Masthead

ଦିଲ୍ଲୀରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ

ଦିଲ୍ଲୀ (ବଡ଼ ଖବର ବ୍ୟୁରୋ):  ନାବାଳିକାଙ୍କୁ ଗଣଦୁଷ୍କର୍ମ ପରେ ଛୁରୀରେ ହତ୍ୟା ଅଭିଯୋଗ । ଘଟଣାରେ ୪ ଅଭିଯୁକ୍ତ ଗିରଫ । ଆଉ କେହି ସମ୍ପୃକ୍ତ ଅଛନ୍ତି କି? ଖୋଳତାଡ଼ କରୁଛି ପୋଲିସ । ଦିଲ୍ଲୀର ସ୍ୱରୂପ ନଗର ଅଞ୍ଚଳରେ ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଗଣଦୁଷ୍କର୍ମ ପରେ ଛୁରିରେ ଆକ୍ରମଣ କରି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ପରେ ତାଙ୍କ ମୃତଦେହକୁ ଏକ ଖୋଲା ପଡ଼ିଆରେ ଫିଙ୍ଗି ଦିଆଯାଇଥିଲା। ମୃତଦେହ ଅତ୍ୟଧିକ ବିକୃତ ହୋଇଯାଇଥିବାରୁ ଫରେନସିକ୍ ଟିମ୍‌କୁ ପ୍ରାରମ୍ଭିକ ଭାବେ ଲିଙ୍ଗ ଚିହ୍ନଟ କରିବାରେ ମଧ୍ୟ ସମସ୍ୟା ହୋଇଥିଲା।

ପୋଲିସ ସୂଚନା ଅନୁସାରେ, ଏହି ଘଟଣାରେ ଗୁରୁବାର ବିଳମ୍ବିତ ରାତିରେ ଜଣେ ୧୯ ବର୍ଷୀୟ ଯୁବକ ଶିବମ୍ ଗଣେଶ ସମେତ ୩ ଜଣ ନାବାଳକଙ୍କୁ ପୁଲିସ ଗିରଫ କରିବା ସହ ଅଭିଯୁକ୍ତମାନଙ୍କ ବ୍ୟବହୃତ ଏକ ଗାଡ଼ି ଓ ରକ୍ତଭିଜା ଛୁରୀ ଜବତ କରିଛି। ରବିବାର ସକାଳେ ସ୍ୱରୂପ ନଗରର କୁଶକ ରୋଡ୍ ନିକଟସ୍ଥ ଏକ ବିଲରେ ସ୍ଥାନୀୟ ଲୋକେ ଗୋଟିଏ କ୍ଷତବିକ୍ଷତ ଶବକୁ କୁକୁର ଖାଉଥିବାର ଦେଖି ପୁଲିସକୁ ଖବର ଦେଇଥିଲେ ।

ମୃତଦେହଟି ପୂରା ପଚିଯାଇଥିବାରୁ ଏବଂ ଚେହେରା ବିକୃତ ହୋଇଯାଇଥିବାରୁ ପ୍ରଥମେ ଚିହ୍ନଟ କରିବା ସମ୍ଭବ ହୋଇନଥିଲା। ମାତ୍ର ପରବର୍ତ୍ତୀ ସମୟରେ ବ୍ୟବଚ୍ଛେଦ ରିପୋର୍ଟରୁ ନାବାଳିକାଙ୍କୁ ଦୁଷ୍କର୍ମ କରାଯାଇଥିବା ଏବଂ ଶରୀରରେ ୮ଟି ଗଭୀର ଆଘାତ ଚିହ୍ନ ଥିବା ସ୍ପଷ୍ଟ ହୋଇଥିଲା। ଶରୀରରୁ ଗୋଟିଏ ହାତ ଗାଏବ ଥିବା ବେଳେ ପେଟ ଓ ମୁହଁ ନଷ୍ଟ ହୋଇଯାଇଥିଲା।

