Masthead

ଜିଦରେ ଅଟଳ ଜେଲ ମୁଖିଆ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ):  ଚୌଦ୍ୱାର ଜେଲ କଳି ଧାରଣ କଲାଣି ଉଗ୍ର ରୂପ । ଖୋଲିଚାଲିଛି ଜେଲ ବିଭାଗର ଗୁମର । ଅଭିଯୋଗକାରୀଙ୍କ ସପକ୍ଷରେ ଗଲେଣି ହାଇକୋର୍ଟ । ପୋଲିସର ରିପୋର୍ଟ ବି କହିଲା ଚୌଦ୍ୱାର ଜେଲ ମାମଲାରେ ହୋଇଛି ବଡ଼ ଷଡଯନ୍ତ୍ର । କଏଦୀ ଫେରାର ହୁଅନ୍ତୁ ଅବା ଜେଲର ଦସ୍ତାବିଜରେ ଜାଲିଆତି । ସବୁ ଘଟଣାରେ ରହିଛି କନସ୍ପିରେସି । ହେଲେ ଏହାକୁ ଜେଲ ବିଭାଗର ମୁଖିଆ ସହଜରେ ଗ୍ରହଣ କରିବାକୁ ସତେ ଯେମିତି ରାଜି ନାହାନ୍ତି । ନଚେତ୍ ଏହି ମାମଲାରେ ମାନ୍ୟବର ଉଚ୍ଚ ନ୍ୟାୟଳୟ ଚୌଦ୍ୱାର ଜେଲ ଅଧିକ୍ଷକଙ୍କ ଆଗୁଆ ଜାମିନ ଅବେଦନକୁ ଖାରଜ ସତ୍ତ୍ୱେ ପୂର୍ବତନ ଜେଲର ଏବେ ବି କ’ଣ ଚାକିରିରୁ ଦୂରରେ ଥାଆନ୍ତେ କି? କାହିଁକି ତାଙ୍କୁ ନିଲମ୍ବନ କରାଯାଇ ରଖାଯାଇଛି? କାହିଁକି ତାଙ୍କ ଦରମାରେ ଅଙ୍କୁଶ ଲାଗିଛି? କୋର୍ଟ ତାଙ୍କ ସପକ୍ଷରେ ଏକ ପ୍ରକାର ଯାଇଥିବା ବେଳେ କାହିଁକି ବିଭାଗ ତାଙ୍କୁ ସାଥ ଦେଉନାହିଁ ।

ପ୍ରକୃତରେ କାହାର ଏଥିରେ ଫାଇଦା ହେଉଛି? କିଏ ସେହି ବଡ଼ପଣ୍ଡା ଯିଏ ଦୋଷୀଙ୍କୁ ସୁରକ୍ଷା ଏବଂ ନିଦେ୍ର୍ଦାଶୀଙ୍କୁ ଦଣ୍ଡ ଦେବାରେ ଲାଗିଛି? କ’ଣ ତାକୁ ଫାଇଦା ମିଳୁଛି? ନା ଏହି ଦୁଇଟି ମାମଲା ପଛରେ ସେହି ବଡ଼ପଣ୍ଡା ମାନଙ୍କର ହାତ ରହିଛି? ତାହା ତ ବର୍ତ୍ତମାନ ପରିପ୍ରେକ୍ଷୀରେ ବୁଝାପଡୁନାହିଁ । କିନ୍ତୁ ଏତିକି ବୁଝା ପଡୁଛି କି ଯେତେବେଳେ ଚୌଦ୍ୱାର ଥାନା ଜେଲରୁ କଏଦୀ ଫେରାର ଓ ଜେଲ ଦସ୍ତାବିଜରେ ଜାଲିଆତି ଘଟଣାରେ ଷଡଯନ୍ତ୍ର ଗନ୍ଧ ବାରି ହାଇକୋର୍ଟଙ୍କୁ ଜେଲର ବରିଷ୍ଠ ଅଧିକ୍ଷକଙ୍କ ବିରୋଧରେ ରିପୋର୍ଟ ପ୍ରଦାନ କରିସାରିଛି । ଆଉ ଠିକ୍ ସେହି ତଥ୍ୟକୁ ଆଧାର କରି ବାରମ୍ବାର କୋର୍ଟ ପୋଲିସକୁ ସହଯୋଗ କରିବା ପାଇଁ ସମୟ ଦେଇ ଆସୁଥିଲେ ମଧ୍ୟ ଅଧିକ୍ଷକ ଏହାକୁ ଟାଳି ଚାଲିଲେ । ଯାହା ପାଇଁ ଆଗୁଆ ଜାମିନ ଖାରଜ କରି ଆଇନଗତ ଆକ୍ସନ ପାଇଁ ପୋଲିସ ହାତ ଖୋଲା କରିଦେଇଛନ୍ତି ହାଇକୋର୍ଟ ।

