Masthead

ନାଳରେ ଭାସିଗଲେ ଦୁଇ କାଉଡ଼ିଆ

ଅନୁଗୁଳ  (ବଡ଼ ଖବର ବ୍ୟୁରୋ):  ସାବଧାନତା ଅଭାବରୁ ପୁଣି ଘଟିଲା ଅଘଟଣ । ଅନୁଗୋଳ ଟିପିରିସିଂହା ନିକଟ ଲିଙ୍ଗରା ନାଳରେ ପାଣି ଉଠାଉଥିବା ବେଳେ ପାଣିର ପ୍ରଖର ସ୍ରୋତରେ ଭାସିଗଲେ ଦୁଇ ଜଣ କାଉଡ଼ିଆ । ଘଟଣାରେ ଜଣେ କାଉଡ଼ିଆଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଆଉ ଜଣେ ଏବେବି ନିଖୋଜ ଅଛନ୍ତି ।  ଭାସିଯାଇଥିବା ଦୁଇ ଭାଇଙ୍କ ମଧ୍ୟରୁ ସ୍ମୃତି ସୌରଭ ରଥଙ୍କୁ ଉଦ୍ଧାର କରାଯାଇଛି। ତାଙ୍କୁ ଅନୁଗୋଳ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କ ଅବସ୍ଥା ସ୍ଥିର ରହିଛି। ଅନ୍ୟପଟେ, ବେନ୍ତପୁର ଗାଁର ଆୟୁଷ କୁମାର ରଥ ଏବେ ବି ନିଖୋଜ ଅଛନ୍ତି। ତାଙ୍କୁ ଉଦ୍ଧାର କରିବା ପାଇଁ ଅନୁଗୋଳ ଅଗ୍ନିଶମ ବାହିନୀ ପକ୍ଷରୁ ଖୋଜାଖୋଜି ଜାରି ରହିଛି। ତେବେ ଏପର୍ଯ୍ୟନ୍ତ ଆୟୁଷଙ୍କ କୌଣସି ପତ୍ତା ମିଳିନାହିଁ।

ସୂଚନା ଅନୁସାରେ, ଟିପିରିସିଂହା ମନ୍ଦିରରେ ଜଳାଭିଷେକ କରିବା ପାଇଁ ଦୁଇ କାଉଡ଼ିଆ ଲିଙ୍ଗରା ନାଳରୁ ପାଣି ଉଠାଉଥିଲେ। ଏହି ସମୟରେ ହଠାତ୍‌ ପାଣିର ପ୍ରଖର ସ୍ରୋତରେ ଦୁହେଁ ଭାସିଯାଇଥିଲେ । ଘଟଣାସ୍ଥଳରେ ଥିବା ଲୋକେ ଜଣଙ୍କୁ ଉଦ୍ଧାର କରିଥିବା ବେଳେ ଅନ୍ୟ ଜଣଙ୍କର କୌଣସି ପତ୍ତା ମିଳିନାହିଁ । ଖବର ପାଇ ଅନୁଗୋଳ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଛି ।

