Masthead

ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ):  ଜାପାନରେ ପୁଣି ଭୂକମ୍ପ ଝଟକା । ଜାପାନ କୁ୍ୟସୁ ଅଞ୍ଚଳରେ ରିକ୍ଟର ଶକ୍ତିଶାଳୀ ଭୂମିକମ୍ପର ଝଟକା । ସ୍କେଲରେ ଏହାର ତୀବ୍ରତା ୭.୧ ରେକର୍ଡ କରାଯାଇଥିବା ସୂଚନା ମିଳିଛି । ଭୂମିକମ୍ପ ପରେ ସମ୍ଭାବ୍ୟ ସୁନାମୀକୁ ଦୃଷ୍ଟିରେ ରଖି ସମ୍ପୃକ୍ତ ଅଞ୍ଚଳ ପାଇଁ ସୁନାମୀ ଆର୍ଲଟ ଜାରି କରାଯାଇଛି । ସମୁଦ୍ର ତଟବର୍ତ୍ତୀ ଅଞ୍ଚଳର ଲୋକମାନଙ୍କୁ ସର୍ତକ ସୂଚନା ଜାରି କରାଯାଇଛି । ଜାପାନ ପାଣିପାଗ ସଂସ୍ଥା ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ଭୂମିକମ୍ପ ପରେ ଜାପାନରେ ସୁନାମୀ ଆଶଙ୍କାକୁ ଦୃଷ୍ଟିରେ ରଖି ସୁନାମୀ ଆଲର୍ଟ ଜାରି କରାଯାଇଛି।

ସମୁଦ୍ରରେ ପ୍ରାୟ ଏକ ମିଟର ଉଚ୍ଚତାର ଜୁଆର ଉଠିପାରେ ବୋଲି ଆକଳନ କରାଯାଇଛି। ଏହାକୁ ନେଇ ଜାପାନ ସରକାର ଦକ୍ଷିଣ କ୍ୟୁସୁ ଦ୍ୱୀପର କୁମାମୋଟୋ, ନାଗାସାକି, କାଗୋସିମା, ଫୁକୁଓକା, ସାଗା, ଓଇତା ଏବଂ ମିୟାଜାକି ପ୍ରାନ୍ତରେ ଜରୁରୀକାଳୀନ ସତର୍କ ସୂଚନା ଜାରି କରିଛନ୍ତି। ଉପକୂଳବର୍ତ୍ତୀ ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଯିବା ସହ ପ୍ରଶାସନର ପରାମର୍ଶ ପାଳନ କରିବାକୁ କୁହାଯାଇଛି। ଜାପାନ ବିଶ୍ୱର ସବୁଠାରୁ ଅଧିକ ଭୂକମ୍ପ ପ୍ରବଣ ଦେଶମାନଙ୍କ ମଧ୍ୟରୁ ଅନ୍ୟତମ। ଦେଶଟି ପ୍ରଶାନ୍ତ ମହାସାଗରକୁ ଘେରି ରହିଥିବା ଆଗ୍ନେୟଗିରି ଓ ସମୁଦ୍ର ଗର୍ତ୍ତର ବଳୟ, ଅର୍ଥାତ୍ ‘ରିଙ୍ଗ ଅଫ୍ ଫାୟାର’ ଅଞ୍ଚଳରେ ଅବସ୍ଥିତ। ଏହି କାରଣରୁ ସେଠାରେ ବାରମ୍ବାର ଭୂମିକମ୍ପ ଅନୁଭୂତ ହୋଇଥାଏ। ବିଶ୍ୱରେ ଘଟୁଥିବା ୬.୦ କିମ୍ବା ତା’ଠାରୁ ଅଧିକ ତୀବ୍ରତାର ଭୂମିକମ୍ପର ପ୍ରାୟ ୨୦ ପ୍ରତିଶତ ଜାପାନରେ ହୋଇଥାଏ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ସଂସଦରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଭବ୍ୟ ସ୍ୱାଗତ 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ସଂସଦରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଭବ୍ୟ ସ୍ୱାଗତ