ଠିକ୍ ସେତିକି ବେଳେ କିନ୍ତୁ ଜେଲ ବିଭାଗ ଚୌଦ୍ୱାର ଜେଲର ପୂର୍ବତନ ଜେଲରଙ୍କୁ ନ୍ୟାୟ ଦେବାରେ ବି କୁଣ୍ଠାବୋଧ କରୁଛି । କୋର୍ଟରୁ ଜାମିନ ପାଇବାରେ ଅଧିକ୍ଷକ ନିରାଶ ହେବା ଦିନଠାରୁ ଜେଲ ଦ୍ୱାର ମାଡିନାହାନ୍ତି । ଏମିତିକି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ଜାମିନ ପାଇଁ । ହେଲେ ଆଜି ଯାଏଁ ବିଭାଗ ତାଙ୍କ ବିରୋଧରେ ବର୍ତ୍ତମାନ ସୁଦ୍ଧା କୌଣସି ଆକ୍ସନ ନେଉନାହିଁ କି ଗୋଟେ ବି କୈଫତ୍ ତଲବ କରିନାହିଁ । ଜେଲ ବିଭାଗର କର୍ମଚାରୀଙ୍କ ପ୍ରତି ଏ ପ୍ରିୟାପ୍ରିତୀ କାହିଁକି । ଜଣେ ନିଦେ୍ର୍ଦାଷରେ ଚାକିରିରୁ ମାସ ମାସ ଧରି ଦୂରରେ ରହିଛି । ଆଉ ଜଣେ ହାଇକୋର୍ଟଙ୍କ ଠାରୁ ଭର୍ସନା ହେବା ସତ୍ତ୍ୱେ ବି ବିଭାଗକୁ ନାଲି ଆଖି ଦେଖାଇ ନିଜ ଦାୟିତ୍ୱ ଠାରୁ ଦୁରେଇ ଘିରିଘିରି ବୁଲୁଛନ୍ତି । ହେଲେ ତାଙ୍କ ପ୍ରତି କାର୍ଯ୍ୟନୁଷ୍ଟାନ ଶୂନ । ଏମିତିକି ଚୌଦ୍ୱାର ଭଳି ଜେଲ ଏବେ ମୂରବୀ ଶୂନ୍ୟ ଅବସ୍ଥାରେ ପଡିଛି । କେତେବେଳେ ଯେ କ’ଣ ନ ଘଟିବ ତାହା କେହି କେବେ କହି ପାରିବେ ନି? କାହିଁକି ଏତେ ପରେ ବି ବାବୁମାନଙ୍କ ନିଦ ଭାଙ୍ଗୁନି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଇରାନର ୫ ଜାହାଜ ଧ୍ୱଂସ କଲା ଆମେରିକା 🔴 ଲଘୁଚାପ ପ୍ରଭାବରେ ଓଡ଼ିଶାରେ ଭାରି ବର୍ଷା ସମ୍ଭାବନା 🔴 ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଶବ ରଖି ବିକ୍ଷୋଭ 🔴 ବିରଳ ଓରାଙ୍ଗଉଟାନ ଠାବ 🔴 ୨୦ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 UAE ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ 🔴 ପୁଣି ସ୍କୁଲରେ ରାଗିଂ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଇରାନର ୫ ଜାହାଜ ଧ୍ୱଂସ କଲା ଆମେରିକା 🔴 ଲଘୁଚାପ ପ୍ରଭାବରେ ଓଡ଼ିଶାରେ ଭାରି ବର୍ଷା ସମ୍ଭାବନା 🔴 ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଶବ ରଖି ବିକ୍ଷୋଭ 🔴 ବିରଳ ଓରାଙ୍ଗଉଟାନ ଠାବ 🔴 ୨୦ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 UAE ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ 🔴 ପୁଣି ସ୍କୁଲରେ ରାଗିଂ