Masthead

ସୁନଝରୀରୁ ଝରୁଛି ଲୁହ

କାମାକ୍ଷାନଗର (ବଡ଼ ଖବର ବ୍ୟୁରୋ): ଗଲେଣି ଅନେକ, ମଲେଣି ଅନେକ । ହେଲେ ରହିଯାଇଛି ଅନେକ ଦୁଃଖ । ଆଜିବି ଯନ୍ତ୍ରଣା ଜର୍ଜରିତ ଜୀବନ ବିତାଉଛନ୍ତି ଅନେକ ବିକଳାଙ୍ଗ । ଜୀବନର ପ୍ରତିଟି କ୍ଷଣକୁ ଲୁହ ଓ କୋହରେ ବିତାଉଛନ୍ତି କିଛି ଅସହାୟ । ଗାଁର ନାଁ ସିନା ସୁନାଝରୀ, କିନ୍ତୁ ଏଠାରେ ଲୋକଙ୍କ ଆଖିରୁ ଝରୁଛି ଲୁହ । ବଞ୍ଚିବାର ରାହା ଖୋଜୁଥିବା ଏଠିକାର ଅସହାୟ ବିକଳାଙ୍ଗ ଚାହିଁ ବସିଛନ୍ତି ସରକାରଙ୍କ ସାହାଯ୍ୟ ସହଯୋଗକୁ ।

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ସାରୁଆଳି ପଞ୍ଚାୟତର ପାହାଡ଼ ପର୍ବତ ଘେରା ସୁନାଝରୀ ଗାଁ । ଗାଁର ନାଁରୁ ଜଣାପଡୁଛି ନିଶ୍ଚିତ ରୂପେ ସୁନା ପରି ଝରଣା ଥିବ କିମ୍ବା ପରିବେଶ ଅତ୍ୟନ୍ତ ଭଲ ଥିବ । କିନ୍ତୁ ବାସ୍ତବରେ ଏଠି ସବୁ ଓଲଟା । ଖରାପ ଜଳ ଯୋଗୁଁ ବିକଳାଙ୍ଗ ହୋଇ ଯାଉଛନ୍ତି ଅନେକ ଲୋକ । ଆପେ ଆପେ ନଇଁ ପଡୁଛି ସେମାନଙ୍କ ଅଣ୍ଟା । ଦେଖାଯାଉଛି ଅନେକ ଶାରୀରିକ ଓ ମାନସିକ ସମସ୍ୟା । ଏମିତି ଦୁଇ ଦଶନ୍ଧି ମଧ୍ୟରେ ଅଜଣା ରୋଗରେ ଅନେକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଗାଁର ଅନେକ ଲୋକ ଏବେ ଅକର୍ମଣ୍ୟ । ବିକଳାଙ୍ଗ ଜୀବନ ବିତାଉଛନ୍ତି ସେମାନେ । ଗାଁରେ ଗ୍ରାମ୍ୟ ପରିମଳ ଓ ଜଳଯୋଗାଣ ପକ୍ଷରୁ ସିନା ଜଳଯୋଗାଣ ବ୍ୟବସ୍ଥା ହୋଇଯାଇଛି । ହେଲେ ସେମାନଙ୍କ ଜୀବନରେ ରହିଯାଇଛି ଅନେକ ଦୁଃଖ । ଅର୍ଥାଭାବରୁ ନା ଭଲ ଚିକିତ୍ସା ପାଇ ପାରୁଛନ୍ତି, ନା ଭଲ ହୋଇପାରୁଛନ୍ତି । ଅଭିଶପ୍ତ ଜୀବନ ବିତାଉଛନ୍ତି ଅନେକ ବିକଳାଙ୍ଗ । ଯାହାର ଦୃଶ୍ୟପଟ ଆପଣଙ୍କ ଆଖିରେ ଲୁହ ଭରିଦେବ । ଯୁବାବସ୍ଥାରେ ସେମାନେ ସବୁଦିନ ପାଇଁ ଆଖିବୁଜି ଦେଉଛନ୍ତି । । ସତରେ ଏମାନଙ୍କ ଜୀବନ କ’ଣ ଏମିତି ଦୁଃଖରେ କଟିବ। ପ୍ରଶାସନିକ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ସୁଫଳ ମିଳିପାରି ନାହିଁ ।

