Masthead

ଲୋକଭବନକୁ IGBC ପ୍ଲାଟିନମ୍ ଗ୍ରୀନ୍ କ୍ୟାମ୍ପସ୍ ସାର୍ଟିଫିକେସନ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଦେଶର ପ୍ରଥମ ଲୋକଭବନ ଭାବେ ଓଡ଼ିଶାର ଲୋକଭବନକୁ IGBC ପ୍ଲାଟିନମ୍ ଗ୍ରୀନ୍ କ୍ୟାମ୍ପସ୍ ସାର୍ଟିଫିକେସନ୍ ମିଳିଛି। ଏହି ପରିପ୍ରେକ୍ଷୀରେ ଆଜି ଲୋକଭବନରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ IGBCର ଜାତୀୟ ଅଧ୍ୟକ୍ଷ ସି. ଶେଖର ରେଡ୍ଡୀ ରାଜ୍ୟପାଳ ଡ. ହରିବାବୁ କମ୍ଭମପାଟିଙ୍କୁ ପ୍ଲାଟିନମ୍ ସାର୍ଟିଫିକେସନ୍ ସିଲ୍ଡ ପ୍ରଦାନ କରିଛନ୍ତି । ଏହି ଅବସରରେ ରାଜ୍ୟପାଳ ଗଣମାଧ୍ୟମ ପ୍ରତିନିଧିମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ରଖିଥିଲେ। ଏହି ସାର୍ଟିଫିକେସନ୍ ଗ୍ରହଣ କରି ସେ ଅତ୍ୟନ୍ତ ଖୁସି ବୋଲି କହିଥିଲେ । ଦେଶର ଏକମାତ୍ର ଲୋକଭବନ ଭାବେ ଆମେ ଏହି ସାର୍ଟିଫିକେସନ ଗ୍ରହଣ କରିଛେ। ଲୋକଭବନ ବର୍ତ୍ତମାନ ସମ୍ପୂର୍ଣ୍ଣ ଭାବରେ ସୌରଶକ୍ତି ବ୍ୟବହାରକ୍ଷମ ହୋଇପାରିଛି । ପିଏମ୍ ସୂର୍ଯ୍ୟଘର ଯୋଜନାରେ 3 କିଲୋୱାଟ ପର୍ଯ୍ୟନ୍ତ ରୁଫଟପ ସୋଲାର ପ୍ୟାନେଲ ସ୍ଥାପନରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପ୍ରାୟ ୧ ଲକ୍ଷ ୩୮ ହଜାର ଟଙ୍କାର ସବସିଡି ପ୍ରଦାନ କରୁଛନ୍ତି।

ସମସ୍ତେ ଏହାର ସୁବିଧା ଗ୍ରହଣ କରିବା ସହ ରୁଫଟପ ସୋଲାର ପ୍ରକଳ୍ପ ସ୍ଥାପନ କରିବା ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ । ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଥିଲେ ଯେ ଏହା ଆମ ପାଇଁ ଗର୍ବର ବିଷୟ। ଓଡ଼ିଶାର ପ୍ରଥମ ସରକାରୀ କୋଠା ଭାବେ ଲୋକଭବନ ଗ୍ରୀନ୍ ବିଲ୍ଡିଂର ସାର୍ଟିଫିକେସନ୍ ପାଇଛି। ମୁଁ ବ୍ୟକ୍ତିଗତ ଭାବେ ଏଥିରୁ ପ୍ରେରଣା ପାଇଛି। ଆଗାମୀ ଦିନରେ ସରକାରୀ କୋଠାଗୁଡ଼ିକୁ ମଧ୍ୟ ଗ୍ରୀନ୍ ବିଲ୍ଡିଂରେ ପରିଣତ କରିବା ପାଇଁ ପଦକ୍ଷେପ ନେବାକୁ ସେ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେବେ। ପରିବେଶ ସୁରକ୍ଷା ଦିଗରେ ରାଜ୍ୟପାଳଙ୍କ ଦୂରଦୃଷ୍ଟି ଏଥିରେ ପ୍ରତିଫଳିତ ହୋଇଛି ବୋଲି ସେ ମତ ଦେଇଥିଲେ। କାର୍ଯ୍ୟକ୍ରମରେ ଶକ୍ତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ବିଶାଲ ଦେବ, ଜଙ୍ଗଲ ଓ ପରିବେଶ ବିଭାଗର ପ୍ରମୁଖ ସଚିବ ଭାସ୍କର ଜ୍ୟୋତି ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଲୋକଭବନକୁ IGBC ପ୍ଲାଟିନମ୍ ଗ୍ରୀନ୍ କ୍ୟାମ୍ପସ୍ ସାର୍ଟିଫିକେସନ 🔴 ମାସେ ହେଲା ଠପ୍‌ ରୋଷେଇ, ଅଙ୍ଗନୱାଡି ଆସୁ ନାହାନ୍ତି ପିଲା 🔴 ବଢୁଛି ବୁଢ଼ାବଳଙ୍ଗ ନଦୀର ଜଳସ୍ତର 🔴 ଅଧା ରାଜ୍ୟରେ ବର୍ଷା! 🔴 ଦିଲ୍ଲୀ ଯିବେ ମୋହନ-ନବୀନ! 🔴 ଡିଏଭି ପୋଖରୀପୁଟରେ ମେଧାବୀ ସମ୍ବର୍ଦ୍ଧନା ଉତ୍ସବ 🔴 ପାଖରେ ନଥିଲେ ଆତ୍ମୀୟ, ଶବ ବୋହିଲେ ପୋଲିସ ଅଧିକାରୀ 🔴 ଆଜିଠାରୁ ରତ୍ନଭଣ୍ଡାର ଗଣତି 🔴 ୪ ଦିନ ନିର୍ଧୂମ ବର୍ଷିବ 🔴 ଭରଣପୋଷଣ ନଦେଲେ ଦରମାରୁ କଟିବ ଟଙ୍କା 🔴 ଲୋକଭବନକୁ IGBC ପ୍ଲାଟିନମ୍ ଗ୍ରୀନ୍ କ୍ୟାମ୍ପସ୍ ସାର୍ଟିଫିକେସନ 🔴 ମାସେ ହେଲା ଠପ୍‌ ରୋଷେଇ, ଅଙ୍ଗନୱାଡି ଆସୁ ନାହାନ୍ତି ପିଲା 🔴 ବଢୁଛି ବୁଢ଼ାବଳଙ୍ଗ ନଦୀର ଜଳସ୍ତର 🔴 ଅଧା ରାଜ୍ୟରେ ବର୍ଷା! 🔴 ଦିଲ୍ଲୀ ଯିବେ ମୋହନ-ନବୀନ! 🔴 ଡିଏଭି ପୋଖରୀପୁଟରେ ମେଧାବୀ ସମ୍ବର୍ଦ୍ଧନା ଉତ୍ସବ 🔴 ପାଖରେ ନଥିଲେ ଆତ୍ମୀୟ, ଶବ ବୋହିଲେ ପୋଲିସ ଅଧିକାରୀ 🔴 ଆଜିଠାରୁ ରତ୍ନଭଣ୍ଡାର ଗଣତି 🔴 ୪ ଦିନ ନିର୍ଧୂମ ବର୍ଷିବ 🔴 ଭରଣପୋଷଣ ନଦେଲେ ଦରମାରୁ କଟିବ ଟଙ୍କା