Masthead

୫ ବର୍ଷ ଧରି ପୋଖରୀରେ ନାବାଳକ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ପୋଖରୀ ଭିତରେ ଭଲ ଲାଗୁଛି, ପାଣିରୁ ବାହାରିଲେ ଦେହ ଜଳୁଛି । ପଶ୍ଚିମବଙ୍ଗର ମୁର୍ଶିଦାବାଦର ଏକ ଅଜବ ଘଟଣା ସାମ୍ନାକୁ ଆସିଛି । ବେଲଡାଙ୍ଗା ଅଞ୍ଚଳର ଜଣେ ୧୬ ବର୍ଷୀୟ କିଶୋର ପ୍ରାୟ  ପାଖାପାଖି ୫ ବର୍ଷ ଧରି ଦିନରାତି ପୋଖରୀରେ ରହୁଥିବା ସୂଚନା ମିଳିଛି । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ସହ ତାଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତା ବଢିଛି । ପଶ୍ଚିମବଙ୍ଗ ମୁର୍ଶିଦାବାଦର ଇକବାଲ ଶେଖ । ଇକବାଲଙ୍କ ପରିବାର କହିବା ଅନୁଯାୟୀ, ଯେତେବେଳେ ବି ଇକବାଲ୍ ପାଣିରୁ ବାହାରେ ତା’ ଦେହରେ ଅସହ୍ୟ ଯନ୍ତ୍ରଣା ହୁଏ । ସେଥିପାଇଁ ସେ ପୋଖରୀ ଭିତରେ ହିଁ ନିଜର ଦିନରାତି କାଟୁଛି । ବେଳେବେଳେ ତ ସପ୍ତାହେ ପର୍ଯ୍ୟନ୍ତ ବି ପାଣିରୁ ବାହାରୁ ନାହାଁନ୍ତି ।

ପାଣିରେ ରହି ରହି ଇକବାଲଙ୍କ ସ୍ବାସ୍ଥ୍ୟାବସ୍ଥା ବିଗୁଡ଼ୁଛି । ଦେହ ହାତ ଫିକା ପଡିଯିବା ସହ ଥଣ୍ଡା ଓ କାଶ ଲାଗି ରହୁଛି । ଗାଁ ଲୋକେ ଯେତେ ବୁଝାଇଲେ ବି ସେ ପାଣିରୁ ବାହାରି ଘରକୁ ଯିବାକୁ ନାରାଜ । ତାଙ୍କୁ ଦେଖିବାକୁ ପ୍ରତିଦିନ ପୋଖରୀ କୂଳରେ ଲୋକଙ୍କ ଭିଡ଼ ଜମୁଛି । କିଛି ସହୃଦୟ ବ୍ୟକ୍ତି ତାଙ୍କୁ ବିସ୍କୁଟ୍, ଚୁଡ଼ା ଆଦି ଖାଇବାକୁ ଦେଉଛନ୍ତି । ପରିବାର ପକ୍ଷରୁ କୁହାଯାଇଛି ଯେ ଦୀର୍ଘ ସମୟ ଧରି ଚିକିତ୍ସା କରାଇବାର ଖର୍ଚ୍ଚ ସେମାନେ ବହନ କରିପାରୁନାହାନ୍ତି। ତେଣୁ କିଶୋରଙ୍କୁ ଉପଯୁକ୍ତ ଚିକିତ୍ସା ମିଳିବା ପାଇଁ ସେମାନେ ସାହାଯ୍ୟ ନିବେଦନ କରିଛନ୍ତି।

