Masthead

କାର୍ଗିଲର ବୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ମୋଦି

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  ‘ମନ କି ବାତ୍’ର ୧୩୬ତମ ସଂସ୍କରଣ ମାଧ୍ୟମରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ପ୍ରଥମେ କାର୍ଗିଲ ଯୋଦ୍ଧାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଏହା ଆମର ବୀର ଯବାନ ମାନଙ୍କ ବୀରତ୍ବକୁ ମନେ ପକାଇବାର ଦିନ । କାର୍ଗିଲର ପ୍ରତିକୂଳ ସ୍ଥିତିରେ ଭାରତୀୟ ଯବାନଙ୍କ ବୀରତ୍ବର ପରାକାଷ୍ଠା ମନେ ରହିବ। ପ୍ରତିରକ୍ଷା କ୍ଷେତ୍ରରେ ଭାରତର ଆତ୍ମନିର୍ଭରତାକୁ ମୋଦିଙ୍କ ପ୍ରଶଂସା । ଏହି ଅବସରରେ ସେ କାର୍ଗିଲ୍ ବିଜୟ ଦିବସରେ ବୀର ସହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ଦେଶର ଯୁବଶକ୍ତି, ଆତ୍ମନିର୍ଭର ଭାରତ, ବିଜ୍ଞାନ ଓ ପ୍ରଯୁକ୍ତି, ସ୍ୱଦେଶୀ ପ୍ରତିରକ୍ଷା ଉତ୍ପାଦନ ଏବଂ କ୍ରୀଡ଼ା କ୍ଷେତ୍ରର ସଫଳତା ଉପରେ ବିସ୍ତୃତ ଭାବେ ଆଲୋକପାତ କରିଥିଲେ।ବିକ୍ରମ-୧ର ଲଞ୍ଚକୁ ଐତିହାସିକ ସଫଳତା କହିଲେ ପ୍ରଧାନମନ୍ତ୍ରୀ ମୋଦି।  ଦେଶର ପ୍ରଥମ ପ୍ରାଇଭେଟ ରକେଟର ଲଞ୍ଚ ଏକ ବିରାଟ ସଫଳତା।

INS-ମହେନ୍ଦ୍ରଗିରି ଓ ବ୍ରହ୍ମୋସ ମିସାଇଲକୁ ପ୍ରଶଂସା କଲେ -INS-ମହେନ୍ଦ୍ରଗିରିର ୭୫ ପ୍ରତିଶତ ଯନ୍ତ୍ରାଂଶ ଭାରତରେ ନିର୍ମିତ -ସେହିପରି ସ୍ବଦେଶୀ ବ୍ରହ୍ମୋସ ମିସାଇଲ ରପ୍ତାନୀ କରୁଛି ଭାରତ । ଏହା ମେକ୍‌ ଇନ ଇଣ୍ଡିଆ ମୁଭମେଣ୍ଟକୁ ଆହୁରି ଗତିଶୀଳ କରିବ । ମନ୍‌ କି ବାତରେ ମହିଳା କ୍ରିକେଟ ଦଳର ପ୍ରଶଂସା କଲେ ମୋଦି । ଲର୍ଡ୍ସରେ ଇଂଲଣ୍ଡ ବିପକ୍ଷରେ ଐତିହାସିକ ବିଜୟ ହାସଲ କରିଥିଲା ଭାରତ । ପ୍ରଥମ ବିଶ୍ବକପ ଜିତିଥିବା ଭେନ୍ୟୁରେ ବିଜୟ ଆମ ପାଇଁ ଅତ୍ୟନ୍ତ ଗର୍ବର ମୂହୁର୍ତ୍ତ । ଜାପାନ ଓପନ ଜିତିଥିବା ସଟଲର ପି.ଭି. ସିନ୍ଧୁଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦି । ପ୍ରଥମ ଭାରତୀୟ ଭାବେ ଜାପାନ ଓପନ ବ୍ୟାଡମିଣ୍ଟନ ବିଜୟୀ। ଗ୍ଲାସଗୋରେ ଅନୁଷ୍ଠିତ ରାଜ୍ୟଗୋଷ୍ଠୀ କ୍ରୀଡା ପାଇଁ ଆଥଲେଟଙ୍କୁ ଶୁଭେଚ୍ଛା  ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା