Masthead

ସ୍କ୍ରବଟାଇଫସ୍‌କୁ ନେଇ ପ୍ରତିକ୍ରିୟା ରଖିଲେ ସ୍ୱାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ରାଜ୍ୟରେ ସ୍କ୍ରବ୍‌ଟାଇଫସ୍‌କୁ ନେଇ ଚର୍ଚ୍ଚା ମଧ୍ୟରେ ପ୍ରତିକ୍ରିୟା ରଖିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ। ସ୍କ୍ରବ୍‌ଟାଇଫସ୍‌କୁ ନେଇ ଲୋକେ ଭୟଭୀତ ନହେବାକୁ ସେ ପରାମର୍ଶ ଦେଇଛନ୍ତି। ଏନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆବଶ୍ୟକ ମନିଟରିଂ କରାଯାଉଥିବା ସେ କହିଛନ୍ତି।

ମନ୍ତ୍ରୀ କହିଛନ୍ତି, ସୁନ୍ଦରଗଡ଼ ଓ ପାଲଲହଡ଼ାରୁ ସ୍କ୍ରବ୍‌ଟାଇଫସ୍‌କୁ ନେଇ କିଛି ସମସ୍ୟା ଆସିଛି। ଏବେ ସୁଦ୍ଧା ଜିଲ୍ଲାରେ ୮୦୦ରୁ ଅଧିକ ଲୋକ ଆକ୍ରାନ୍ତ ହୋଇଥିବା ବେଳେ ୫ ହଜାର ୬ ଶହ ଲୋକଙ୍କ ରକ୍ତ ନମୁନା ପରୀକ୍ଷା କରାଯାଇଛି । ଏସବୁ ଘଟଣାର ଆଉ ଥରେ ତର୍ଜମା କରାଯିବ। ସ୍ଥିତି ଉପରେ ସ୍ୱାସ୍ଥ୍ୟ ବିଭାଗ ନଜର ରଖିଥିବା ବେଳେ ଡାକ୍ତରୀ ଟିମ୍‌ ମଧ୍ୟ ମନିଟରିଂ କରୁଛି।

ସେହିପରି ରାୟଗଡ଼ାରେ ଜଣ୍ଡିସ୍‌ ବ୍ୟାପିବା ନେଇ ଆସୁଥିବା ଖବରର ମଧ୍ୟ ତର୍ଜମା କରାଯାଉଛି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି। ଡାଇରିଆ ଭଳି ସମସ୍ୟାରେ ଦୂଷିତ ପାଣି ଓ ଖାଦ୍ୟ ଏକ ବଡ଼ କାରଣ ହୋଇପାରେ । ତେଣୁ ବିଭାଗ ପକ୍ଷରୁ ଶୁଦ୍ଧ ପାନୀୟ ଜଳ ବ୍ୟବହାର ଉପରେ ଗୁରୁତ୍ୱ ଦିଆଯାଇଛି । ଆବଶ୍ୟକ ଔଷଧ ଓ ଚିକିତ୍ସା ବ୍ୟବସ୍ଥା ମଧ୍ୟ ପ୍ରସ୍ତୁତ ରଖାଯାଇଛି । କୌଣସି ଅଞ୍ଚଳରେ ଖାଦ୍ୟଜନିତ ସମସ୍ୟାର ସନ୍ଦେହ ହେଲେ ଫୁଡ୍ ସେଫ୍ଟି ବିଭାଗ ପକ୍ଷରୁ ମଧ୍ୟ ଯାଞ୍ଚ କରାଯାଉଛି ।