ଜୀବନକୁ ଠିକରେ ବୁଝିବା ପୂର୍ବରୁ ଅଜଣା ରୋଗ ସେମାନଙ୍କୁ ସର୍ବସ୍ୱାନ୍ତ କରିଦେଉଛି । ଅପରେସନ କରି ଭଲ ହେବା ପାଇଁ ସେମାନଙ୍କ ପକ୍ଷେ ସମ୍ଭବପର ନୁହେଁ । ଖଟିଲେ ଖାଇବା ହେଉଛି ତାଙ୍କର ଜୀବିକା । ଅର୍ଥାତ୍ ଗାଁରେ ବାସ କରୁଥିବା ୪୦ ପରିବାରର ଲୋକଙ୍କ ପ୍ରଧାନ କାର୍ଯ୍ୟ ହେଉଛି ଦିନମଜୁରିଆ । ଯାହା ସେମାନଙ୍କ ଚିକିତ୍ସା ପାଇଁ ସାତସପନ । ଏଥିପ୍ରତି ସରକାର ଦୃଷ୍ଟି ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି । ତେବେ ଏ ନେଇ ଆମେ ଉପଖଣ୍ଡ ଚିକିତ୍ସା ଅଧିକାରୀ ଡାକ୍ତର ରତ୍ନାକର ସାମଲଙ୍କ ସହିତ ଯୋଗାଯୋଗ କରିଥିଲୁ । ତୁରନ୍ତ ମେଡ଼ିକାଲ ଷ୍ଟାଫ ଯାଇ ସୁନାଝରୀ ଗାଁରେ ଲୋକଙ୍କ ଚିକିତ୍ସା ବ୍ୟବସ୍ଥା କରିବା ସହ ଉଚ୍ଚ ପ୍ରଦସ୍ତ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି କହିଛନ୍ତି । ସୁନାଝରୀର ଲୋକଙ୍କ ଲୁହକୁ ସରକାର କେବେ ପୋଛୁଛନ୍ତି ‘ବଡ଼ ଖବର’ ଅପେକ୍ଷା କରିଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଏନଡିଏ ବୈଠକ ମୋଦିଙ୍କ ହୁଙ୍କାର 🔴 ଦଳ ଏବଂ ଘରୁ ବେଦଖଲ ହେଲେ ଲାଲୁ ନନ୍ଦନ 🔴 ବର୍ଷା ପାଇଁ ୪୯ ବିମାନର ଗତିପଥ ପରିବର୍ତ୍ତନ 🔴 ଦେବାଶିଷ-ସୌମ୍ୟ ଭେଟଘାଟ୍, ବିଜେଡିକୁ ଘାରିଛି କୋକୁଆ ଭୟ! 🔴 ନବୀନଙ୍କୁ ବେଖାତିର…ପ୍ରତାପଙ୍କ ଘରେ ପାଣ୍ଡିଆନ ପନ୍ଥୀ 🔴 ‘ଆତଙ୍କବାଦ ଶେଷ ଭାରତର ସଂକଳ୍ପ’ 🔴 ୩୨ ପାକିସ୍ତାନୀ ସେନା ନିହତ 🔴 ଡିଭାଇଡରରେ ଧକ୍କା ହୋଇ ଟ୍ରକକୁ ପିଟିଲା କାର୍‌ 🔴 ଦାନା ବାନ୍ଧୁଛି ଲଘୁଚାପ 🔴 ଶୁଭମନ ଗିଲ ଟେଷ୍ଟ ଟିମ କ୍ୟାପଟେନ 🔴 ଏନଡିଏ ବୈଠକ ମୋଦିଙ୍କ ହୁଙ୍କାର 🔴 ଦଳ ଏବଂ ଘରୁ ବେଦଖଲ ହେଲେ ଲାଲୁ ନନ୍ଦନ 🔴 ବର୍ଷା ପାଇଁ ୪୯ ବିମାନର ଗତିପଥ ପରିବର୍ତ୍ତନ 🔴 ଦେବାଶିଷ-ସୌମ୍ୟ ଭେଟଘାଟ୍, ବିଜେଡିକୁ ଘାରିଛି କୋକୁଆ ଭୟ! 🔴 ନବୀନଙ୍କୁ ବେଖାତିର…ପ୍ରତାପଙ୍କ ଘରେ ପାଣ୍ଡିଆନ ପନ୍ଥୀ 🔴 ‘ଆତଙ୍କବାଦ ଶେଷ ଭାରତର ସଂକଳ୍ପ’ 🔴 ୩୨ ପାକିସ୍ତାନୀ ସେନା ନିହତ 🔴 ଡିଭାଇଡରରେ ଧକ୍କା ହୋଇ ଟ୍ରକକୁ ପିଟିଲା କାର୍‌ 🔴 ଦାନା ବାନ୍ଧୁଛି ଲଘୁଚାପ 🔴 ଶୁଭମନ ଗିଲ ଟେଷ୍ଟ ଟିମ କ୍ୟାପଟେନ