PUCC ବୀମା ନଥିଲେ ଧରିବ ଇ ଡିଟେକ୍ସନ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ସାବଧାନ ଅମାନିଆ ଗାଡ଼ି ଚାଳକ। ଏଣିକି ଗାଡ଼ିର ବୈଧ ପ୍ରଦୂଷଣ ପ୍ରମାଣପତ୍ର (PUCC) କିମ୍ବା ବୀମା ନଥିଲେ ଆଉ ବର୍ତ୍ତି ପାରିବେ ନାହିଁ। ରାଜ୍ୟରେ ସେପ୍ଟେମ୍ବର ୧ ତାରିଖରୁ ଇ-ଡିଟେକ୍ସନ୍ ସିଷ୍ଟମ୍ କାର୍ଯ୍ୟକାରୀ ହୋଇଛି। ଏଣିକି ପରିବହନ ନିୟମ ଉଲ୍ଲଂଘନ କଲେ ସ୍ୱୟଂଚାଳିତ ଭାବେ ଇ-ଚାଲାଣ କଟିବ। ଗାଡ଼ିର ବୈଧ PUCC ଓ ବୀମା ଦସ୍ତାବିଜ ଅପ୍‌ଡେଟ୍‌ କରି ରଖିବା ନେଇ ନିର୍ଦ୍ଦେଶ ଜାରି କରାଯାଇଛି। ରାସ୍ତାରେ ଚଳାଚଳ କରୁଥିବା ପ୍ରତ୍ୟେକ ଗାଡ଼ିର ବୈଧ ପ୍ରଦୂଷଣ ପ୍ରମାଣପତ୍ର ଓ ବୀମା ବାଧ୍ୟତାମୂଳକ କରାଯାଇଛି। ଏନେଇ ରାଜ୍ୟ ପରିବହନ ପ୍ରାଧିକଣ (STA) ପକ୍ଷରୁ ଆଡଭାଇଜରୀ ଜାରି କରାଯାଇଛି।

  • ବୈଧ PUCC ଓ ବୀମା ଦସ୍ତାବିଜ୍ ରଖିବା ବାଧ୍ୟତାମୂଳକ
  • ସର୍ବସାଧାରଣ ରାସ୍ତାରେ ଚଳାଚଳ କରୁଥିବା ଗାଡ଼ିଗୁଡ଼ିକ ପାଇଁ ପରାମର୍ଶ
  • ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ ସାଧାରଣ ଲୋକଙ୍କୁ ସୂଚନା
  • ଦସ୍ତାବିଜ ବିନା ସର୍ବସାଧାରଣ ରାସ୍ତାରେ ଗାଡ଼ି ଚଳାଇଲେ ଚିହ୍ନଟ ହେବେ
  • ଇଲେକ୍ଟ୍ରୋନିକ୍‌ ପଦ୍ଧତିରେ ଚିହ୍ନଟ କରିବ ଇ-ଡିଟେକ୍ସନ ବ୍ୟବସ୍ଥା
  • ଇ-ଡିଟେକ୍ସନ ବ୍ୟବସ୍ଥାରେ ଧରାପଡ଼ିବା ପରେ ଜାରି ହେବ ଇ-ଚାଲାଣ
  • ସେପ୍ଟେମ୍ବର ୧ ତାରିଖରୁ ଇ-ଡିଟେକ୍ସନ ବ୍ୟବସ୍ଥା କାର୍ଯ୍ୟକାରୀ
ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