ନିଖୋଜ କାଉଡ଼ିଆଙ୍କୁ ଖୋଜିବା ପାଇଁ ଅଗ୍ନିଶମ ବାହିନୀ ପକ୍ଷରୁ ଜୋରଦାର ଉଦ୍ଧାର ଓ ସର୍ଚ୍ଚ ଅପରେସନ୍‌ ଜାରି ରହିଛି । ନିଖୋଜ ଥିବା ବୋଲବମ୍‌ ଭକ୍ତ ଅନୁଗୋଳ ବେନ୍ତପୁର ଅଞ୍ଚଳର ବୋଲି ପ୍ରାଥମିକ ଭାବେ ଅନୁମାନ କରାଯାଉଛି । ତେବେ ତାଙ୍କ ପରିଚୟ ସମ୍ପର୍କରେ ଅଧିକ ତଥ୍ୟ ଏଯାଏ ସ୍ପଷ୍ଟ ହୋଇନାହିଁ । ବର୍ଷା ଯୋଗୁଁ ନାଳରେ ପାଣି ବଢ଼ିବା ସହ ସ୍ରୋତ ମଧ୍ୟ ତୀବ୍ର ରହିଛି । ଏଭଳି ସମୟରେ ନଦୀ, ନାଳ ଓ ଜଳାଶୟକୁ ଯିବାବେଳେ ସତର୍କତା ଅବଲମ୍ବନ ପାଇଁ ପ୍ରଶାସନ ପକ୍ଷରୁ ମଧ୍ୟ ଲୋକଙ୍କୁ ସଚେତନ କରାଯାଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାତୀୟ ହୋମିଓପାଥିକ କର୍ମଶାଳାରେ ୬୫ ସଫଳ ପ୍ରାର୍ଥୀଙ୍କୁ ସମ୍ବର୍ଦ୍ଧନା 🔴 ନେପାଳରେ ବିମାନ ଅଘଟଣ, ବଞ୍ଚିଗଲେ ୧୬ ଯାତ୍ରୀ 🔴 ଆଫଗାନିସ୍ତାନରେ ଏୟାରଷ୍ଟ୍ରାଇକ୍‌, ଚିନ୍ତା ପ୍ରକାଶ କଲା ରୁଷ ଦୂତାବାସ 🔴 ବନ୍ୟା ଯୋଗୁଁ ଯାଇଛି ୭ ଜୀବନ: ସୁରେଶ ପୂଜାରୀ 🔴 ବାୟାପଡ଼ା ଓ ମାନବକୋଣ୍ଡା ଘାଟିରେ ଭୂସ୍ଖଳନ 🔴 MMDR ତାତି: ବିଧାନସଭାରେ ବିରୋଧୀଙ୍କ ହଟ୍ଟଗୋଳ, ୪ଟା ଯାଏଁ ମୁଲତବି ଗୃହ 🔴 ଓଡ଼ିଶାକୁ ନୟାନ୍ତ କରିବ ବର୍ଷା 🔴 ପାଠ ପଢିବା ବଦଳରେ ପିଲା କରୁଛନ୍ତି କାମ 🔴 ଗାନ୍ଧି ମାର୍ଗରେ ଗର୍ଜିଲା ବିଜେଡି 🔴 ଭୟଙ୍କର ରୂପ ନେଇ ସ୍ଥଳଭାଗ ଆଡ଼େ ମାଡ଼ି ଆସୁଛି.. 🔴 ଜାତୀୟ ହୋମିଓପାଥିକ କର୍ମଶାଳାରେ ୬୫ ସଫଳ ପ୍ରାର୍ଥୀଙ୍କୁ ସମ୍ବର୍ଦ୍ଧନା 🔴 ନେପାଳରେ ବିମାନ ଅଘଟଣ, ବଞ୍ଚିଗଲେ ୧୬ ଯାତ୍ରୀ 🔴 ଆଫଗାନିସ୍ତାନରେ ଏୟାରଷ୍ଟ୍ରାଇକ୍‌, ଚିନ୍ତା ପ୍ରକାଶ କଲା ରୁଷ ଦୂତାବାସ 🔴 ବନ୍ୟା ଯୋଗୁଁ ଯାଇଛି ୭ ଜୀବନ: ସୁରେଶ ପୂଜାରୀ 🔴 ବାୟାପଡ଼ା ଓ ମାନବକୋଣ୍ଡା ଘାଟିରେ ଭୂସ୍ଖଳନ 🔴 MMDR ତାତି: ବିଧାନସଭାରେ ବିରୋଧୀଙ୍କ ହଟ୍ଟଗୋଳ, ୪ଟା ଯାଏଁ ମୁଲତବି ଗୃହ 🔴 ଓଡ଼ିଶାକୁ ନୟାନ୍ତ କରିବ ବର୍ଷା 🔴 ପାଠ ପଢିବା ବଦଳରେ ପିଲା କରୁଛନ୍ତି କାମ 🔴 ଗାନ୍ଧି ମାର୍ଗରେ ଗର୍ଜିଲା ବିଜେଡି 🔴 ଭୟଙ୍କର ରୂପ ନେଇ ସ୍ଥଳଭାଗ ଆଡ଼େ ମାଡ଼ି ଆସୁଛି..