Masthead

ପାସେଞ୍ଜର ଟ୍ରେନ୍‌ ଲାଇନଚ୍ୟୁତ

ପୁରୀ (ବଡ଼ ଖବର ବ୍ୟୁରୋ): ଟ୍ରେନ୍ ଇଞ୍ଜିନ୍ ଲାଇନଚ୍ୟୁତ । ପୁରୀ ଷ୍ଟେସନରୁ ୫୦୦ ମିଟର ଦୂରରେ ଲାଇନଚ୍ୟୁତ । ଟ୍ରେନ୍ ଷ୍ଟେସନ୍ରେ ପ୍ରବେଶ ବେଳେ ଅଘଟଣ । ପୁରୀ ଷ୍ଟେସନ ନିକଟରେ ତାଳଚେରରୁ ପୁରୀ ଆସୁଥିବା ମେମୋ ପାସେଞ୍ଜର ଟ୍ରେନ୍‌ର ଇଞ୍ଜିନ୍‌ ଲାଇନଚ୍ୟୁତ ହୋଇଛି । ମାତ୍ର ୫୦୦ ମିଟର ଦୂରରେ ଇଞ୍ଜିନ ଲାଇନଚ୍ୟୁତ ହୋଇଥିବା ସୂଚନା ମିଳିଛି । ଏହି ଘଟଣା ୩ ନମ୍ବର ପ୍ଲାଟଫର୍ମ ନିକଟରେ ଘଟିଛି। ସୌଭାଗ୍ୟବଶତଃ ଟ୍ରେନ୍ ଧୀର ଗତିରେ ଥିବାରୁ ବଡ଼ ଧରଣର କ୍ଷୟକ୍ଷତି ଘଟିନାହିଁ । ଟ୍ରେନ୍‌ରେ ଥିବା କୌଣସି ଯାତ୍ରୀ ଆହତ ନ ହୋଇଥିବା ସୂଚନା ମିଳିଛି ।

ତାଳଚେରରୁ ପୁରୀ ଅଭିମୁଖେ ଆସୁଥିବା ଟ୍ରେନ୍‌ ଷ୍ଟେଶନରେ ପ୍ରବେଶ କରିବା ବେଳେ ହଠାତ୍‌ ଚକ ଲାଇନରୁ ଖସିଯାଇଥିଲା। ଲାଇନ୍ୟୁତ ହେବା ପରେ ଟ୍ରେନ ସେହିଠାରେ ଅଟକି ରହିଥିଲା। ଆତଙ୍କିତ ହୋଇପଡିଥିବା ଯାତ୍ରୀମାନେ ଟ୍ରେନରୁ ଓହ୍ଲାଇ ସାମଗ୍ରୀ ଧରି ଷ୍ଟେଶନ ଅଭିମୁଖେ ଚାଲି ଚାଲି ଯାଉଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା। ଲାଇନଚ୍ୟୁତ ଟ୍ରେନକୁ ହଟାଇବା ପାଇଁ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ରେଳବାଇ କର୍ମଚାରୀ ଏବଂ ଆର୍‌ପିଏଫ୍‌ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ସମ୍ଭାଳିଥିଲେ । ସୂଚନା ଅନୁସାରେ, ଅନ୍ୟ କୌଣସି ଟ୍ରେନ୍ ଚଳାଚଳ ପ୍ରଭାବିତ ହୋଇନାହିଁ । ଘଟଣାର ପ୍ରକୃତ କାରଣ ତଦନ୍ତ ପରେ ଜଣାପଡ଼ିବ ବୋଲି ରେଳ ବିଭାଗ ପକ୍ଷରୁ କୁହାଯାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପୁରୀରେ ଖଜା ଗୋଦାମରେ ରେଡ୍ 🔴 ହନୁମାନ ଛକରେ ଗୁଳିକାଣ୍ଡ 🔴 ଘାଇ ଆଣିଲା ବିପଦ 🔴 ‘ନିଆଳିରେ ୨୭୫ ଅପମିଶ୍ରିତକାରୀଙ୍କ ନାଁରେ ଏତଲା’ 🔴 ସୋରୋରେ ବନ୍ୟା ସ୍ଥିତି 🔴 ଆସୁଛି ଆଉ ଏକ ଲଘୁଚାପ 🔴 ଆଣ୍ଡାମାନ ସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ 🔴 ଭିଜିଲାନ୍ସ ଜାଲରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ 🔴 ଗର୍ଭବତୀ ମହିଳାଙ୍କୁ ଉଦ୍ଧାର କରିବାକୁ ଯାଇ ନଦୀରେ ଓଲଟିଲା ବୋଟ 🔴 ବୈତରଣୀରେ ପୁଣି ବନ୍ୟା, ବିପଦ ସଙ୍କେତ ଉପରେ ଜଳ ପ୍ରବାହ.. 🔴 ପୁରୀରେ ଖଜା ଗୋଦାମରେ ରେଡ୍ 🔴 ହନୁମାନ ଛକରେ ଗୁଳିକାଣ୍ଡ 🔴 ଘାଇ ଆଣିଲା ବିପଦ 🔴 ‘ନିଆଳିରେ ୨୭୫ ଅପମିଶ୍ରିତକାରୀଙ୍କ ନାଁରେ ଏତଲା’ 🔴 ସୋରୋରେ ବନ୍ୟା ସ୍ଥିତି 🔴 ଆସୁଛି ଆଉ ଏକ ଲଘୁଚାପ 🔴 ଆଣ୍ଡାମାନ ସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ 🔴 ଭିଜିଲାନ୍ସ ଜାଲରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ 🔴 ଗର୍ଭବତୀ ମହିଳାଙ୍କୁ ଉଦ୍ଧାର କରିବାକୁ ଯାଇ ନଦୀରେ ଓଲଟିଲା ବୋଟ 🔴 ବୈତରଣୀରେ ପୁଣି ବନ୍ୟା, ବିପଦ ସଙ୍କେତ ଉପରେ ଜଳ ପ୍ରବାହ..