ଅନ୍ୟପକ୍ଷରେ ବାସୀ ଖାଦ୍ୟକୁ ନେଇ ମଧ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନରେ ବାସୀ ଖାଦ୍ୟ ବିକ୍ରି ଓ ବ୍ୟବହାର ନେଇ ରେଡ୍‌ କରାଯାଉଛି। ଲୋକଙ୍କ ସ୍ୱାସ୍ଥ୍ୟ ସୁରକ୍ଷାକୁ ନଜରରେ ରଖି ଏଭଳି ଯାଞ୍ଚ ଜାରି ରହିବ ବୋଲି ମନ୍ତ୍ରୀଙ୍କ ପ୍ରତିକ୍ରିୟାରୁ ସ୍ପଷ୍ଟ ହୋଇଛି। ସ୍କ୍ରବ୍‌ଟାଇଫସ୍‌, ଜଣ୍ଡିସ୍‌ ଏବଂ ଖାଦ୍ୟ ସୁରକ୍ଷା ସମ୍ପର୍କିତ ବିଷୟ ଉପରେ ବିଭାଗୀୟ ଟିମ୍‌ର ନଜର ରହିଥିବା ବେଳେ ଲୋକଙ୍କୁ ଭୟଭୀତ ନହୋଇ ସଚେତନ ରହିବାକୁ ପରାମର୍ଶ ଦିଆଯାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଣ୍ଡାମାନ ସାଗରରେ ସୃଷ୍ଟି ହେଉଛି ଆଉ ଏକ ଲଘୁଚାପ କ୍ଷେତ୍ର, ୨୪ ଯାଏଁ ବର୍ଷା 🔴 ସ୍କ୍ରବଟାଇଫସ୍‌କୁ ନେଇ ପ୍ରତିକ୍ରିୟା ରଖିଲେ ସ୍ୱାସ୍ଥ୍ୟମନ୍ତ୍ରୀ 🔴 ବିନା ଅନୁମତିରେ ଗଛ କାଟିବା ପଡ଼ିଲା ଭାରି, ନିଲମ୍ବିତ ଫରେଷ୍ଟର 🔴 ୨୨ରୁ ରାଜ୍ୟରେ ପ୍ରବଳ ବର୍ଷା 🔴 ଉତ୍କଳ ବିଶ୍ୱବିଦ୍ୟାଳୟ ପ୍ରଶ୍ନପତ୍ର ଲିକ୍, ଥାନାରେ ଏତଲା 🔴 ଉତ୍କଳ ୟୁନିଭର୍ସିଟିର ପ୍ରଶ୍ନପତ୍ର ପ୍ରଘଟ,୧୦୦କୁ ୧୦୦ ମେଳ ଖାଇଲା ପ୍ରଶ୍ନପତ୍ର! 🔴 ମମତାଙ୍କୁ ମିଳିଲା ଫୁଟବଲ୍ ଖେଳାଳି ଚିହ୍ନ 🔴 ଦିଲ୍ଲୀରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ 🔴 କାଲି ରାତିରୁ ଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ 🔴 ହର୍ମୁଜରେ ତୈଳ ବୋଝେଇ ଜାହାଜ ଉପରେ ଆକ୍ରମଣ 🔴 ଆଣ୍ଡାମାନ ସାଗରରେ ସୃଷ୍ଟି ହେଉଛି ଆଉ ଏକ ଲଘୁଚାପ କ୍ଷେତ୍ର, ୨୪ ଯାଏଁ ବର୍ଷା 🔴 ସ୍କ୍ରବଟାଇଫସ୍‌କୁ ନେଇ ପ୍ରତିକ୍ରିୟା ରଖିଲେ ସ୍ୱାସ୍ଥ୍ୟମନ୍ତ୍ରୀ 🔴 ବିନା ଅନୁମତିରେ ଗଛ କାଟିବା ପଡ଼ିଲା ଭାରି, ନିଲମ୍ବିତ ଫରେଷ୍ଟର 🔴 ୨୨ରୁ ରାଜ୍ୟରେ ପ୍ରବଳ ବର୍ଷା 🔴 ଉତ୍କଳ ବିଶ୍ୱବିଦ୍ୟାଳୟ ପ୍ରଶ୍ନପତ୍ର ଲିକ୍, ଥାନାରେ ଏତଲା 🔴 ଉତ୍କଳ ୟୁନିଭର୍ସିଟିର ପ୍ରଶ୍ନପତ୍ର ପ୍ରଘଟ,୧୦୦କୁ ୧୦୦ ମେଳ ଖାଇଲା ପ୍ରଶ୍ନପତ୍ର! 🔴 ମମତାଙ୍କୁ ମିଳିଲା ଫୁଟବଲ୍ ଖେଳାଳି ଚିହ୍ନ 🔴 ଦିଲ୍ଲୀରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ 🔴 କାଲି ରାତିରୁ ଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ 🔴 ହର୍ମୁଜରେ ତୈଳ ବୋଝେଇ ଜାହାଜ ଉପରେ ଆକ୍ରମଣ