ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଉତ୍କଳ ବିଶ୍ୱବିଦ୍ୟାଳୟ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଅଭିଯୋଗକୁ ନେଇ ମାମଲା ରୁଜୁ ହୋଇଛି। ପ୍ରଶ୍ନପତ୍ର ଲିକ୍ର ସୋର୍ସ ଜାଣିବା ପାଇଁ ସହିଦନଗର ଥାନାରେ ଏତଲା ଦାୟର କରିଛନ୍ତି ବିଶ୍ୱବିଦ୍ୟାଳୟର ପରୀକ୍ଷା ନିୟନ୍ତ୍ରକ। ଅଭିଯୋଗ ପରେ ପୋଲିସ ଘଟଣାର ତଦନ୍ତ କରିବ । ପ୍ରଶ୍ନପତ୍ର କେଉଁଠାରୁ ଏବଂ କିଭଳି ଲିକ୍ ହେଲା, ତାହା ଜାଣିବାକୁ ତଦନ୍ତ କରାଯିବ। ଆବଶ୍ୟକ ପଡ଼ିଲେ ଏନେଇ ସାଇବର ଥାନାରେ ମଧ୍ୟ ଅଭିଯୋଗ କରାଯିବ ବୋଲି ପରୀକ୍ଷା ନିୟନ୍ତ୍ରକ କହିଛନ୍ତି।
ପ୍ରଶ୍ନପତ୍ର ଲିକ୍ ନେଇ ସ୍ୱୀକାର କରିବା ସହ ଉକôଳ ବିଶ୍ୱବିଦ୍ୟାଳୟ ପରୀକ୍ଷା ନିୟନ୍ତ୍ରକ କହିଛନ୍ତି ଯେ, ଯୁକ୍ତ ୩ ଦ୍ୱିତୀୟ ସେମିଷ୍ଟାର ପରୀକ୍ଷାର ପ୍ରଶ୍ନପତ୍ର ଲିକ୍ ହୋଇଥିବା କଥା ଗଣମାଧ୍ୟମରୁ ଜାଣିଲୋ ସମସ୍ତ ପ୍ରଶ୍ନପତ୍ର ଲିକ୍ ହୋଇଥିବା ସୂଚନା ମିଳିଛି । ସେପ୍ଟେମ୍ବର ୧୨ ତାରିଖରୁ ଆରମ୍ଭ ହୋଇଛି ପରୀକ୍ଷା । ପ୍ରାୟ ୩୦୦ କଲେଜର ଛାତ୍ରଛାତ୍ରୀ ଦେଉଛନ୍ତି ପରୀକ୍ଷା । ପ୍ରଶ୍ନପତ୍ର ଲିକ୍ ଅଭିଯୋଗର ପ୍ରକୃତ ତଥ୍ୟ ଏବଂ ଏହା ପଛରେ କିଏ ଅଛନ୍ତି, ତାହା ତଦନ୍ତ ପରେ ସ୍ପଷ୍ଟ ହେବ।