ତଦନ୍ତକାରୀ ଅଧିକାରୀଙ୍କ ଅନୁଯାୟୀ, ଗତ ଶୁକ୍ରବାର ରାତିରେ ପୀଡ଼ିତା ଜଣକ ତାଙ୍କର ଜଣେ ବନ୍ଧୁଙ୍କୁ ଭେଟିବାକୁ ଯାଇଥିଲେ। ପ୍ରଥମେ ବାଳକ ଜଣକ ତାଙ୍କୁ ଦୁଷ୍କର୍ମ କରିବା ପରେ ନାବାଳିକା ଜଣକ ପୁଲିସକୁ ଜଣାଇବାକୁ ଧମକ ଦେଇଥିଲେ। ଏଥିରେ ଭୟଭୀତ ହୋଇ ସେ ନିଜର ଅନ୍ୟ ୩ ଜଣ ସାଥୀଙ୍କୁ ଡାକିଥିଲେ। ସମସ୍ତେ ମଦ୍ୟପାନ କରିଥିବା ବେଳେ ସଂଘବଦ୍ଧ ଭାବେ ନାବାଳିକାଙ୍କୁ ଦୁଷ୍କର୍ମ କରିଥିଲେ। ଏହାପରେ ପ୍ରମାଣ ନଷ୍ଟ କରିବା ଉଦ୍ଦେଶ୍ୟରେ ତାଙ୍କୁ ବିଲକୁ ନେଇ ୬ ଥରରୁ ଅଧିକ ଛୁରୀ ମାରି ହତ୍ୟା କରିଥିଲେ ଏବଂ ପତ୍ର ଓ ମାଟି ପକାଇ ଶବକୁ ଲୁଚାଇ ପଳାଇଥିଲେ।

ମାମଲାର ତଦନ୍ତ ବେଳେ ପୋଲିସ ୫୦ରୁ ଅଧିକ ସିସିଟିଭି କ୍ୟାମେରା ଯାଞ୍ଚ କରି ଏକ ସନ୍ଦେହଜନକ ଟେମ୍ପୋକୁ ଚିହ୍ନଟ କରିଥିଲା। ପରେ ଟେମ୍ପୋଟିକୁ ଖଡ୍ଡା କଲୋନୀରୁ ଠାବ କରାଯାଇ ଚାଳକଙ୍କୁ ପଚରାଉଚରା କରାଯାଇଥିଲା। ତାଙ୍କଠାରୁ ମିଳିଥିବା ସୂଚନା ଆଧାରରେ ଅନ୍ୟ ୩ ଜଣଙ୍କୁ ଧରାଯାଇଥିବା ପୋଲିସ କହିଛି। ଘଟଣାରେ ଆଉ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ, ପୋଲିସ ତାହାର ତଦନ୍ତ ଜାରି ରଖିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦିଲ୍ଲୀରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ 🔴 କାଲି ରାତିରୁ ଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ 🔴 ହର୍ମୁଜରେ ତୈଳ ବୋଝେଇ ଜାହାଜ ଉପରେ ଆକ୍ରମଣ 🔴 ଜଗମୋହନ ମୀନାଙ୍କ ଇସ୍ତଫା ଗୃହିତ 🔴 ସେମିକନ୍ ଇଣ୍ଡିଆ-୨୦୨୬,ଭାରତ ଉପରେ ସାରା ବିଶ୍ୱର ବିଶ୍ୱାସ ବଢ଼ିଛି କହିଲେ ପ୍ରଧାନମନ୍ତ୍ରୀ ମୋଦି 🔴 ପୁରୀରେ ଖଜା ଦୋକାନରେ ଚଢାଉ 🔴 ଟପ ମାଓ ନେତା ସର୍ବେଶ ମାଝୀ ଗିରଫ 🔴 ୧୯ରେ ଲଘୁଚାପ ସମ୍ଭାବନା 🔴 ପାଣିପାଗ ଆକଳନରେ ଆହୁରି ସଶକ୍ତ ହେବ ଓଡିଶା 🔴 ମଝି ସମୁଦ୍ରରେ ଭାରତ-ପାକିସ୍ତାନ ମୁହାଁମୁହିଁ 🔴 ଦିଲ୍ଲୀରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ 🔴 କାଲି ରାତିରୁ ଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ 🔴 ହର୍ମୁଜରେ ତୈଳ ବୋଝେଇ ଜାହାଜ ଉପରେ ଆକ୍ରମଣ 🔴 ଜଗମୋହନ ମୀନାଙ୍କ ଇସ୍ତଫା ଗୃହିତ 🔴 ସେମିକନ୍ ଇଣ୍ଡିଆ-୨୦୨୬,ଭାରତ ଉପରେ ସାରା ବିଶ୍ୱର ବିଶ୍ୱାସ ବଢ଼ିଛି କହିଲେ ପ୍ରଧାନମନ୍ତ୍ରୀ ମୋଦି 🔴 ପୁରୀରେ ଖଜା ଦୋକାନରେ ଚଢାଉ 🔴 ଟପ ମାଓ ନେତା ସର୍ବେଶ ମାଝୀ ଗିରଫ 🔴 ୧୯ରେ ଲଘୁଚାପ ସମ୍ଭାବନା 🔴 ପାଣିପାଗ ଆକଳନରେ ଆହୁରି ସଶକ୍ତ ହେବ ଓଡିଶା 🔴 ମଝି ସମୁଦ୍ରରେ ଭାରତ-ପାକିସ୍ତାନ ମୁହାଁମୁହିଁ