Before Header

ଆଜିଠୁ ପରିକ୍ରମା ନିମନ୍ତ୍ରଣ

0 902

ପୁରୀ (ବଡ଼ ଖବର ବ୍ୟୁରୋ); ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବିଶାଳ ଆୟୋଜନ । ଶ୍ରୀକ୍ଷେତ୍ରରେ ହେବ ଦିବ୍ୟମିଳନ । ପବିତ୍ର ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ପ୍ରାଣ ପ୍ରତିଷ୍ଠା ପାଇଁ ବଡ଼ଦାଣ୍ଡରେ ଏକାଠି ହେବେ ଦେବତା, ସାଧୁସନ୍ଥ ଓ ଭକ୍ତ । ଆସନ୍ତା ଜାନୁଆରୀ ୧୭ ତାରିଖରେ ଭବ୍ୟ ଲୋକାର୍ପଣ ଉତ୍ସବ । ଏଥିପାଇଁ ପାଇଁ ଆଜି ପବିତ୍ର ମାର୍ଗଶିର ପୂର୍ଣ୍ଣିମାରେ ଶୁଭାରମ୍ଭ ହେବ ପରିକ୍ରମା ନିମନ୍ତ୍ରଣ । କାର୍ଯ୍ୟକ୍ରମକୁ ଭବ୍ୟ ଓ ସ୍ମରଣୀୟ କରିବା ପାଇଁ ପ୍ରମୁଖ ଦେବପୀଠକୁ ଆଜିଠୁ ଦିଆଯିବ ନିମନ୍ତ୍ରଣ । ପ୍ରଥମେ ଭୁବନେଶ୍ୱରର ଆରାଧ୍ୟ ମହାପ୍ରଭୁ ଲିଙ୍ଗରାଜଙ୍କୁ ନିମନ୍ତ୍ରଣ ପତ୍ର ଦିଆଯିବ, ଏହା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ କରାଯିବ ।

ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ନିକଟରୁ ୨୩ଟି ଗାଡିରେ ନିମନ୍ତ୍ରଣର ବାର୍ତା ନେଇ ପ୍ରତିନିଧିମାନେ ଯାତ୍ରା ଆରମ୍ଭ କରିବେ । ୧୩ଟି ଟିମ୍ ରାଜ୍ୟର ପ୍ରମୁଖ ଦେବପୀଠ, ଜଗନ୍ନାଥ ମନ୍ଦିରକୁ ନିମନ୍ତ୍ରଣ ପାଇଁ ଗସ୍ତ କରିବେ । ଅବଶିଷ୍ଟ ୧୭ଟି ଟିମ୍ ସର୍କିଟ ହାଉସ ଓ ଷ୍ଟେଟ ଗେଷ୍ଟ ହାଉସକୁ ଆସି ପର୍ୟ୍ୟାୟକ୍ରରେ ରାଜ୍ୟବାହାରର ବିଭିନ୍ନ ମନ୍ଦିରକୁ ନିମନ୍ତ୍ରଣ ଦେବାକୁ ଗସ୍ତ କରିବେ । ପ୍ରଥମ ଟିମ ଖଲ୍ଲିକୋଟ ଓ କୋଦଳା ଅଂଚଳକୁ ପ୍ରଥମେ ଯାତ୍ରା କରିବେ । ଅନ୍ୟ ଟିମ ଜଗତସିଂହପୁର, କେନ୍ଦ୍ରାପଡା, ବାଲେଶ୍ୱର, ମୟୁରଭଂଜ, ଯାଜପୁର ଭଦ୍ରକ, ବାଲେଶ୍ୱର , ଢେଙ୍କାନାଳ, ଅନୁଗୁଳ, ଦେବଗଡ, କନ୍ଧମାଳ, ବୌଦ୍ଧ, ଖୋର୍ଦ୍ଦା, ନୟାଗଡ, ଗଂଜାମ, ବଲାଙ୍ଗୀର, ଦାରୁକ୍ଷେତ୍ର ପୁରୀ, କାକଟପୁର ଗସ୍ତରେ ଯାଇ ନିମନ୍ତ୍ରଣ କରିବେ । ସେହିପରି ରାଜ୍ୟ ବାହାରର ନୂଆଦିଲ୍ଲୀର ହଜଖାସ ଶ୍ରୀଜଗନ୍ନାଥ ମନ୍ଦିର. ମଥୁରା, ବୃନ୍ଦାବନ, ମୁମ୍ବାଇର ସିଦ୍ଧିବିନାୟକ ମନ୍ଦିର, ଭୀମାଶଙ୍କର ଜ୍ୟୋର୍ତିଲିଙ୍ଗ, ତିରୁପତି ବାଲାଜୀ, କାଂଚିପୁରମ କାମାକ୍ଷୀ ଦେବୀ, ରାମେଶ୍ୱରମ, ବଦ୍ରୀନାଥ , କେଦାରନାଥ, ଉତ୍ତରକାଶୀ, ଯୋଶୀମଠ , ଦ୍ୱାରିକାଧୀଶ, ନାଗେଶ୍ୱର ଜ୍ୟୋର୍ତିଲିଙ୍ଗ, ବୈଷ୍ଣୋ ଦେବୀ, ମଦୁରାଇ, ମହାକାଳେଶ୍ୱର, ଚାମୁଣ୍ଡେଶ୍ୱରୀ ଭଳି ପ୍ରସିଦ୍ଧ ପୀଠକୁ ଗସ୍ତ କରି ପୁରୀକୁ ଆମନ୍ତ୍ରଣ କରାଯିବ ।

