Masthead

ସରପଞ୍ଚଙ୍କ ନାମରେ ଅଭିଯୋଗ

ବଲାଙ୍ଗିର (ବଡ଼ ଖବର ବ୍ୟୁରୋ): ବଲାଙ୍ଗିର ମାକରଚୁଆଁ ଗାଁର ଶ୍ରୀକର ମିର୍ଦ୍ଧା ଅପହରଣ ଘଟଣା ପଛରେ ସ୍ଥାନୀୟ ସରପଞ୍ଚଙ୍କ ହାତ ଥିବା ଅଭିଯୋଗ। ଏନେଇ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ପରିବାର ଲୋକ। ଏବେ ମଧ୍ୟ ସଂପୃକ୍ତ ସରପଞ୍ଚ ରାଜେନ୍ଦ୍ର ହୋତା ଧମକ ଚମକ୍ ଦେଉଥିବା ଅଭିଯୋଗ କରିଛନ୍ତି।

ଅଭିଯୋଗ ଅନୁସାରେ ଗତ ୧ ତାରିଖରେ ଶ୍ରୀକର ମିର୍ଦ୍ଧା ଘରକୁ ଫେରୁଥିବା ବେଳେ ଗାଁର ମନୋରଞ୍ଜନ ତ୍ରିପାଠୀ ମାର ପିଟ କରିଥିଲା। ଏନେଇ ସଦର ଥାନାରେ ପରିବାର ଲୋକ ଅଭିଯୋଗ କରିଥିଲେ। ତେବେ ଥାନାରେ ଅଭିଯୋଗ ନେଇ ସ୍ଥାନୀୟ ସରପଞ୍ଚ ସେମାନଙ୍କୁ ଗାଳିଗୁଲଜ କରିବା ସହ ଧମକ ଚମକ୍ ଦେଇଥିଲେ। ଏବଂ ଏହାର ଦୁଇ ଦିନ ପରେ ରବିବାର ଥାନାକୁ ଯିବା ଆଗରୁ ଶ୍ରୀକର ମିର୍ଦ୍ଧା କୁ ଅପହରଣ କରି ନେଲେ ଦୁର୍ବୃତ୍ତ।

ବହୁ ଖୋଜା ଖୋଜି ପରେ ଗତକାଲି ମୂର୍ମୁସୁ ଅବସ୍ଥାରେ ଶ୍ରିକରଙ୍କୁ ଜଙ୍ଗଲରୁ ଉଦ୍ଧାର କରି ବଲାଙ୍ଗିର ମେଡିକାଲରେ ଭର୍ତି କରାଯାଇଛି। ଏଯାଏ ତାଙ୍କର ଚେତା ଫେରି ନଥିବାରୁ କିଭଳି ଓ କେଉଁ ପରିସ୍ଥିତିରେ ଦୁର୍ବୃତ୍ତ ଅପହରଣ କଲେ ତାହା ଜଣା ପଡିନାହିଁ। ଯେହେତୁ ଘଟଣା ଆଗରୁ ସରପଞ୍ଚ ପରିବାର ଲୋକଙ୍କୁ ଧମକ ଦେଇଥିଲେ, ଏଥିପାଇଁ ପରିବାର ଲୋକେ ତାଙ୍କ ଉପରକୁ ଦୋଷ ଲଦୁ ଛନ୍ତି। ଏପରିକି ଏବେ ମଧ୍ୟ ସରପଞ୍ଚ ରାଜେନ୍ଦ୍ର ହୋତା ଧମକ ଦେଉଥିବା ଅଭିଯୋଗ କରିଛନ୍ତି ପରିବାର ଲୋକ। ସେପଟେ ଅଭିଯୋଗକୁ ଭିତ୍ତିହୀନ କହିବା ସହ ଏହା ଏକ ଷଡ଼ଯନ୍ତ୍ର ବୋଲି କହିଛନ୍ତି ସରପଞ୍ଚ ରାଜେନ୍ଦ୍ର ହୋତା। ଅନ୍ୟପଟେ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି। ହେଲେ ଶ୍ରୀକର ମିର୍ଦ୍ଧାଙ୍କ ଚେତା ଫେରିବା ପରେ ପ୍ରକୃତ ଘଟଣା ସ୍ପଷ୍ଟ ହୋଇଯିବ।

 

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