ପିଲାଦିନରୁ ଇକବାଲ୍‌ଙ୍କୁ ଜାଣିଥିବା ଜଣେ ପଡ଼ୋଶୀ କହିଛନ୍ତି, “ତାଙ୍କ ଭାଇଭଉଣୀଙ୍କ ତୁଳନାରେ ହଠାତ୍ ତାଙ୍କ ଓଜନ ବହୁତ ବଢ଼ିଯାଇଥିଲା। ଲାଗୁଛି କୌଣସି ସ୍ୱାସ୍ଥ୍ୟ ସମସ୍ୟା ରହିଛି। ତାଙ୍କୁ ହସ୍ପିଟାଲ୍‌ ନିଆଯାଇଥିଲା, କିନ୍ତୁ କୌଣସି ସୁଧାର ହୋଇନଥିଲା।” ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଦୀର୍ଘ ସମୟ ପାଣିରେ ରହିବା କାରଣରୁ ଇକବାଲ୍‌ଙ୍କ ହାତ ଓ ପାଦର ଚର୍ମ ଫିକା ପଡ଼ିଯାଇଛି। ତାଙ୍କୁ ଥଣ୍ଡା ଓ କାଶ ମଧ୍ୟ ହୋଇଛି। ତଥାପି ସେ ପାଣିରୁ ବାହାରିବାକୁ ମନା କରୁଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଣ୍ଡାମାନ ସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ 🔴 ଭିଜିଲାନ୍ସ ଜାଲରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ 🔴 ଗର୍ଭବତୀ ମହିଳାଙ୍କୁ ଉଦ୍ଧାର କରିବାକୁ ଯାଇ ନଦୀରେ ଓଲଟିଲା ବୋଟ 🔴 ବୈତରଣୀରେ ପୁଣି ବନ୍ୟା, ବିପଦ ସଙ୍କେତ ଉପରେ ଜଳ ପ୍ରବାହ.. 🔴 ଏସୀୟ କ୍ରୀଡ଼ାରେ ଭାରତର ଆଉ ଏକ ଗୋଲ୍ଡ , କବାଡ଼ିରେ ଚମକିଲା ମହିଳା ଟିମ୍ 🔴 ବଢୁଛି ସୁବର୍ଣ୍ଣରେଖା ନଦୀର ଜଳସ୍ତର! 🔴 ପୁଣି ଏକ ଡଲଫିନର ମୃତଦେହ ଉଦ୍ଧାର, ଦୁଇ ଦିନରେ ମିଳିଲା ୨ଟି 🔴 କାଠ ମାଫିଆଙ୍କ କବ୍ଜାରେ କୁଳଡିହା ଅଭୟାରଣ୍ୟ,ସୁରକ୍ଷା ନେଇ ଉଠିଲା ପ୍ରଶ୍ନ 🔴 ସିକ୍କିମରେ ପ୍ରବଳ ବର୍ଷାକୁ ନେଇ ବଡ଼ ଭୂସ୍ଖଳନ, ଅନେକ ଘର କ୍ଷତିଗ୍ରସ୍ତ 🔴 ଦୁଇ ବରିଷ୍ଠ ଅଧିକାରୀ ନିଲମ୍ବିତ 🔴 ଆଣ୍ଡାମାନ ସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ 🔴 ଭିଜିଲାନ୍ସ ଜାଲରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ 🔴 ଗର୍ଭବତୀ ମହିଳାଙ୍କୁ ଉଦ୍ଧାର କରିବାକୁ ଯାଇ ନଦୀରେ ଓଲଟିଲା ବୋଟ 🔴 ବୈତରଣୀରେ ପୁଣି ବନ୍ୟା, ବିପଦ ସଙ୍କେତ ଉପରେ ଜଳ ପ୍ରବାହ.. 🔴 ଏସୀୟ କ୍ରୀଡ଼ାରେ ଭାରତର ଆଉ ଏକ ଗୋଲ୍ଡ , କବାଡ଼ିରେ ଚମକିଲା ମହିଳା ଟିମ୍ 🔴 ବଢୁଛି ସୁବର୍ଣ୍ଣରେଖା ନଦୀର ଜଳସ୍ତର! 🔴 ପୁଣି ଏକ ଡଲଫିନର ମୃତଦେହ ଉଦ୍ଧାର, ଦୁଇ ଦିନରେ ମିଳିଲା ୨ଟି 🔴 କାଠ ମାଫିଆଙ୍କ କବ୍ଜାରେ କୁଳଡିହା ଅଭୟାରଣ୍ୟ,ସୁରକ୍ଷା ନେଇ ଉଠିଲା ପ୍ରଶ୍ନ 🔴 ସିକ୍କିମରେ ପ୍ରବଳ ବର୍ଷାକୁ ନେଇ ବଡ଼ ଭୂସ୍ଖଳନ, ଅନେକ ଘର କ୍ଷତିଗ୍ରସ୍ତ 🔴 ଦୁଇ ବରିଷ୍ଠ ଅଧିକାରୀ ନିଲମ୍ବିତ