ଚାରିଧାମର ଜଗତଗୁରୁଙ୍କ ମମେତ ଅନେକ ମାନ୍ୟଗଣ୍ୟ ତଥା ଭିଭିଆଇପିକୁ ମଧ୍ୟ ନିମନ୍ତ୍ରଣ କରାଯିବା ନେଇ ଯୋଜନା କରିଛି ଶ୍ରୀମନ୍ଦିର ପ୍ରଶାସନ ।ରାଜ୍ୟ ବାହାରେ ନୂଆଦିଲ୍ଲୀର ହଜଖାସ ଶ୍ରୀଜଗନ୍ନାଥ ମନ୍ଦିର, ମଥୁରା, ବୃନ୍ଦାବନ, ମୁମ୍ବାଇର ସିଦ୍ଧିବିନାୟକ ମନ୍ଦିର, ଜଗନ୍ନାଥ ମନ୍ଦିର, ଭୀମାଶଙ୍କର ଜ୍ୟୋର୍ତିଲିଙ୍ଗ, ତ୍ରୟମ୍ବକେଶ୍ୱର ଜ୍ୟୋର୍ତିଲିଙ୍ଗ, ଘୃଣେଶ୍ୱର ଜ୍ୟୋତିର୍ଲିଙ୍ଗ, ତିରୁପତି ବାଲାଜୀ, ପଦ୍ମାବତୀ ମନ୍ଦିର, ତିରୁପତି ବିଶ୍ବବିଦ୍ୟାଳୟ ଜଗନ୍ନାଥ ମନ୍ଦିର, କାଞ୍ଚିପୁରମ୍ କାମାକ୍ଷୀ ଦେବୀ ମନ୍ଦିର, ରାମେଶ୍ବରମ୍ ଜ୍ୟୋତିର୍ଲିଙ୍ଗ, ମଦୁରାଇ ମିନାକ୍ଷୀ ମନ୍ଦିର, ଚେନ୍ନାଇ ଜଗନ୍ନାଥ ମନ୍ଦିର, ବଦ୍ରିନାଥ, କେଦାରନାଥ, ଯୋଶୀମଠ, ଉତ୍ତରକାଶୀ ଜଗନ୍ନାଥ ମନ୍ଦିର, ଦ୍ୱାରକାରେ ଦ୍ୱାରକାଧୀଶ, କେଦାରନାଥ, ନାଗେଶ୍ୱର ଜ୍ୟୋତିର୍ଲିଙ୍ଗ, ସୁରତ୍ ଓ ଜମାଲପୁର ଜଗନ୍ନାଥ ମନ୍ଦିର, କାଶୀ ବିଶ୍ୱନାଥ, ଅଯୋଧ୍ୟା ମନ୍ଦିର, ଚିତ୍ରକୂଟ, ବୈଷ୍ଣୋଦେବୀ, ଅମରନାଥ ମନ୍ଦିର, ରଘୁନାଥ ମନ୍ଦିର, ନେପାଳର ପଶୁପତିନାଥ, ଶକ୍ତିପୀଠ, ସିଂହାଚଳମ୍, ଥିରୁବନନ୍ତପୁରମ୍ ପଦ୍ମନାଭ ସ୍ୱାମୀ ମନ୍ଦିର, ସାବିରିମାଲା, ଗୁରୁନାରାୟଣ, ମହାକାଳେଶ୍ୱର, ଓଁକାରେଶ୍ୱର, ବଡ଼ଧାମ, କାଳିଘାଟ, ଦକ୍ଷିଣେଶ୍ୱର କାଳୀପୀଠ, ତାରାପୀଠ, ଚାମୁଣ୍ଡେଶ୍ୱରୀ ସହ ପ୍ରମୁଖ ଜଗନ୍ନାଥ ମନ୍ଦିରକୁ ନିମନ୍ତ୍ରଣ ପାଇଁ ୧୭ଟି ଟିମ୍ ଗଠିତ ହୋଇଛି ।

Leave A Reply

Your email address will not be published.