Masthead

ବୈତରଣୀ ପାୱାର ପ୍ରୋଜେକ୍ଟକୁ ନୋଟିସ୍‌

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବୈତରଣୀ ପାୱାର ପ୍ରୋଜେକ୍ଟ ଲିମିଟେଡ୍‌ (BPPL)କୁ ନୋଟିସ୍‌ ପ୍ରସଙ୍ଗରେ କଡ଼ା ଆଭିମୁଖ୍ୟ ଦେଖାଇଛନ୍ତି ଏସ୍‌ଆରସି। ବନ୍ୟା ସମୟରେ ବେନିୟମ ଭାବେ ଗେଟ୍ ଖୋଲିବାରୁ ନୋଟିସ୍ ଜାରି ହୋଇଛି । ଆବଶ୍ୟକ ପଡ଼ିଲେ BPPL ବିରୋଧରେ କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି ଏସ୍‌ଆରସି ସ୍ପଷ୍ଟ କରିଛନ୍ତି। SRC ପ୍ରଭାକର ପାଟିଲ କହିଛନ୍ତି ଯେ, BPPL ସହମତିରେ ପାଣି ଛାଡିବା ଯୋଗୁଁ ବୈତରଣୀରେ ବନ୍ୟା ଗମ୍ଭୀର ରୂପ ଧାରଣ କଲା । ନିଜ ପାୱାର ଜେନେରେସନ କରିବା ପାଇଁ ମନ ଇଚ୍ଛା ଗେଟ୍ ଖୋଲିଥିଲା । ସେଥିପାଇଁ ସରକାରଙ୍କ ପକ୍ଷରୁ କଠୋର କାର୍ୟ୍ୟାନୁଷ୍ଠାନ ନିଆଯିବ । ତାପୂର୍ବରୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି ।

ଏସଆରସି ଆହୁରି କହିଛନ୍ତି ଯେ, ସୂଚନା ନଦେଇ ପାଣି ଛଡ଼ାଯାଇଥିବାରୁ ବିପଦ ସୃଷ୍ଟି ହୋଇଥିଲା, ଫଳରେ ବୈତରଣୀରେ ଜଳସ୍ତର ବୃଦ୍ଧି ପାଇଥିଲା । ବନ୍ୟାରେ ୬ ଜିଲ୍ଲାର ୩୪ ବ୍ଳକର ୨୨୬ ପଞ୍ଚାୟତର ୭୪୩ ଗାଁ ପ୍ରଭାବିତ ହୋଇଛନ୍ତି । ୧୨ ଲକ୍ଷ ୮୭ ହଜାର ଲୋକ କ୍ଷତି ସହିଛନ୍ତି । ୮୪ ହଜାର ୬୬୭ ଲୋକ ସ୍ଥାନାନ୍ତର ହୋଇଛନ୍ତି । ବାଲେଶ୍ୱର ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ।
ତେବେ କାର୍ୟ୍ୟାନୁଷ୍ଠାନ ନେବା ପୂର୍ବରୁ BPPLକୁ ନିଜ ପକ୍ଷ ରଖିବାର ସୁଯୋଗ ଦିଆଯାଇଛି। କେଉଁ ପରିସ୍ଥିତିରେ ଏବଂ କାହିଁକି ପାଣି ଛଡ଼ାଯାଇଥିଲା । ଏହାର ଜବାବ ଯାଞ୍ଚ ପରେ ସରକାର ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ ବୋଲି ଏସ୍‌ଆରସି କହିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୈତରଣୀ ପାୱାର ପ୍ରୋଜେକ୍ଟକୁ ନୋଟିସ୍‌ 🔴 ଆକ୍ସନ ମୋଡରେ ପୋଲିସ, ଭାଙ୍ଗିଲା ଅଟୋ ଷ୍ଟାଣ୍ଡ 🔴 ମାଷ୍ଟରକ୍ୟାଣ୍ଟିନ ହିଂସାରେ ୧୧୩ ଗିରଫ, ରଦ୍ଦ ହେବ ଲାଇସେନ୍ସ! 🔴 ପୁଣି ବଢ଼ିବ ବର୍ଷା ପରିମାଣ! 🔴 କେବେ ବାହାରିବେ ଦାରା ସିଂ,ରାଗିଗଲେ ସୁୁପ୍ରିମକୋର୍ଟ 🔴 ଓଡ଼ିଶା ପାଇଁ ବଡ଼ ରେଲୱେ ଭେଟି ଦେଲେ କେନ୍ଦ୍ର ସରକାର 🔴 ଲୋୟର ପିଏମଜିରେ ଅନଲାଇନ ଗାଡ଼ି ଚାଳକ-ପୋଲିସ ମୁହାଁମୁହିଁ 🔴 ଶିବାଜୀ ମାଝୀଙ୍କ ପରଲୋକ 🔴 ଫୁଲୁଛି ସୁବର୍ଣ୍ଣରେଖା, ଜଳବନ୍ଦୀରେ ଗାଁ 🔴 ଭୟାବହ ଅଗ୍ନିକାଣ୍ଡ, ୯ ମୃତ 🔴 ବୈତରଣୀ ପାୱାର ପ୍ରୋଜେକ୍ଟକୁ ନୋଟିସ୍‌ 🔴 ଆକ୍ସନ ମୋଡରେ ପୋଲିସ, ଭାଙ୍ଗିଲା ଅଟୋ ଷ୍ଟାଣ୍ଡ 🔴 ମାଷ୍ଟରକ୍ୟାଣ୍ଟିନ ହିଂସାରେ ୧୧୩ ଗିରଫ, ରଦ୍ଦ ହେବ ଲାଇସେନ୍ସ! 🔴 ପୁଣି ବଢ଼ିବ ବର୍ଷା ପରିମାଣ! 🔴 କେବେ ବାହାରିବେ ଦାରା ସିଂ,ରାଗିଗଲେ ସୁୁପ୍ରିମକୋର୍ଟ 🔴 ଓଡ଼ିଶା ପାଇଁ ବଡ଼ ରେଲୱେ ଭେଟି ଦେଲେ କେନ୍ଦ୍ର ସରକାର 🔴 ଲୋୟର ପିଏମଜିରେ ଅନଲାଇନ ଗାଡ଼ି ଚାଳକ-ପୋଲିସ ମୁହାଁମୁହିଁ 🔴 ଶିବାଜୀ ମାଝୀଙ୍କ ପରଲୋକ 🔴 ଫୁଲୁଛି ସୁବର୍ଣ୍ଣରେଖା, ଜଳବନ୍ଦୀରେ ଗାଁ 🔴 ଭୟାବହ ଅଗ୍ନିକାଣ୍ଡ, ୯ ମୃତ