଣା ଦର୍ଶନ 🔴 ନବନିର୍ମାଣ କୃଷକ ସଂଗଠନର ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା 🔴 ପୁରୀରେ ଖଜା ଗୋଦାମରେ ରେଡ୍ 🔴 ହନୁମାନ ଛକରେ ଗୁଳିକାଣ୍ଡ 🔴 ଘାଇ ଆଣିଲା ବିପଦ 🔴 ‘ନିଆଳିରେ ୨୭୫ ଅପମିଶ୍ରିତକାରୀଙ୍କ ନାଁରେ ଏତଲା’ 🔴 ସୋରୋରେ ବନ୍ୟା ସ୍ଥିତି 🔴 ଆସୁଛି ଆଉ ଏକ ଲଘୁଚାପ 🔴 ପାର୍ବଣ ଆରମ୍ଭରୁ ମହଙ୍ଗା ମାଡ଼; ବଢ଼ିଲା କମର୍ସିଆଲ LPG ସିଲିଣ୍ଡରର ଦର 🔴 ଲସ୍କର-ଏ-ତୋଏବାର ଆତଙ୍କୀ ମହମ୍ମଦ ଆସିଫ ନିହତ 🔴 ଭକ୍ତଙ୍କ ପାଇଁ ଖୋଲିଲା ଶ୍ରୀଗୁଣ୍ଡିଚା ମନ୍ଦିର; ୩ ଦିନ ସମ୍ପୂର୍ଣ୍ଣ ମାଗଣା ଦର୍ଶନ 🔴 ନବନିର୍ମାଣ କୃଷକ ସଂଗଠନର ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା 🔴 ପୁରୀରେ ଖଜା ଗୋଦାମରେ ରେଡ୍ 🔴 ହନୁମାନ ଛକରେ ଗୁଳିକାଣ୍ଡ 🔴 ଘାଇ ଆଣିଲା ବିପଦ 🔴 ‘ନିଆଳିରେ ୨୭୫ ଅପମିଶ୍ରିତକାରୀଙ୍କ ନାଁରେ ଏତଲା’ 🔴 ସୋରୋରେ ବନ୍ୟା ସ୍ଥିତି 🔴 ଆସୁଛି ଆଉ ଏକ ଲଘୁଚାପ