Masthead

ଆହୁରି ତୀବ୍ର ହେଲା ଇରାନ୍-ଆମେରିକା ଯୁଦ୍ଧ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଆମେରିକା ଖାର୍ଗ ଦ୍ୱୀପ ନିକଟରେ ଏକ ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କରିଛି। ଆମେରିକା ଜାହାଜ ଉପରେ ଲଗାତାର ଚାରୋଟି କ୍ଷେପଣାସ୍ତ୍ର ମାଡ଼ କରିଛି। ଆମେରିକା ସେଣ୍ଟ୍ରାଲ୍ କମାଣ୍ଡ କହିଛି ଯେ, ସେମାନେ ଖାର୍ଗ ଦ୍ୱୀପ ନିକଟରେ ଏକ ଟାଙ୍କର ଏବଂ ହରମୁଜ ପ୍ରଣାଳୀ ନିକଟରେ ଅନ୍ୟ ଏକ ଟାଙ୍କରକୁ “ସ୍ଥାୟୀ ଭାବରେ ଅଚଳ” କରିଦେଇଛନ୍ତି।  ଏହା ସହ ଓମାନ ସାଗରରେ ତୃତୀୟ ଟାଙ୍କରକୁ “ସମ୍ପୂର୍ଣ୍ଣ ଭାବେ ଧ୍ୱଂସ” କରିଦେଇଛନ୍ତି।

ସେଣ୍ଟକମ୍ ସ୍ପଷ୍ଟ କରିଛି ଯେ, ଆମେରିକାର ଏକ ଏୟାରକ୍ରାଫ୍ଟ କ୍ୟାରିୟର ଏବଂ ଗାଇଡେଡ୍-ମିସାଇଲ୍ ଡେଷ୍ଟ୍ରୋୟରକୁ ଟାର୍ଗେଟ୍ କରି ଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ ପକ୍ଷରୁ କରାଯାଇଥିବା ଏକାଧିକ ଆକ୍ରମଣକୁ ସେମାନେ “ସଫଳତାର ସହ ପ୍ରତିହତ” କରିଛନ୍ତି।  ଏକ ବିବୃତ୍ତିରେ କୁହାଯାଇଛି ଯେ, ଏଥିରେ କୌଣସି ଆମେରିକୀୟ ସୈନିକ ଆହତ ହୋଇନାହାନ୍ତି। ତେବେ ଆମେରିକା ଜାହାଜ ଉପରେ ହୋଇଥିବା ଆକ୍ରମଣକୁ ଖଣ୍ଡନ କରିଛି ଇରାନ ।

ଆମେରିକା ଏବଂ ଇରାନ ମଧ୍ୟରେ କିଛି ଦିନର ଶାନ୍ତି ପରେ ପୁଣି ଥରେ ଆରମ୍ଭ ହୋଇଥିବା ଆକ୍ରମଣର ପ୍ରାୟ ଏକ ସପ୍ତାହ ପରେ ଏହି ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଯାହାକୁ ନେଇ ପୁଣି ବଢିଛି ଚିନ୍ତା। ଆମେରିକାର ଆକ୍ରମଣ ପରେ ଇରାନର କଡ଼ା ଜବାବ। ଆହୁରି ତୀବ୍ର ହେଲା ଇରାନ୍ -ଆମେରିକା ଯୁଦ୍ଧ। ଆମେରିକାର ଜାହାଜକୁ ଟାର୍ଗେଟ୍ କରି ଇରାନର ଜୋରଦାର ଆକ୍ରମଣ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆହୁରି ତୀବ୍ର ହେଲା ଇରାନ୍-ଆମେରିକା ଯୁଦ୍ଧ 🔴 ୯ ତାରିଖରୁ ରାଜ୍ୟରେ ବଢ଼ିବ ବର୍ଷା 🔴 ସର୍ପାଘାତ ପରେ ସାପକୁ ଧରି ହସ୍ପିଟାଲ ପହଞ୍ଚିଲେ ଯୁବକ 🔴 ଛାତ୍ର ଦୁର୍ଘଟଣା ସହାୟତାକୁ ନେଇ ନୂଆ ନିର୍ଦ୍ଦେଶାବଳୀ 🔴 ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା 🔴 ପ୍ୟାସେଞ୍ଜର ବିମାନ ଉଡ଼ାଇବେ ଅଭିନନ୍ଦନ 🔴 ଭୋଟର ଲିଷ୍ଟରୁ ରାଘବ ଚଢ଼ାଙ୍କ ନାଁ ଗାଏବ 🔴 ମାଫିଆଙ୍କ ଟାର୍ଗେଟରେ କଇଁଛ 🔴 ଉତ୍ତର ଓଡ଼ିଶାରେ ପୁଣି ବନ୍ୟା ସ୍ଥିତି 🔴 ପିୟୁସିସି ଜରିମାନା ହ୍ରାସ କଲେ ରାଜ୍ୟ ସରକାର 🔴 ଆହୁରି ତୀବ୍ର ହେଲା ଇରାନ୍-ଆମେରିକା ଯୁଦ୍ଧ 🔴 ୯ ତାରିଖରୁ ରାଜ୍ୟରେ ବଢ଼ିବ ବର୍ଷା 🔴 ସର୍ପାଘାତ ପରେ ସାପକୁ ଧରି ହସ୍ପିଟାଲ ପହଞ୍ଚିଲେ ଯୁବକ 🔴 ଛାତ୍ର ଦୁର୍ଘଟଣା ସହାୟତାକୁ ନେଇ ନୂଆ ନିର୍ଦ୍ଦେଶାବଳୀ 🔴 ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା 🔴 ପ୍ୟାସେଞ୍ଜର ବିମାନ ଉଡ଼ାଇବେ ଅଭିନନ୍ଦନ 🔴 ଭୋଟର ଲିଷ୍ଟରୁ ରାଘବ ଚଢ଼ାଙ୍କ ନାଁ ଗାଏବ 🔴 ମାଫିଆଙ୍କ ଟାର୍ଗେଟରେ କଇଁଛ 🔴 ଉତ୍ତର ଓଡ଼ିଶାରେ ପୁଣି ବନ୍ୟା ସ୍ଥିତି 🔴 ପିୟୁସିସି ଜରିମାନା ହ୍ରାସ କଲେ ରାଜ୍ୟ ସରକାର