Masthead

ଟିଏମ୍‌ସି ନେତାଙ୍କ ମୃତଦେହ ଉଦ୍ଧାର

ପଶ୍ଚିମବଙ୍ଗ(ବଡ଼ ଖବର ବ୍ୟୁରୋ): ଜୀବନ ହାରିଲେ ପୂର୍ବତନ ଉପବାଚସ୍ପତି ! ପାର୍ଟି ଅଫିସରେ ମିଳିଲା ଝୁଲନ୍ତା ମୃତଦେହ । ମମତା ସରକାରରେ ପଶ୍ଚିମବଙ୍ଗ ବିଧାନସଭର ପୂର୍ବତନ ଡେପୁଟି ସ୍ପିକର ତଥା ଟିଏମସି ବରିଷ୍ଠ ନେତା ଆଶିଷ ବାନାର୍ଜୀଙ୍କ ମୃତ୍ୟୁ ହୋଇଛି । ଆଜି ସକାଳେ ବୀରଭୂମ ଜିଲ୍ଲାର ରାମପୁରହାଟରେ ଥିବା ତୃଣମୂଳ କଂଗ୍ରେସ କାର୍ଯ୍ୟାଳୟରେ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଝୁଲନ୍ତା ଅବସ୍ଥାରେ ତାଙ୍କ ମୃତଦେହ ମିଳିବା ପରେ ପୋଷ୍ଟମର୍ଟମ ପାଇଁ ପଠାଯାଇଥିବା ପୁଲିସ କହିଛି ।

ସେ ଜୀବନ ହାରିଥିବା ଅନୁମାନ କରାଯାଉଥିଲେ ହେଁ ତାଙ୍କ ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଘଟଣାସ୍ଥଳରୁ ସୁଇସାଇଟ୍ ନୋଟ୍ ଜବତ ହୋଇଛି । ୟୁନିଭର୍ସିଟି ଛାତ୍ର ସଂଘ ମହାସଚିବ ଭାବେ ମୁଁ ଦୁର୍ନୀତି କରିନାହିଁ । ସୁଇସାଇଟ୍ ନୋଟକୁ ଏକ୍ସରେ ସେୟାର କରିଛନ୍ତି ଟିଏମସି ପ୍ରବକ୍ତା ନିଲଞ୍ଜନ ଦାସ । ବୀରଭୂମ ପୁଲିସ ଏହି ମାମଲାର ତଦନ୍ତ କରୁଛି । ମମତା ବାନାର୍ଜୀଙ୍କ କାର୍ଯ୍ୟକାଳରେ ଆଶିଷ ବାନାର୍ଜୀ ବିଧାନସଭାର ଉପବାଚସ୍ପତି ଭାବରେ କାର୍ଯ୍ୟ କରିଥିଲେ। ସେ ବୀରଭୂମର ରାମପୁରହାଟର ୱାର୍ଡ ନମ୍ବର ୫ ହତ୍ତଲପାରାରେ ରହୁଥିଲେ। ଦଳୀୟ କାର୍ଯ୍ୟାଳୟ ତାଙ୍କ ଘର ପାଖରେ ଅବସ୍ଥିତ । ଆଜି ସକାଳେ ତାଙ୍କ ମୃତଦେହ ସେଠାରେ ଝୁଲନ୍ତା ଅବସ୍ଥାରେ ମିଳିଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଲସ୍କର-ଏ-ତୋଏବାର ଆତଙ୍କୀ ମହମ୍ମଦ ଆସିଫ ନିହତ 🔴 ଭକ୍ତଙ୍କ ପାଇଁ ଖୋଲିଲା ଶ୍ରୀଗୁଣ୍ଡିଚା ମନ୍ଦିର; ୩ ଦିନ ସମ୍ପୂର୍ଣ୍ଣ ମାଗଣା ଦର୍ଶନ 🔴 ନବନିର୍ମାଣ କୃଷକ ସଂଗଠନର ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା 🔴 ପୁରୀରେ ଖଜା ଗୋଦାମରେ ରେଡ୍ 🔴 ହନୁମାନ ଛକରେ ଗୁଳିକାଣ୍ଡ 🔴 ଘାଇ ଆଣିଲା ବିପଦ 🔴 ‘ନିଆଳିରେ ୨୭୫ ଅପମିଶ୍ରିତକାରୀଙ୍କ ନାଁରେ ଏତଲା’ 🔴 ସୋରୋରେ ବନ୍ୟା ସ୍ଥିତି 🔴 ଆସୁଛି ଆଉ ଏକ ଲଘୁଚାପ 🔴 ଆଣ୍ଡାମାନ ସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ 🔴 ଲସ୍କର-ଏ-ତୋଏବାର ଆତଙ୍କୀ ମହମ୍ମଦ ଆସିଫ ନିହତ 🔴 ଭକ୍ତଙ୍କ ପାଇଁ ଖୋଲିଲା ଶ୍ରୀଗୁଣ୍ଡିଚା ମନ୍ଦିର; ୩ ଦିନ ସମ୍ପୂର୍ଣ୍ଣ ମାଗଣା ଦର୍ଶନ 🔴 ନବନିର୍ମାଣ କୃଷକ ସଂଗଠନର ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା 🔴 ପୁରୀରେ ଖଜା ଗୋଦାମରେ ରେଡ୍ 🔴 ହନୁମାନ ଛକରେ ଗୁଳିକାଣ୍ଡ 🔴 ଘାଇ ଆଣିଲା ବିପଦ 🔴 ‘ନିଆଳିରେ ୨୭୫ ଅପମିଶ୍ରିତକାରୀଙ୍କ ନାଁରେ ଏତଲା’ 🔴 ସୋରୋରେ ବନ୍ୟା ସ୍ଥିତି 🔴 ଆସୁଛି ଆଉ ଏକ ଲଘୁଚାପ 🔴 ଆଣ୍ଡାମାନ ସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