Masthead

୧୦୦ତମ ବିଜୟ ଲକ୍ଷ୍ୟରେ ବିରାଟ ବାହିନୀ

ନୂଆଦିଲ୍ଲୀ(ବଡ଼ ଖବର): ଚଳିତ ଆଇପିଏଲର ୫୨ତମ ମ୍ୟାଚ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ଓ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯିବ। ପ୍ଲେ- ଅଫରେ ସ୍ଥାନ ପକ୍କା କରିସାରିଥିବା ବିରାଟ ବାହିନୀ ମୈଦାନକୁ ଓହ୍ଲାଇବ। ଗୋଟେପଟେ ଦଳ ୧୦୦ତମ ଆଇପିଏଲ ବିଜୟ ଲକ୍ଷରେ ଥିବା ବେଳେ ଅନ୍ୟପଟେ ମଏଣ୍ଟ ଟେବୁଲରେ ଦ୍ଵିତୀୟ ସ୍ଥାନକୁ ଉନ୍ନୀତ ହେବାକୁ ଚେଷ୍ଟା କରିବ। ଆର୍‌ସିବି ୧୨ ମ୍ୟାଚ୍ ଖେଳି ୧୬ ପଏଣ୍ଟ୍‌ ସହ ତୃତୀୟ ସ୍ଥାନରେ ରହିଛି। ଶେଷ ଦୁଇ ମ୍ୟାଚ୍‌ ଜିତି ପାରିଲେ ଏହି ଦଳ ଶୀର୍ଷ ୨ ସ୍ଥାନରେ ରହି କ୍ବାଲିଫାୟର ୧ ଓ କ୍ବାଲିଫାୟର-୨ ଖେଳିବାର ସୁଯୋଗ ପାଇବ। ଅନ୍ୟପକ୍ଷରେ ସନ୍‌ରାଇଜର୍ସ ତା’ର ଅନ୍ତିମ ଦୁଇ ମୁକାବିଲାରେ ବିଜୟୀ ହେଲେ ନିଜ ବିଜୟ ଖାତାକୁ କିଛିଟା ବଢେଇ ପାରିବ। କୋହଲି, ଏବି ଡି’ଭିଲିୟର୍ସ, ଗ୍ଲେନ୍ ମ୍ୟାକ୍ସୱେଲ୍‌ଙ୍କ ଭଳି ଖେଳାଳି ଥିବା ଆରସିବି କିନ୍ତୁ ପସନ୍ଦର ଦଳ ଭାବେ ପଡ଼ିଆକୁ ଓହ୍ଲାଇବ। ଆତ୍ମବିଶ୍ବାସରେ ଭରପୁର ଏହି ଦଳକୁ ହରାଇବାକୁ ହେଲେ ସଂଘର୍ଷରତ ସନ୍‌ରାଇଜର୍ସକୁ ନିଜ ଶ୍ରେଷ୍ଠ ପ୍ରଦର୍ଶନଠାରୁ ବି ଭଲ କରିବାକୁ ହେବ।

ଅନ୍ୟପଟେ ପୂର୍ବତନ ଅଧିନାୟକ ଡେଭିଡ୍ ୱାର୍ଣ୍ଣରଙ୍କୁ ନେଇ ସୃଷ୍ଟି ହୋଇଥିବା ବିବାଦ ଭିତରେ ଚଳିତ ଆଇପିଏଲ୍‌ର ୟୁଏଇ ପର୍ଯ୍ୟାୟରେ ସନ୍‌ରାଇଜର୍ସ ଆଦୌ ଭଲ ପ୍ରଦର୍ଶନ କରିନି। ତଥାପି କେନ୍ ୱିଲିୟମସନଙ୍କ ଦଳ ପାଖରେ ଏକାଧିକ ପ୍ରତିଭାବାନ ଖେଳାଳି ଅଛନ୍ତି। ସନ୍‌ରାଇଜର୍ସ ପୂର୍ବରୁ ପ୍ଲେ ଅଫ୍‌ରୁ ବାଦ ପଡ଼ି ସାରିଥିବାରୁ ଚୂଡ଼ାନ୍ତ ଏକାଦଶରେ ପରୀକ୍ଷା‌ ନିରୀକ୍ଷା କରିବାର ସୁଯୋଗ ବି ଏହି ଦଳ ପାଖରେ ରହିବ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଜି ୧୨ ଘଣ୍ଟିଆ ଭାରତ ବନ୍ଦ 🔴 ବାଲି ଘାଟ ଉପରେ ଅଧିକାରୀଙ୍କ ଚଢାଉ 🔴 ଓଡ଼ିଶାରୁ ବାଂଲାଦେଶକୁ ଲମ୍ବିଛି ଯୁବତୀ ଚାଲାଣ ଚେର 🔴 କପି କଲେ ୫ ବର୍ଷ ଜେଲ୍ , ୧୦ ଲକ୍ଷ ଜରିମାନା 🔴 ଭାରତ ସହ ଟି-୨୦ ବିଶ୍ବକପ୍ ଖେଳିବ ପାକିସ୍ତାନ 🔴 ବୁଧବାର ମହାପ୍ରଭୁଙ୍କ ବନକଲାଗି ନୀତି 🔴 ଉମରକୋଟରେ ୧୨ ଘଣ୍ଟିଆ ବନ୍ଦ ପାଳନ 🔴 ରାଜଧାନୀରେ ଦୁର୍ଘଟଣା, ବ୍ରିଜ୍ ତଳକୁ ଖସି ଘର ଉପରେ ପଡ଼ିଲା କାର 🔴 ପାହାଡ଼ ଚଢିଲେ ଜିଲ୍ଲାପାଳ, ଉପରୁ ତଳକୁ ଆସିବେ ୮ ପରିବାର 🔴 ୪ ଭାରତୀୟ ଡାକ୍ତରୀ ଛାତ୍ରଙ୍କୁ ଛୁରାମାଡ଼ 🔴 ଆଜି ୧୨ ଘଣ୍ଟିଆ ଭାରତ ବନ୍ଦ 🔴 ବାଲି ଘାଟ ଉପରେ ଅଧିକାରୀଙ୍କ ଚଢାଉ 🔴 ଓଡ଼ିଶାରୁ ବାଂଲାଦେଶକୁ ଲମ୍ବିଛି ଯୁବତୀ ଚାଲାଣ ଚେର 🔴 କପି କଲେ ୫ ବର୍ଷ ଜେଲ୍ , ୧୦ ଲକ୍ଷ ଜରିମାନା 🔴 ଭାରତ ସହ ଟି-୨୦ ବିଶ୍ବକପ୍ ଖେଳିବ ପାକିସ୍ତାନ 🔴 ବୁଧବାର ମହାପ୍ରଭୁଙ୍କ ବନକଲାଗି ନୀତି 🔴 ଉମରକୋଟରେ ୧୨ ଘଣ୍ଟିଆ ବନ୍ଦ ପାଳନ 🔴 ରାଜଧାନୀରେ ଦୁର୍ଘଟଣା, ବ୍ରିଜ୍ ତଳକୁ ଖସି ଘର ଉପରେ ପଡ଼ିଲା କାର 🔴 ପାହାଡ଼ ଚଢିଲେ ଜିଲ୍ଲାପାଳ, ଉପରୁ ତଳକୁ ଆସିବେ ୮ ପରିବାର 🔴 ୪ ଭାରତୀୟ ଡାକ୍ତରୀ ଛାତ୍ରଙ୍କୁ ଛୁରାମାଡ଼